ହେଡଲାଇନସ୍:

ପଦ ଛାଡ଼ିଛି, ଦଳରେ ଅଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଦର ବିଧାନସଭା ଆସନ ପ୍ରାର୍ଥତ୍ୱକୁ ନେଇ ଅସନ୍ତୋଷ

ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ଅରୁଣ କୁମାର ସ୍ୱାଇଁଙ୍କ ଇସ୍ତଫା 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପଦବୀରୁ ଇସ୍ତଫା ଦେଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରମିକ ସଂଗଠନ ‘ହିନ୍ଦ୍ ମଜଦୁର ସଭା’ର ଜିଲ୍ଳା ସଭାପତି ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ବିଜେଡି ପକ୍ଷରୁ ତାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ  ସଂଯୋଜକ ପଦବୀ ମିଳିଥିଲା । ମାତ୍ର ନିକଟ ଅତୀତରେ ସେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ହୋଇଥିବା ବେଳେ ଦୁଇଟି ଶ୍ରମିକ ସଂଗଠନ ପଦବୀରେ ନ ରହି ଗୋଟିଏରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ତେବେ ତାଙ୍କର ଅନ୍ୟ କିଛି ଆବିଳତା ନଥିଲେ ବି ସଦର ବିଧାନସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବ ସେ ଆରୋପ ଉଠାଇଛନ୍ତି । ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ଜଣେ ଯୁବନେତାଙ୍କୁ ପ୍ରାର୍ଥୀ ଭାବେ ଆଶା କରୁଥିବା ବେଳେ ବର୍ତ୍ତମାନର ବିଧାୟକଙ୍କୁ ପୁଣିଥରେ ଦଳୀୟ ଟିକେଟ୍ ପ୍ରଦାନ କରାଯିବା ଅଦୌ ଠିକ୍ ହୋଇନାହିଁ ବୋଲି ସେ କହିଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଥିବା ବେଳେ ସଦର ନିର୍ବାଚନମଣ୍ଡଳୀରେ ୨୨ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହେବା ସହିତ ଅନେକଙ୍କୁ ସରକାରୀ ସହାୟତା ପ୍ରଦାନ କରିଛନ୍ତି । ତେବେ ସେ ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ଇସ୍ତଫା ଦେଇଥିଲେ ବି ପୂର୍ବପରି ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରମିକ ନେତା ପୀତାମ୍ବର ମାଝୀ, ଶମ୍ଭୁନାଥ ଦାଶ, ଅନୀଲ ଦାସ ପ୍ରମୁଖ ଶ୍ରମିକ ନେତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । 

 

0
0
0
s2sdefault