ହେଡଲାଇନସ୍:

ବିଜେପୁରରେ ବିଜେଡିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

    ବରଗଡ / ବିଜେପୁର :- ବରଗଡ଼ ଜିଲ୍ଲାର ବହୁଚର୍ଚିତ ନିର୍ବାଚନ ମଣ୍ଡଳୀ ବିଜେପୁର । ଗତ ଉପନିର୍ବାଚନ ସମୟରୁ ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସୁଛି ବିଜେପୁର । ନିର୍ବାଚନ 2019 ପାଇଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବିଜେପୁର। ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ । ସମଗ୍ର ଓଡ଼ିଶାରେ ବର୍ତ୍ତମାନ ବିଜେପୁର କୁ ନେଇ ରାଜନୈତିକ ମାହୋଲ ବେଶ ଗରମ । 

       ବିଜେପୁର ଠାରେ ବିଜେଡି ର ନିର୍ବାଚନୀ କାର୍ଯଳୟ ର ଶୁଭ ଉଦଘାଟନ ହେଇଯାଇଛି । ଏହି କାର୍ଯଳୟ କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ସାଂସଦ ଶ୍ରୀ ପ୍ରଭାସ ସିଂ ବିଧାୟିକା ଶ୍ରୀମତୀ ରିତା ସାହୁ ପ୍ରମୁଖ ଉଦଘାଟନ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ , ବିଜେପୁର ବ୍ଲକ ଅଧ୍ୟକ୍ଷା ମାନିନୀ ଭୋଇ , ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ଶ୍ରୀ ବିକ୍ରମ ସିଂ ଦେଓ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗତିକୃଷ୍ନ ମିଶ୍ର , କୃଷକ ନେତା ଶ୍ରୀ କିଶୋର ଦେବତା , ସନ୍ତୋଷ ଦେହରି , ଟିକୁ ମିଶ୍ର , ଜାପାନ ମହାପାତ୍ର , ଓ ଅଞ୍ଚଳ ର ବହୁ ନିର୍ବାଚିତ ପ୍ରତିନିଧି , ତଥା ବିଜେଡି ର ଶହ ଶହ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault