ହେଡଲାଇନସ୍:

ଲକ୍ଷ୍ମଣ ମେହେର ଓ ସହଯୋଗୀଙ୍କ କଂଗ୍ରେସରୁ ଇସ୍ତଫା ଝଟକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦଳ, ନେତା ଓ ଜନତାଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ଲକ୍ଷ୍ମଣ ଏବଂ ସାଥି  - କଂଗ୍ରେସ

 

ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା କଂଗ୍ରେସ ନେତା ତଥା ଜଣାଶୁଣା ସମବାୟବିତ ଲକ୍ଷ୍ମଣ ମେହେର, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଓ କିଛି କଂଗ୍ରେସ ନେତା ଦଳ ଛାଡିବା ନିର୍ଵାଚନ ପୂର୍ବରୁ ଏକ ଝଟକା ହୋଇଥବା ବେଳେ ଏହାର ପ୍ରଭାବ କିଛି ପଡିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି | 

  ବଲାଙ୍ଗିର ଯେଉଁମାନେ କଂଗ୍ରେସ ଦଳର ସଂସ୍କୃତି, ପାଣି, ପବନ ରେ ବଂଚି ଥିଲେ ସେମାନେ ଆଜି ଦଳ ଏବଂ ନେତୃତ୍ୱ ପ୍ରତି ବିଶୋଦଗାର କରି ଦଳ ଛାଡିଛନ୍ତି । ଦଳ ଛାଡିଥିବା ନେତାମାନେ କଂଗ୍ରେସ ଦଳ ଦ୍ୱାରା ହିଁ ପ୍ରତିଷ୍ଠା  ଏବଂ ପରିଚୟ ପାଇଛନ୍ତି । ସେମାନଙ୍କ ଦଳ ଛାଡିବା ଦ୍ୱାରା ଦଳ କିମ୍ବା ନିର୍ବାଚନ ଉପରେ କୌଣସି  ପ୍ରଭାବ ପଡିବ ନାହିଁ  ଓଲଟା ସାଧାରଣ ଲୋକେ ତାଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଦଳ, ନେତା ଓ ଜନତାଙ୍କ ପ୍ରତି ଲକ୍ଷ୍ମଣ ମେହେର ଏବଂ ତାଙ୍କ ସାଥୀମାନେ ବିଶ୍ୱାସଘାତ କରିଛନ୍ତି ବୋଲି ଆଜି ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ନିର୍ବାଚନୀ ପ୍ରଚାର କମିଟି ର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ ବିଷୋଦଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ଲକ୍ଷ୍ମଣ ମେହେରଙ୍କୁ  ଦଳ ତଥା ନେତା  ବିଧାନସଭା ପ୍ରାର୍ଥୀ, ଦୁଇ ଦୁଇ ଥର ବ୍ଲକ ଚେୟାରମେନ ଏବଂ ବିଡିସିସି ବ୍ୟାଙ୍କ ସଭାପତି କରିଥିବା ବେଳେ  ସେ ଆଜି ଦଳ ବିରୋଧି କାମରେ ଲିପ୍ତ ରହି ଦଳ ଛାଡ଼ୁଛନ୍ତି । ସାଧାରଣ ଲୋକଙ୍କ ଉପରେ ତଥା ନିର୍ବାଚନରେ ଏହାର କୌଣସି  ପ୍ରଭାବ ପଡିବ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀର ପୂର୍ବରୁ ଲକ୍ଷ୍ମଣ ମେହେରଙ୍କ କିଛି କଂଗ୍ରେସ କର୍ମୀ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଦଳ ଛାଡିବାର ଘୋଷଣା କରିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ଆହୁରିମଧ୍ୟ କହିଥିଲେ ଆଜି ଦଳ ଛାଡିଥିବା ନେତାମାନେ ବଲାଙ୍ଗିର ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଅଭିଯୋଗ କରିଛନ୍ତି । ସେମାନେ ଜାଣିଯିବା ଦରକାର ଯେ ନରସିଂହ ମିଶ୍ର ବଲାଙ୍ଗିର ଜନସାଧାରଣଙ୍କ ବିଧାୟକ । ଏହି ଦଳ ଛାଡିବା ନେତାମାନେ ଭାବୁଥିଲେ  ସେମାନେ ବିଧାୟକଙ୍କ ଠାରୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବେ କିନ୍ତୁ ସେମାନେ ସେଥିରେ ସଫଳ ହେଲେ ନାହିଁ । ଦଳ ଛାଡିଥିବା କିଛି ବ୍ୟକ୍ତିଙ୍କୁ ଅତିତରେ ମ୍ୟୁନିସିପାଲିଟି କାଉନସିଲର, ନଗରପାଳ, ଉପ-ନଗରପାଳ ଭଳିଆ ଗୁରୁତ୍ୱପୂର୍ଣ୍ଣ ପଦବୀ ଦଳ ତରଫରୁ ମିଳିଥିଲା । କିନ୍ତୁ ସେମାନେ ନିଜର ସ୍ୱାର୍ଥ ସାଧନରେ ବ୍ୟସ୍ତ ରହି ଦଳ ତଥା ତାଙ୍କର ସହଯୋଗୀମାନଙ୍କୁ ମଧ୍ୟ ଅବହେଳା କରି ନିଜେ ଆତ୍ମକୈନ୍ଦ୍ରିକ ହୋଇ ବହୁଳ ଅର୍ଥ ଉପାର୍ଜନ କରିଥିଲେ । ସେମାନେ ସେ ସମୟରେ ନିଜର ବ୍ୟକ୍ତିଗତ ସ୍ୱାର୍ଥସାଧନରେ ଏତେ ମସଗୁଲ ଥିଲେ ଯେ ଦଳ ଏକଦା ରସାତଳଗାମୀ ହୋଇଥିଲା ଓ ବର୍ଷ ବର୍ଷ ଧରି ଜିଲ୍ଲା କଂଗ୍ରେସର ଗୋଟିଏ ମଧ୍ୟ କାର୍ଯ୍ୟକାରୀ ବୈଠକ ହୋଇପାରିନଥିଲା । ଆଜି ଦିନରେ ସେମାନଙ୍କ ସହିତ  ଗୋଟିଏ ବି ଅନୁଗାମୀ ନାହାନ୍ତି । ଆହୁରି ମଧ୍ୟ ଦଳ ଛାଡିଥିବା ଲୋକଙ୍କ ଭିତରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର କଂଗ୍ରେସ ଦଳର ଆଶିର୍ବାଦ ଏବଂ ବଲାଙ୍ଗିର ବିଧାୟକଙ୍କ ସହଯୋଗ ବଳରେ ହିଁ ଅଧ୍ୟକ୍ଷା ଆସନ ଲାଭ କରିଥିଲେ । କିନ୍ତୁ ଦଳ ଏବଂ ମାନ୍ୟବର ବିଧାୟକଙ୍କ ଅଜାଣତରେ ରୀନା ମେହେର ଏବଂ ତାଙ୍କ ସ୍ୱାମୀ ସ୍ଥାନୀୟ ବିଜେଡିର ନେତୃବୃନ୍ଦଙ୍କ ସହିତ ବୁଝାମଣା କରି ଗତ ପଞ୍ଚାୟତ ନିର୍ବାଚନରେ ଦଳ ପ୍ରତି ଅନେକ ପ୍ରକାର ବିଶ୍ୱାସଘାତକତା କରିଛନ୍ତି । ଏପରିକି ଶ୍ରୀମତୀ ମେହେର ଏବଂ ରାଜପରିବାର ଭିତରେ ବୁଝାମଣା ଏତେ ନିମ୍ନ ସ୍ତର ପର୍ଯ୍ୟନ୍ତ ଯାଇଥିଲା ଯେ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ବଲାଙ୍ଗିର ବିଜେଡି ପକ୍ଷରୁ ଦେଓଗାଁ ବ୍ଲକରେ ପ୍ରାର୍ଥୀ ଦିଆଯାଇନଥିଲା ଓ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।  ଏଥିରୁ ସ୍ପଷ୍ଟ ଜଣାପଡେ ଯେ ଏମାନେ ବହୁବର୍ଷ ପୂର୍ବରୁ କଂଗ୍ରେସ ଦଳରେ ଥାଇ କଂଗ୍ରେସ ଦଳ ପ୍ରତି ବିଶ୍ୱାସଘାତ କରି ଆସୁଥିଲେ । ଆଜିର ନାଟକୀୟ ଇସ୍ତଫା ଘୋଷଣା କେବଳ ମାତ୍ର ଏକ ଔପଚାରିକତା  ଥିଲା । ଆହୁରି ମଧ୍ୟ କଂଗ୍ରେସ ଅଭିଯୋଗ ଆଣିଛି ଯେ ଆଜି ଇସ୍ତଫା ଦେଇଥିବା ଜଣେ ଯୁବନେତା ବିଜୁ ଜନତା ଦଳ ପାଇଁ ସାମାଜିକ ଗଣ ମାଧ୍ୟମରେ ଏକ ଛଦ୍ମନାମରେ ପଇସା ନେଇ କାମ କରୁଥିଲେ । ଅପରପକ୍ଷରେ ସେମାନଙ୍କର ଅଭିଯୋଗର ଓଲଟା ଯେବେଠୁଁ ବଲାଙ୍ଗିର ଜିଲ୍ଲା କଂଗ୍ରେସରେ  ନରସିଂହ ମିଶ୍ର ନେତୃତ୍ୱ ନେଇଛନ୍ତି ସେବେଠୁ ଦଳ ସଂଗଠିତ ହେବା ସହ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇଛି ବୋଲି ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଦୃଢତାର ସହ କହନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦିଲିପ ବେହେରା ସଂଯୋଜନା କରିଥିବା ସ୍ଥଳେ ପି.ସି.ସି. ସଂପାଦକ ସୁଦାମ ସାହୁ, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ଏବଂ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ ମଞ୍ଚାସିନ ଥିଲେ ।  

0
0
0
s2sdefault