ହେଡଲାଇନସ୍:

ବିଜେପିରୁ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ଓ କଂଗ୍ରେସରୁ ସୀତାରାମ ଟିକେଟ୍‍ ପାଇ ବି’ ବିଜେଡିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ  ଟିକେଟ୍‍ ପାଇଥିବା ଶ୍ରୀ ତୁଷାରକାନ୍ତି ବେହେରା ଓ କବିସୂର୍ଯ୍ୟନଗର ବିଧାନସଭା ଆସନରୁ କଂଗ୍ରେସରୁ ଟିକେଟ ପାଇଥିବା ସୀତାରାମ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ  ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଯାହାଫଳରେ ବିଜେପି ଓ କଂଗ୍ରେସକୁ ଶକ୍ତ ଝଟ୍‍କା ଲାଗିଛି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ପୁନର୍ବାର ଯୋଗ ଦେଇଥିବା ଶ୍ରୀ ବେହେରା ଓ ଶ୍ରୀ ପାଣିଗ୍ରାହୀଙ୍କୁ  ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଉଭୟ ନିଜ ନିଜର ପ୍ରାର୍ଥୀତ୍ୱକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ବିଜେଡିରେ ଯୋଗ ଦେବା ଅବସରରେ ଶ୍ରୀ ବେହେରା କହିଥିଲେ ମୁଁ ଆଜି ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ସାଢେ଼ ଚାରି କୋଟି ଓଡ଼ିଆଙ୍କ ଗର୍ବ, ଗୌରବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ପ୍ରେରିତ ହୋଇ କାକଟପୁର ବିଧାନସଭାରୁ ବିଜେପିରୁ ଟିକେଟ ପାଇ ମଧ୍ୟ ବିଜେପି  ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛି । ନିକଟରେ ନୟାଗଡ଼ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ପ୍ରଭାବିତ ହୋଇ ହୃଦ୍‍ବୋଧ କଲି ଯେ, ଓଡ଼ିଶାର ପ୍ରଗତି ପାଇଁ କେବଳ ବିଜୁ ଜନତା ଦଳ ହିଁ ଏକମାତ୍ର ବିକଳ୍ପ ଏବଂ ମୋର ଦୃଢିଭୂତ ହୋଇଛି ଯେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକହିଁ ଓଡ଼ିଶାକୁ ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିବେ । କେନ୍ଦ୍ର ଅବହେଳା ଯୋଗୁ କୋଇଲା ଆବଣ୍ଟନ, ରେଲୱେରେ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କ୍ଷେତ୍ରରେ ଓଡ଼ିଶାର ଜନସାଧାରଣ ଅସନ୍ତୁଷ୍ଟ । ବିଜେପି ୨୦୧୪ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛି । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଇଁ ବିଜେଡି ମୁଖିଆ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହିଁ ଏକମାତ୍ର ବିକଳ୍ପ ବୋଲି ହୃଦୟଙ୍ଗମ କରି ମୁଁ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛି ।

 

0
0
0
s2sdefault