ହେଡଲାଇନସ୍:

ତିତଲି ସମୟରେ ଗଜପତି ଲୋକଙ୍କ ନିକଟରେ ପ୍ରଥମେ ପହଁଚିଥିଲା ବିଜେପି - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆର୍. ଉଦୟଗିରି ଏବଂ କାଲିମେଳାରେ ବିଜେପିର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ

 ତିତିଲିରେ ଗଜପତି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶାସକ ଦଳର ସାଂସଦଙ୍କ ଦେଖା ନଥିଲା

 ବେବିନା ଅତ୍ୟାଚାରର ମୁଖ୍ୟ ନାୟକ ମହାରଥୀଙ୍କୁ ନବୀନ ବିଜେଡିର ପ୍ରାର୍ଥୀ କରିଛନ୍ତି

 ଓଡିଆ ଲୋକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ନବୀନ ବାବୁ ପାଚେରୀ କରିପାରିବେ ନାହିଁ

  ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ମାଲକାନଗିରିକୁ ଆସିଥିବା ରେଳ କାମ ହୋଇପାରୁନାହିଁ

 ଶାସକ ଦଳର ଲୋକମାନଙ୍କ ଭିତରେ ଟଙ୍କା ବାଂଟିବାର ଯୋଜନା କାଳିଆ

 ମହିଳା ବିରୋଧୀ ଓ ବିକାଶରେ ବାଧକ ସରକାରକୁ ହଟାଇବାକୁ ଆହ୍ୱାନ

  ଓଡିଶାର ଦୂରବସ୍ଥା ପାଇଁ କଂଗ୍ରେସ ଓ ବିଜେଡି ଉଭୟ ଦାୟୀ

 ମହିଳା ବିରୋଧୀ ସରକାର ଓଡିଶାର ଚାଲିଛି

ଭୁବନେଶ୍ୱର/ଆର୍. ଉଦୟଗିରି / କାଲିମେଳା, ଏପ୍ରିଲ ୦୩ - ବାତ୍ୟା ତିତଲି ସମୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇନଥିଲେ । ଏହା ସତ୍ୱେ ଦଳୀୟ ସଦସ୍ୟଙ୍କ ସହ ଗଜପତି ଜିଲ୍ଲାର ତିତଲି ଦୁର୍ଦ୍ଧଶା ଲୋକଙ୍କ ନିକଟରେ ସେ ପହଁଚିଥିଲେ । ଭାରତୀୟ ଜନତା ପାର୍ଟି ପ୍ରଥମେ ଗଜପତିର ଲୋକମାନଙ୍କ ପାଖରେ ପହଁଚିଥିଲା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାରେ ମହିଳା ସବୁଠୁ ଅତ୍ୟାଚାରିତ । ବେବିନାର ଅତ୍ୟାଚାରର ମୁଖ୍ୟ ନାୟକ ପ୍ରଦୀପ ମହାରଥୀଙ୍କୁ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ କରିଛନ୍ତି । ଯେ ଓଡିଶାର ମା’ ଭଉଣୀଙ୍କ ଇଜ୍ଜତକୁ ଭୂଲୁଣ୍ଠିତ କରିବ, ସେ ବିଜୁ ଜନତା ଦଳର ବଡ ଚେହେରା ହେବ । ମହିଳା ବିରୋଧୀ ସରକାର ଓଡିଶାର ଚାଲିଛି । ବିଜୁ ଜନତା ଦଳ ଓଡିଆ ଲୋକଙ୍କ ପାଇଁ କାଳ ହୋଇଛି । ତେଣୁ ମହିଳା ବିରୋଧୀ ଓ ବିକାଶରେ ବାଧକ ସାଜିଥିବା ସରକାରକୁ ହଟାଇବାକୁ ପଡିବ ବୋଲି ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।

