ହେଡଲାଇନସ୍:

ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଜେଡି ମୟୁରଭଞ୍ଜ ଜ଼ିଲ୍ଲା ସଭାପତି ପଦ ସହ ପ୍ରାଥମିକ ସଦସ୍ୟତାରୁ ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ | ଦଳ ବିରୋଧରେ ପ୍ରକଟ କଲେ ଅସନ୍ତୋଷ | ସୂଚନାଯୋଗ୍ୟଯେ ୨୦୦୯ରେ ମୋରଡାରୁ ବିଧାୟକ ଭାବେ ନିର୍ବାଚିତ ହେବ ପରେ ନବୀନ ମନ୍ତ୍ରିମଣ୍ଡଳରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ହୋଇଥିଲେ | ଦକ୍ଷତା ମାପଦଣ୍ଡରେ ଫେଲ ହେବା ପରେ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା |  କେବଳ ଏତିକି ନୁହେ, ନିର୍ବାଚନମଣ୍ଡଳୀ ପ୍ରତି ଦୃଷ୍ଟି ନଦେଇ ସବୁବେକେ କଲିକତାରେ ତାଙ୍କ ବ୍ୟବସାୟରେ ବ୍ୟସ୍ତ ଥିଲେ | ତେଣୁ ୨୦୧୪ ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ନିର୍ବାଚନମଣ୍ଡଳୀ ଲୋକ କ୍ଷୁବ୍ଧ ହୋଇଥିଲେ| ମହାରାଜା ଭୋଟରଙ୍କ ଭିତରେ ଲୋକପ୍ରିୟତା ହରାଇବା ସତ୍ତ୍ୱେ ନବୀନ ବାବୁ ତାଙ୍କୁ ୨୦୧୪ରେ ଟିକେଟ ଦେଇଥିଲେ | ନବୀନ ହାୱାରେ ୨୦୧୪ରେ ଭୋଟ ଜିତିବା ପରେ ବି  ପ୍ରଥମ ପାଳିର ଅବହେଳାକୁ ସୁଧରିଲେ ନାହିଁ | ଜକକୁ ନେଇ ଲୋକ ଦଳଠାରୁ ଦୁରେଇ ରହିଲେ | ଯାହାର ପରିଣାମ ଭୋଗିଥିଲା ବିଜେଡି ଜିଲ୍ଲା ପରିଷଦ ନିର୍ବାଚନରେ | ମୋରଡା ଆନ୍ତର୍ଗତ ୭ଟି ଜୋନରୁ ବିଜେପି ୬ଟି ଜୋନ ପୋଛିନେଲା | ବିଜେଡି ଗୋଟିଏ ମାତ୍ର ଜିତିଥିବା ବେଳେ ଅନ୍ୟ ଜୋନରେ ବିଜେଇ ତୃତୀୟ ସ୍ଥାନକୁ ଖସି ଯାଇଥିଲା |ଆଉ ପରିଶେଷରେ ଦଳ ତାଙ୍କୁ ମୋରଡା ଆସନ ପାଇଁ ରିପିଟ କରିବା ନାହିଁ ବୋଲି ନିଶ୍ଚିତ ଥିଲେ | ଆଉ ଏହାପରେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି | 

0
0
0
s2sdefault