ହେଡଲାଇନସ୍:

ନାମାଙ୍କନ ଆରମ୍ଭ: ବିନା ଟିକେଟରେ ବିଜେପି ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ ଚନ୍ଦ୍ର କର)  ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ କାଁଭାଁ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ବିଜେପିର ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା ବାଲେଶ୍ୱର ୩୭ ନଂ ବସ୍ତା ବିଧାନସଭା ଆସନ  ପାଇଁ ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କୁ ନିଜର ପ୍ରାର୍ଥୀପତ୍ର ପ୍ରଦାନ କରିଥିବା ଦେଖାଯାଇଥିଲା । ବିନା ଦଳୀୟ ଟିକେଟ୍ରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପ୍ରାର୍ଥୀପତ୍ର ଯାଞ୍ଚ ପୂର୍ବରୁ ଅର୍ଥାତ ଆସନ୍ତା ୯ ତାରିଖ ସୁଦ୍ଧା ଟିକେଟ୍ ପୈଠ କରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଧାର୍ଯ୍ୟ ସମୟସୀମା ମଧ୍ୟରେ ସେ ଯଦି ଟିକେଟ୍ ଦାଖଲ କରି ନ ପାରିଲେ ବି ସ୍ୱାଧୀନ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସେ କହିଛନ୍ତି । ତେବେ ବସ୍ତା ବିଧାନସଭା ଆସନ ପାଇଁ ଅଦ୍ୟାବଧି ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନଥିବା ବେଳେ ଆଶାୟୀ ପ୍ରାର୍ଥୀ ଭାବେ ଶ୍ରୀ ବେହେରା ଏଭଳି ଆଗୁଆ ନାମାଙ୍କନ ଦାଖଲ କରିଥିବା ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ ସେ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ହୋଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସହ-ଉପଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରୁ ନାମାଙ୍କନପତ୍ର ନେଉଥିବା ଲକ୍ଷ୍ୟ କରାଯାଇଛି । ଏହି କ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରୁ ନାମାଙ୍କନ ଫର୍ମ ସଂଗ୍ରହ କରିଛନ୍ତି । ଦୀର୍ଘଦିନର ରାଜନୈତିକ ଅନୁଭୁତି ଓ ଅଭିଜ୍ଞତା ସାଙ୍ଗକୁ ଭୋଗରାଇ ନିର୍ବାଚନମଣ୍ଡଳୀରେ ଅଭୂତପୂର୍ବ ବିକାଶ ଧାରା ଚଳିତ ନିର୍ବାଚନରେ ତାଙ୍କର ବିଜୟକୁ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି । ସେହିପରି  ରେମୁଣା ବିଧାୟକ ସହ-ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚଳିତ ନିର୍ବାଚନ ପାଇଁ ତାଙ୍କର ପ୍ରାର୍ଥୀପତ୍ର ସଂଗ୍ରହ କରିଛନ୍ତି । ୫ ବର୍ଷର ବିଧାୟକ ଭାବେ କେନ୍ଦ୍ରର ମୋଦି ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ସେ ରେମୁଣା ଅଞ୍ଚଳରେ ସମ୍ପାଦିତ କରିପାରିଛନ୍ତି । ଅଞ୍ଚଳ ବିକାଶ ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ନେଇ ଅହରହ ଉଦ୍ୟମ ତାଙ୍କୁ ଏହି ନିର୍ବାଚନରେ ବିଜୟର ଟିକା ପିନ୍ଧାଇବ ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ବିଧାନସଭା ଆସନ ପାଇଁ ୧୦ ହଜାର ଓ ଲୋକସଭା ଆସନ ପାଇଁ ୨୫ ହଜାର ଟଙ୍କା ଦେୟ ଧାର୍ଯ୍ୟ ହୋଇଥିବା ବେଳେ ତଫସିଲଭୁକ୍ତ ଜାତି ଓ ଉପଜାତିର ପ୍ରାର୍ଥୀଙ୍କ ନିମନ୍ତେ ଏହା ଅଧା ପରିମାଣ ଅର୍ଥାତ ଯଥାକ୍ରମେ ୫ହଜାର ଓ ସାଢେ଼ ୧୨ ହଜାର ରହିଛି । ୯ ତାରିଖ ମଧ୍ୟରେ ନିଜର ରାଶି ଅନୁସାରେ ଭଲ ଦିନ ଓ ଭଲ ସମୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ ବୋଲି  ସେମାନଙ୍କ ସହଯୋଗୀ ଏବଂ ବିଭିନ୍ନ ଦଳର କିଛି କମକର୍ତ୍ତା ସୂଚନା ଦେଇଛନ୍ତି ।

0
0
0
s2sdefault