ହେଡଲାଇନସ୍:

ଜିଲ୍ଲା ପରିଷଦ ସଭ୍ୟାମାନଂକ ଜବାବ :  ସୁରେଶ ବାବୁ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

"ଆମେ ଛୁଆ ନୁହଁ ଯେ ଆମକୁ କେହି ଅପହରଣ କରି ନେଇଆସିଲା" 

ବରଗଡ :- "ସୁରେଶ ପୂଜାରୀ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି | ଦଳ ଭିତରେ ଚାଲିଥିବା ଏକଛତ୍ରବାଦର ପ୍ରତିବାଦରେ ଆମେ ଦଳ ବିଜେପି ଛାଡ଼ିଛୁ | ଆମେ ସ୍ବେଛାରେ ଆସି  ବିଜେଡିରେ ଯୋଗ ଦେଇଛୁ | ଆମେ ଛୁଆ ନୁହଁ ଯେ ଆମକୁ କେହି ଅପହରଣ କରି ନେଇଆସିଲା |" ବୋଲି ବିଜେପି ନେତା ସୁରେଶ ପୂଜାରୀ ଦେଇଥିବା ବିବୃତିରେ ଉତ୍ତରରେ କଡା ଜବାବ ଦେଇଛନ୍ତି ବରଗଡ଼ ଜିଲ୍ଲାରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟ ଓ କର୍ମକର୍ତ୍ତା  | 

ସତକଥା  ଯେ ୯ ଜଣ ଜ଼ିଲ୍ଲା ପରିଷଦ ସଦସ୍ୟଙ୍କ ଇସ୍ତଫା ପରେ ଦ୍ଵନ୍ଦରେ ବରଗଡ ଜିଲ୍ଲା ପରିଷଦ । ଗତ ସପ୍ତାହ ରେ ବିଜେପି ର ନଅ ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ପ୍ରଥମେ ବିଜେପିରୁ ଇସ୍ତଫା ଦେଇଥିଲେ । ତା ପରଦିନ ବିଜୁ ଜନତା ଦଳର ଜିଲ୍ଲା ସଭାପତିଙ୍କ ନିକଟରେ ପଦ୍ମପୁର ବିଜୁ ଜନତା ଦଳର କାର୍ଯଳୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ମୁଖରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହାର 2 ଦିନ ପରେ ବରଗଡ ରେ ବରଗଡ଼ ଲୋକସଭା ପ୍ରାର୍ଥୀ ଶ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଜିଲ୍ଲା ପରିଷଦ ମାନଙ୍କର ଅପହରଣ କରାଯାଇଥିବା କହି ଶ୍ରମମନ୍ତ୍ରୀ ଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରିଥିଲେ । ଗତ କାଲି ବିଜେପି ଛାଡିଥିବା 8 ଜଣ ଜିଲ୍ଲା ପରିଷଦ ସଭ୍ୟ ରାତିରେ ଏକ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କୁ କେହି ଅପହରଣ କରିନାହାନ୍ତି କିମ୍ବା ତାଙ୍କୁ କୋଣସି ପ୍ରକାର ପ୍ରଲୋଭନ ଦିଆଯାଇ ନାହିଁ । ସ୍ଥାନୀୟ  ବିଜେପି ନେତା ମାନଙ୍କର ବୋଲ ମନୁଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ କିଛି ନେତା ମାନଙ୍କର ମନମୁଖୀ କାର୍ଯକଳାପ ବରଗଡ଼ ଜିଲ୍ଲାରେ ବିଜେପି କୁ ରସାତଳ ଗାମୀ କରିଛି । ନିର୍ବାଚିତ ପ୍ରତିନିଧି ହେଇଥିଲେ ମଧ୍ୟ ତାଙ୍କ କଥା ଦଳ ରେ କେହି ଗୁରୁତ୍ୱ ଦେଉନାହାନ୍ତି । ଯାହାଫଳରେ ସେମାନଙ୍କ ମାର୍ଜଦା ଅତିମାତ୍ରାରେ କ୍ଷୁର୍ଣ୍ଣ ହେଇଛି ।  ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ନିଶ୍ଚିତ ଭାବରେ ପାଳନ କରନ୍ତି । ତାଙ୍କ କାର୍ଯକାଳରେ ଅଞ୍ଚଳ ର ବହୁତ ବିକାଶ ହେଇଛି ।  ମୁଖ୍ୟମନ୍ତ୍ରୀ ଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତୀ ଓ କାର୍ଯ୍ୟ କରିବା ଦକ୍ଷତା କୁ ଦେଖି ସେମାନେ ସମସ୍ତେ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଥିଲେ । ବରଗଡ଼ ଲୋକସଭା ପ୍ରାର୍ଥୀ ଯେଉଁ ଆରୋପ ଲଗାଉଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ମିଛ ଓ କପୋଲ କଲ୍ପିତ । ଏକା ସାଙ୍ଗରେ ଏତେ ଜଣ ଦଳ ପରିତ୍ୟାଗ କରିବା ପରେ ଶ୍ରୀ ପୂଜାରୀ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ବିଜେପୁର ରୁ ପ୍ରାର୍ଥୀ ହେବା କଥାକୁ ବର୍ତମାନ ସୁଦ୍ଧା ବିଜେପୁର ହଜମ କରି ପାରୁନାହିଁ । ତା ସହିତ ଗତ କାଲି ବିଜେପୁର ଅଞ୍ଚଳ 50 ରୁ ଉର୍ଦ୍ଧ୍ଵ ବିଜେପି ନେତା ମୁଖ୍ୟମନ୍ତ୍ରୀ ଙ୍କୁ ନବୀନ ନିବାସ ରେ ଭେଟି ବିଜେଡି ରେ ସାମିଲ ହେଇଥିଲେ । ବରଗଡ଼ ଜିଲ୍ଲାରେ ଜନସାଧାରଣ ବିଜେପି ରୁ ମୁହଁ ଫେରାଇ ବସିଲେଣି । ଏହି ସବୁ କଥାକୁ ଲକ୍ଷକଲେ ଜଣା ପଡୁଛି ଯେ ଆଗାମୀ ନିର୍ବାଚନ ରେ ବିଜେପି କୁ ବହୁତ କ୍ଷତି ସହିବାକୁ ପଡିବ । ଏଥିପାଇଁ ବର୍ତମାନ ବିଜେପି ର ନେତାମାନେ ଅନେକ ପ୍ରକାର ଆରୋପ ଲଗାଉଥିବା ଜିଲ୍ଳା ପରିଷଦ ସଭ୍ୟମାନେ କହିଛନ୍ତି । ଏପଟେ ଅପହରଣ ଓ ଘୋଡାବେପାରକୁ ବିଜେଡ଼ିର ନେତା ମାନେ ମଧ୍ୟ ଖଣ୍ଡନ କରିବା ସହିତ ଏହି ଭଳି ଆରୋପ ଲଗାଇଥିବା ଶ୍ରୀ ସୁରେଶ ପୁଝାରିଙ୍କୁ ନିଜ ଘର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି ।

  

0
0
0
s2sdefault