ହେଡଲାଇନସ୍:

ଡ଼ବଲ ଇଞ୍ଜିନ ସରକାର ଆସିଲେ ବିକାଶ ସମ୍ଭବ ହେବ-  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର ବିଜୟ ସଂକଳ୍ପ ସଭା

ଶଙ୍ଖ ସମୂଦ୍ରକୁ ଫେରିଯିବ ଓ ମୟୂରଭଞ୍ଜରେ କମଳ ଫୁଟିବ- ବିଧାୟକ ପ୍ରାର୍ଥୀ ସୁଗଦା ମୁର୍ମୁ

ବିଜୟ ଆମର ଲକ୍ଷ ଓ ସରକାର ବଦଳାଇବା ଆମର ସଂକଳ୍ପ- ଲୋକସଭା ପ୍ରାର୍ଥୀ ବିଶେଶ୍ୱର ଟୁଡ଼ୁ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର କେନ୍ଦୁଆ କଲେଜ ପଡ଼ିଆରେ ଆଜି ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା  ନିର୍ବାଚନୀ ସଭା ଓ ନାମ ରହିଥିଲା ବିଜୟ ସଂକଳ୍ପ ସଭା । ଉକ୍ତ ସଭାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ସହିତ ମୟୂରଭଞ୍ଜ ଜିଲ୍ଲା ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ନିମନ୍ତେ ଉଭୟ ସରକାର ଓ ବିଧାୟକ ବଦଳିବାର ଆବଶ୍ୟକତା ରହିଛି । ନିର୍ବାଚନ ମଣ୍ଡଳୀର ବିଧାୟକ ସୁଦାମ ମାର୍ଣ୍ଡି ନିର୍ବାଚିତ ଜନପ୍ରତିନିଧି ଭାବେ ତାଙ୍କର ଦାୟିତ୍ୱ  ତୁଲାଇବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାରୁ ଆଦିବାସୀ ସାନ୍ତାଳ ଆଦି ସମ୍ପ୍ରଦାୟ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଗାଁଗଣ୍ଡାରେ ବସବାସକରୁଥିବା ଜନସାଧାରଣଙ୍କୁ ପିଇବା ପାଣି, ଗମନାଗମନ ସୁବିଧା ନିମନ୍ତେ ରାସ୍ତାଘାଟ, ଆର୍ଥି ମେରୁଦଣ୍ଡକୁ ସୁଦୃଣ କରାଇବା ନିମନ୍ତେ ରୋଜଗାରର ସୁବିଧା ସୁଯୋଗ ଅପହଁଞ୍ଚ ହୋଇରହିଯାଇଛି । ସେହିପରି ଓଡ଼ିଶାରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନବାବୁଙ୍କ ସରକାରରେ ରାଜ୍ୟରେ ବିକାଶ ହୋଇପାରିନାହିଁ । ଓଡ଼ିଶା ରାଜ୍ୟ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇଥିବା ବେଳେ ରାଜ୍ୟବାସୀ ଗରୀବ । ଝାଡ଼ଖଣ୍ଡ ରାଜ୍ୟରେ ୨୦୧୪ରୁ ବିଜେପି ସରକାର ଆସିବା ପରଠାରୁ ବିକାଶ କ୍ଷେତ୍ରରେ ଗୁଜୁରାଟ ସହିତ ତାଳ ଦେଇ ଆଗକୁ ବଢ଼ିବା ଆରମ୍ଭ କରିଛି । ଝାଡ଼ଖଣ୍ଡରେ ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗମାନଙ୍କୁ ମାସିକ ଏକ ହଜାର ଟଙ୍କା ଭର୍ତ୍ତା ଯୋଗାଇ ଦିଆଯାଉଥିବା ବେଳେ ଠିକ୍ ନିର୍ବାଚନ ସମୟରେ ନବୀନ ସରକାର ୨ ଶହ ଟଙ୍କା ବଢ଼ାଇ ୫ ଶହ କରାଇଛନ୍ତି । ଝାଡ଼ଖଣ୍ଡରେ ବିଧବାମାନଙ୍କୁ ଭୀମରାଓ ଆମ୍ବେଦକର ଯୋଜନାରେ ସ୍ଥାୟୀ ପକ୍କାଗୃହ ଯୋଗାଇ ଦେଉଛନ୍ତି । ରୋଜଗାର କ୍ଷମ କରାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍କିଲ ଡେ଼ଭଲାପମେଣ୍ଟ ସ୍କିମରେ ଆର୍ଥ ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶା ଏଦିଗରେ ବହୁପଛରେ ପଡ଼ିଯାଇଛି । ଏହା କେବଳ ଡ଼ବଲ ଇଞ୍ଜିନ ସରକାରରେ ସମ୍ଭବ ହୋଇପାରିଛି । କେନ୍ଦ୍ରରେ ବିଜେପି ସରକାର ଆସିବା ନିଶ୍ଚିତ ହୋଇଥିବା ବେଳେ ଓଡ଼ିଶାରେ ବିଜେପି ସରକାର ଆସିଲେ ଡ଼ବଲ ଇଞ୍ଜିନ ସରକାରର ଶାସନ ସମ୍ଭବ ହୋଇପାରିବ । ତେଣୁ ସମସ୍ତେ ପରିବାରବାଦର ରାଜନୀତି ଚଳାଇ ଆସୁଥିବା  ଉଭୟ କଂଗ୍ରେସ ଓ ବିଜେଡ଼ି ପ୍ରାର୍ଥୀକୁ ପ୍ରତ୍ୟାଖ୍ୟାନ କରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସୁଗଧା ମୁର୍ମୁ ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଇଂ. ବିଶେଶ୍ୱର ଟୁଡ଼ୁଙ୍କୁ ନିର୍ବାଚିତ କରାଇବା ନିମନ୍ତେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ବିଜେପି ପ୍ରଭାରୀ କବି ବିଷ୍ଣୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ   ଉକ୍ତ ସଭାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁଗଦା ମୁର୍ମୁ ନିର୍ବାଚନରେ ଶଙ୍ଖ ସମୂଦ୍ରକୁ ଫେରିଯିବ ପଦ୍ମ ଫୁଟିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିବା ସହ ସୁଗଦା ଲଢ଼ାଇରୁ ଆସିଛି । ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ଲିଭାଇଥିଲେ । ନିର୍ବାଚନ ମଣ୍ଡଳୀରେ ସୁଦାମ ମାଫିଆଙ୍କୁ ହାତବାରିସୀ କରି ଖଣି, ଖାଦାନକୁ ଲୁଟ କରୁଛି । ବାଲିଡ଼ିହା ବନ୍ଧ ନାମରେ ପ୍ରତ୍ୟେକ ବର୍ଷ ଲକ୍ଷଲକ୍ଷ ଟଙ୍କା ଚଳୁକରୁଛି । କିନ୍ତି, ବର୍ତ୍ତମାନ ସୁଗଦା  ମୁର୍ମୁ ତାହା କରାଇ ଦେବ ନାହିଁ । ନିର୍ବାଚନ ମଣ୍ଡଳୀରେ ସୁଦାମର ନାମ ସବୁଦିନ ନିମନ୍ତେ ଲିଭି ଯିବ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀମୁର୍ମୁ ମତ ପ୍ରକାଶ କରିଥିବା ବେଳେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡ଼ୁ ଆଜିର ବିଜୟ ସଂକଳ୍ପ ସଭା ଆୟୋଜନ ପଛରେ ଦୁଇଟି ଉଦ୍ଦେଶ୍ୟ  ରହିଛି । ପ୍ରଥମେ ନିର୍ବାଚନରେ ଆମେ ବିଜୟୀ ହେବାର ଲକ୍ଷ ରଖିଥିବା ସମୟରେ ଦ୍ୱିତୀୟରେ ରାଜ୍ୟରେ ଅପାରଗ, ଦୁର୍ନୀତି ଗ୍ରସ୍ତ ଭ୍ରଷ୍ଟ ସରକାରଙ୍କୁ ବଦଳାଇ ବିଜେପି ସରକାର ଆଣିବାର  ସଂକଳ୍ପ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଧୀର ମହାନ୍ତି, ଦଶରଥ ମହାନ୍ତ, ଦୀନବନ୍ଧୁ ନାଏକ, କାନନମୟୀ ପାତ୍ର, କୃଷ୍ଣଚନ୍ଦ୍ର ନାଏକ, ସାଲମୀ ଟୁଡ଼ୁ, ଜଗଦ୍ଧିଶ ମହାନ୍ତ, ଜୟନ୍ତୀ ସିଂ, ଉପôଳ ଦାସ, ଅଶ୍ୱନୀ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରୁ ଅଞ୍ଜନ କୁମାର ପାଣି, ରାମକୃଷ୍ଣ ବେହେରା, ହରିହର ବେହେରା, ଚନ୍ଦନ କୁମାର ସିଂ, ଗୌରମୋହନ ସିଂ, ମହାଦେବ ସିଂ, ଉପେନ୍ଦ୍ର ନାଥ ମାଝି, ଗୋବିନ୍ଦ ମାଝି, ଗଣେଶ ବିନ୍ଧାଣି, ରବୀନ୍ଦ୍ର ସିଂ, ରଥ ସିଂ ଏହିପରି ବିଭିନ୍ନ ଦଳରୁ ଶତାଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ବାରିପଦା ନିର୍ବାଚନ ମଣ୍ଡଳୀର ଡ଼ୁକୁରା ଓ ଉଦଳା ନିର୍ବାଚନ ମଣ୍ଡଳୀର କପ୍ତିପଦା ଯାତ୍ରା ପଡ଼ିଆଠାରେ ଆୟୋଜିତ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ 

 

0
0
0
s2sdefault