ଗଜପତି ଜିଲ୍ଲା ଆର୍. ଉଦୟଗିରି ଏବଂ ମାଲକାନଗିରି ଜିଲ୍ଲା କାଲିମେଳାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିତଲି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଟିଭି ଆଗରେ ବସିଥିଲା ବେଳେ ତାଙ୍କର ଚେଲାଚାମୁଣ୍ଡାମାନେ ଗୋପାଳପୁର ଓ ବ୍ରହ୍ମପୁରରେ ଥିଲେ । ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ଅଧିକ କ୍ଷୟକ୍ଷତି ବେଳେ ଶାସକ ଦଳର ସାଂସଦଙ୍କ ଦେଖା ନଥିଲା । ନବୀନ ପଟ୍ଟନାୟକ ସାଂସଦକୁ ୨୧ ରୁ ୨୦ ସଂସଦ ପଠାଇଥିବା ବେଳେ ସେମାନେ ସେ ସମୟରେ ମୌଜମସ୍ତିରେ ବ୍ୟସ୍ତ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆର. ଉଦୟଗିରି ଅଂଚଳରେ ପିଇବା ପାଣି ନାହିଁ,୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହିଁ, ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି , ରୋଜଗାର ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଜଙ୍ଗଲଜାତ ଦ୍ରବ୍ୟର ସଠିକ ମୂଲ୍ୟ ମିଳୁନାହିଁ, ଜିଲ୍ଲାର ସବୁ ଗରିବଙ୍କୁ ପଟ୍ଟା ମିଳିନାହିଁ ଏବଂ ଆଫ୍ରିକ୍ରୀୟ ଦେଶ ମାନଙ୍କ ଭଳି ଗଜପତି ଜିଲ୍ଲାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ସ୍ଥିତିରେ ଅଛି । ୧୯ ବର୍ଷରେ ଯେଉଁ ସରକାର ଏ ବ୍ୟବସ୍ଥା କରିନାହିଁ ସେ ସରକାରକୁ ବଦଳେଇବାର ସମୟ ଆସିଛି ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ଓଡିଶାର କାଳ ବୋଲି ଶ୍ରୀ ପ୍ରଧାନ ଅଭିହିତ କରିଛନ୍ତି । 

ସେହିପରି ରାଜ୍ୟରେ ୧୯ ବର୍ଷ ଧରି ଗୋଟିଏ ଶାସନ ଚାଲିଥିବା ବେଳେ ଅନ୍ୟପଟେ ୫ ବର୍ଷ ହେବ ମୋଦି ସରକାର ଦିଲ୍ଲୀରେ କାମ କରୁଛି । ମାତ୍ର ୧୯ ବର୍ଷ ସରକାରରେ ମାଲକାନଗିରି ଜିଲ୍ଲାରେ ଶୁଦ୍ଧ ପିଇବା ପାଣି ନାହିଁ, ୧୪୧ ଡାକ୍ତର ପଦବୀରୁ ଅଧା ଡାକ୍ତର ପଦବୀ ଖାଲି, ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ, ଜିଲ୍ଲାରେ କୁପୋଷଣ ଗମ୍ଭୀର ଅବସ୍ଥାରେ ଅଛି । ୫ ବର୍ଷ ବୟସରୁ ତଳେ ଥିବା ୫୧ ପ୍ରତିଶତ ଶିଶୁ କୁପୋଷଣର ଶୀକାର ହେଉଥିବା ବେଳେ ୭୧ ପ୍ରତିଶତ ମହିଳା ରକ୍ତହୀନତାର ଶୀକାର

ହୋଇଛନ୍ତି । ୧୯ ବର୍ଷ ରହିବା ପରେ ମଧ୍ୟ ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳର ପିଲାଙ୍କୁ ଭଲରେ ମଧ୍ୟାହ୍ନ ଭୋଜନ ବି ମିଳେନାହିଁ । କାରଣ, ତାମିଲନାଡୁର କଂଟ୍ରାକ୍ଟର ପକେଟ ଗରମ କରୁଛି । ମାଲାକାନଗିରି ଜିଲ୍ଲାର ଗରିବ ପିଲାଙ୍କୁ ଖାଦ୍ୟ ମିଳିବାବଦଳରେ ତାମିଲ କଂଟ୍ରାକ୍ଟରର ପକେଟ୍ ଗରମ ହେଉଛି । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ମାଲକାନଗିରିକୁ ଆସିଥିବା ରେଳ କାମ ହୋଇପାରୁନାହିଁ । ଏହାରଜବାବ ଦେବା ଦରକାର । ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାର ବିକାଶକୁ ତ୍ୱରାନିତ କରିବା ପାଇଁ ଆଜି ତପôର ଅଛନ୍ତି । ମୋଦି ସରକାରଙ୍କ ୫ ବର୍ଷରେ ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି । ଓଡିଶାରେ ବିଜେପି ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ଓଡିଶାରେ ବଳକା ୪୦ ଲକ୍ଷ ଗରିବଙ୍କ ପାଇଁ ପକ୍କା ଘର ବନାଯିବା ସହ ସ୍ଥାୟୀ ପଟ୍ଟା ମିଳିବ । ମାଲକାନଗିରିରେ ଜଣେ ବି ଗରିବ ନାହିଁ, ଯା ଘରେ ପକ୍କା ଛାତ ନଥିବ ।

ସେହିପରି ମୋଦିଙ୍କ ସରକାରରେ ଓଡିଶାରେ ୫୦ ଲକ୍ଷ ଶୌଚାଳୟ ବନିଛି । ୪୦ ଟଙ୍କାର ଚାଉଳକୁ ୧ ଟଙ୍କାରରେ ନରେନ୍ଦ୍ର ମୋଦି ଦେଇଛନ୍ତି ।୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳି ଲାଗିଥିବା ବେଳେ ସ୍ୱାଧୀନତାର ୭୦ ବର୍ଷ ପରେ ୪ ହଜାର ଗାଁରେ ବିଜୁଳିଲାଗିଛି, ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ଲାଗିଛି, ଦେଢ କୋଟି ଲୋକଙ୍କ ନୂଆ ବ୍ୟାଙ୍କ୍ ଖାତା ଖୋଲାଯାଇଛି । ନରେନ୍ଦ୍ର ମୋଦି ଆୟୁଷ୍ମାନଭାରତ ଯୋଜନା କରୁଥିବା ବେଳେ ନବୀନ ବାବୁ ମୋଦିଙ୍କ ଲୋକପ୍ରୟତା କାରଣରୁ ଏହି ଯୋଜନା ଲାଗୁ କରିନାହାନ୍ତି ।

ପ୍ରଚାର ସର୍ବସ୍ୱ କାଳିଆ ଯୋଜନାରେ ଟଙ୍କା ନାହିଁ , ତାଲିକା ନାହିଁ । କାଳିଆରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାପା, ବିକ୍ରମ ଆରୁଖ ଓ ସୁଶାନ୍ତ ସିଂହଙ୍କ ଭାଇ କାଳିଆର ଲାଭ ପାଇଲେ । ଓଡିଶାର ଗରିବ ଚାଷୀଙ୍କୁ କାଳିଆ ମିଳିନାହିଁ । ଓଡିଶାର ମୁଣ୍ଡ ପିଛା ଭାରବଢୁଥିବା ବେଲେ ରାଜ୍ୟ ସରକାରଙ୍କ ନୀତି ବଦଳୁ ନାହିଁ । ଶାସକ ଦଳର ଲୋକମାନଙ୍କ ଭିତରେ ଟଙ୍କା ବାଂଟିବାର ଯୋଜନା କାଳିଆ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗାଳୀ ଶରଣାର୍ଥୀଙ୍କୁ ସ୍ଥାୟୀ ଭାବେ ନାଗରିକତ୍ୱ ପ୍ରଦାନ କରାଯିବା ନେଇ ନରେନ୍ଦ୍ର ମୋଦି ନିଷ୍ପତି ନେଇଛନ୍ତି ।ମାତ୍ର ଏହାକୁ କଂଗ୍ରେସ ଓ ବିଜେଡି ବିରୋଧ କରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଶାର ଦୂରବସ୍ଥା ପାଇଁ କଂଗ୍ରେସ ଓ ବିଜେଡି ଉଭୟ ଦାୟୀ । ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ଓଡିଶା ଓ ଦିଲ୍ଲୀରେ ଶାସନ କଲେ ସେମାନଙ୍କୁ ବଦଳେଇବା ଦରକାରା  ଆଜି ଦେଶ ତଥା ଓଡିଶା ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଆ ଲୋକମାନେ ପିସିରେ ପେଶି ହୋଇଗଲେଣି । ବିନା ପିସିରେ କୌଣସି ସରକାରୀ କାମ ତଥା ବିକାଶର ହୁଏ ନାହିଁ । ଓଡିଆ ଲୋକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ନବୀନ ବାବୁ ପାଚେରୀ କରିପାରିବେ ନାହିଁ ।

ପ୍ରଧାନମନ୍ତ୍ରୀ ଖୋଦ ଓଡିଶାରେ ବିଜେପିର ସରକାର ବନାଯିବା କଥା କହିଛନ୍ତି । ତେଣୁ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲଇଞ୍ଜିନର ସରକାର ଲଗାଇବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 

0
0
0
s2sdefault