ହେଡଲାଇନସ୍:

ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ,ବିଜେଡି ଅଫିସ୍‌ରେ ଭଙ୍ଗାରୁଜା

ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି :ରବିବାର ଦିନ ବିଜେଡିର ପ୍ରାର୍ଥୀ ଘୋଷଣା ହେବା ପରେ ଜଗତସିଂହପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରବିିିବାର ବିଜେଡିର ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।ଏଥିରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।ଏଥିନେଇ ଏହି ନିର୍ବାଚନମଣ୍ଡଳୀର ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏମିତିକି ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଏହି ନିର୍ବାଚନମଣ୍ଡଳୀର ଶତାଧିକ ଯୁବକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ପରେ କାର୍ଯ୍ୟାଳୟ ଆଗରେ ଲାଗିଥିବା ବୋର୍ଡ଼କୁ ଭାଙ୍ଗି ହୋର୍ଡିଂ ଚିରି ପକାଇବା ଏପରିକି କାର୍ଯ୍ୟାଳୟ ଆଗରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ମଧ୍ୟ ଚିରି ପକାଇଥିବା ଜଣାପଡିଛି।ସେହିପରି ରାତି ପ୍ରାୟ ସାଢ଼େ ୭ଟା ପରେ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାର ଗୋପାଳସାଗର ଠାରେ ଶତାଧିକ ଯୁବକ ରାସ୍ତା ଉପରେ ନିଆଁ ଜାଳିବା ସହିତ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଥିଲା।ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା କରିିବା ସହିତ ଜିଲ୍ଲା ବିଜେଡ଼ି କାର୍ଯଯ୍ୟାଳୟରେ ପୋଲିସ ମୃୃତୟନ ହୋଇଥିବା ଜଣାାପଡ଼ିଛି।ସେହିପରି ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱକୁ  ବିରୋଧ କରି ଉତ୍ତେଜନା ଲାଗିିିିରହିଥିବା ଜଣାପଡ଼ିଛି।ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଆଶାୟୀଙ୍କ ମଧ୍ୟରେ ଜଗତସିଂହପୁର ଅମରେନ୍ଦ୍ର ଦାସଙ୍କ ସ୍ଥିିିତି ସୁଦୃଢ଼ ଥିିବା ବେଳେ ତାଙ୍କୁ ପ୍ରାର୍ଥୀ କରା ନଯାଇ ବାଲିକୁୁୁୁଦାର ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କରିବା ଯୋଗୁଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।ଏପରିକି ଜଗତସିଂହପୁର ବିଧାୟକ ପ୍ରାର୍ଥୀ ଭାବେ ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱୱକୁ ବିରୋଧର ତାତି ଭୁବନେଶ୍ୱରରେ ମଧ୍ୟ  ଦେଖିବାକୁ ମିଳିଛି।ଯାହାକି ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ  ଭୂୂବନେଶ୍ୱର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି।

 

0
0
0
s2sdefault