ହେଡଲାଇନସ୍:

ରାଜ୍ୟରେ ସୁଶାସନ କରିବାକୁ ଚାହୁଁଥିବା ଲୋକଙ୍କୁ ଏକଜୁଟ  ହେବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲକ୍ଷ୍ମୀପୁର ଏବଂ କାଶୀପୁରରେ ବିଜେପି ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ

 ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି

 ବିକାଶ କାମ କରିବେ ନାହିଁ କିମ୍ବା ନରେନ୍ଦ୍ର ମୋଦିଙ୍କ ବିକାଶର କାମକୁ କରେଇଦେବେ ନାହିଁ ନବୀନ 

 ସ୍ୱାଧୀନତାର ୭୦ ବର୍ଷ ପରେ ଓଡିଶାରେ ୪୦ ଲକ୍ଷ ପରିବାରରେ ପକ୍କା ଘର ନାହିଁ

ଭୁବନେଶ୍ୱର/ଲକ୍ଷ୍ମୀପୁର/କାଶୀପୁର – ଯେଉଁମାନେ ଓଡିଶାକୁ ଭଲ ପାଉଛନ୍ତି, ଓଡିଶାରେ ସୁଶାସନ ପ୍ରତିଷ୍ଠା  କରିବାକୁ ଚାହୁଁଛନ୍ତି ସେମାନେ ଏକଜୁଟ ହେବା ଦରକାର । ସେହିପରି ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲା କାଶୀପୁରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକମାନେ ପିସିରେ ପେଶି ହୋଇଗଲେଣି । ଚିଟ୍ଫଣ୍ଡ ମାମଲାରେ ଡର୍ଜନ ବିଧାୟକ ଓ ସାଂସଦ ଅଛନ୍ତି । ଏଥର ନବୀନ ବାବୁ ସବୁ ଚିଟଫଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ଟିକେଟ୍ ଦେଇଛନ୍ତି । ଚିଟପଣ୍ଡର ମହାନାୟକ ନବୀନ ପଟ୍ଟାନାୟକ । ସେହିପରି ବିକାଶ କାମ କରିବେ ନାହିଁ କିମ୍ବା ନରେନ୍ଦ୍ର ମୋଦିଙ୍କ ବିକାଶର କାମକୁ କରେଇଦେବେ ନାହିଁ ନବୀନ ବାବୁଙ୍କ ଦମ୍ଭ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ସରକାର ଦୁର୍ନୀତିର ସରକାର । ନବୀନ ତାଙ୍କ ପ୍ରଚାରରେ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । କୋରାପୁଟର ଖଣି ସମ୍ପଦର ମାଲିକ ହେଲେ ଆଦିବାସୀ । କୋରାପୁଟ, ରାୟଗଡା ଓ କଳାହାଣ୍ଡିର ବକ୍ସସାଇଟରେ ଦିଲ୍ଲୀ ଲୋକମାନେ ଧନୀ ହୁଅନ୍ତି କିନ୍ତୁ କୋରାପୁଟର ଲୋକମାନେ ଗରିବରୁ ଗରିବ ହୁଅନ୍ତି । ନବୀନ ପଟ୍ଟନାୟକଙ୍କ ଆନାକୁଣ୍ଡାମାନେ ଦଲାଲି କରି ଧନୀ ହୁଅନ୍ତି ଏବଂ ତାଙ୍କ ଗୁମାସ୍ତା ମାନେ ଏହି ପଇସାରେ ବଡ ବଡ କୋଠା ନିର୍ମାଣ କରନ୍ତି ।

ଖଣି ଅଂଚଳର ଆଦିବାସୀଙ୍କ ବିକାଶ ପାଇଁ ମୋଦି ଡିଏମଏଫ ଫଣ୍ଡର ବ୍ୟବସ୍ଥା କରିଥିବା ବେଳେ ଫଣ୍ଡରେ ଥିବା ସାଢେ ୬ ହଜାର କୋଟି ଟଙ୍କା ପଇସାକୁ ନବୀନ ବାବୁ ଖର୍ଚ୍ଚ କରିପାରୁନାହାନ୍ତି । ନବୀନ ବାବୁ ଓ ତାଙ୍କ ଆନାକୁଣ୍ଡା ମାନଙ୍କର ପକେଟ ଗରମ ହେବ ନାହିଁ ବୋଲି ସେ ଏହି ପଇସା ଖର୍ଚ୍ଚ କରିପାରିଲେ ନାହିଁ । ସେହିଭଳି ଓଡିଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ୫ ବର୍ଷରେ ସାଢେ ୫ ଲକ୍ଷ କୋଟି ଦେଇଛନ୍ତି । ସେହି ପଇସାକୁ ବିଜେଡି ସରକାର ଖର୍ଚ୍ଚ କରିପାରୁନଥିବା ବେଳେ ପକେଟକୁ ପିସି ଆସିବା ପରେ ଏହି ପଇସା ଖର୍ଚ୍ଚ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଓଡିଶାରେ ମୋଦିଙ୍କ ସରକାରରେ ବିଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ଗରିବ ପରିବାରକୁ ପକ୍କା ଘର ମିଳିଛି, ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ଓ ସ୍ୱାଧୀନତାର ୭୦ ବର୍ଷ ପରେ ମାଗଣାରେ ୩ ହଜାର ଗାଁରେ ମାଗଣା ବିଜୁଳି ପହଁଚିଛି, ୪୨ ଲକ୍ଷ ଗରିବ ମା’ ଭଉଣୀଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ମିଳିଛି, ପ୍ରାୟ ଦେଢ କୋଟି ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି, ୫୦ ଲକ୍ଷ ଶୌଚାଳୟ ମହିଳାଙ୍କ ଇଜ୍ଜତ ଘରସ୍ୱରୂପ ବନାଯାଇଛି । ମୋଦିଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ଅନ୍ୟପଟେ କାଶୀପୁରରେ ପାଇପରେ ପାନୀୟ ଜଳ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହାଁନ୍ତି, ଆଦିବାସୀ ପଛୁଆ ଜାତିକୁ ରୋଜଗାର ମିଳୁନଥିବା ବେଳେ ବାହାରକୁ ରୋଜଗାର କରିବାର କରିବା ପାଇଁ ଯିବାକୁ ବାଧ୍ୟ ହେଉଛି । ରାୟଗଡାରେ ଜଣେ ଓ ତୃତୀୟ ମହଲାରେ ଜଣେ ଆନାକୁଣ୍ଡା ଅଛି । ଏ ଆନାକୁଣ୍ଡା ମାନଙ୍କୁ ଓଡିଆ ବୀର ଏଥର କବର ଦେବ । ଯେଉଁମାନେ ରୋଜଗାର, ଜମିକୁ ପାଣି, ଶିକ୍ଷକ, ଡାକ୍ତର, ବିଜୁଳି ଦେଉନାହାନ୍ତି ସେମାନଙ୍କୁ ପରାସ୍ତ କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଚିଟ୍ଫଣ୍ଡ କାରବାରରେ ଥିବା ଲିପ୍ତ ଥିବା ଲୋକମାନଙ୍କୁ ବାହାର କରିବା ଦରକାର ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷରେ ନବୀନ ବାବୁ କାଶୀପୁର ଆସି ଓଡିଆରେ ଦୁଇ ପଦ କଥା ହୋଇନାହାନ୍ତି । ଯେ ଓଡିଆ ଭାଷା ବୁଝିନାହିଁ, ସେ କଣ ସମସ୍ୟା ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୫ ବର୍ଷରେ ରାୟଗଡାରେ ସବୁ ଗରିବ ଲୋକଙ୍କ ନାଁରେ ଜମି ପଟ୍ଟା କରିବାକୁ ଇଚ୍ଛା ରଖିଛନ୍ତି । ସମସ୍ତ ମୌଳିକ ସୁବିଧା ତଥା ରୋଜଗାର ଓ ଅନ୍ୟାନ୍ୟ ପାଇଁ ରାଜ୍ୟ ସରକାରକୁ ବଦଳାଇ ବିକାଶ, ସୁରକ୍ଷା ଓ ସମ୍ମାନ ବଢାଇଥିବା ସରକାରକୁ ଆଣାଯିବା ଦରକାର ।

ନବୀନ ବାବୁ ଦେଶରେ ଅସ୍ଥିର ସରକାର କରିବାକୁ ଚାହୁଁଛନ୍ତିା କାରଣ ଦେଶରେ ଅସ୍ଥିର ସରକାର ହେଲେ ନବୀନ ବାବୁ ଓ ତାଙ୍କ ଆନାକୁଣ୍ଡାମାନେ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଇବେ । ଦେଶରେ ମଜବୁର ନୁହେଁ ମଜଭୂତ ସରକାର ହେବା ଦରକାର । ମୋଦି ହିଁ ମଜଭୂତ ସରକାର ଦେଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

        

0
0
0
s2sdefault