ହେଡଲାଇନସ୍:

ଭୁବନେଶ୍ୱରରେ ଦିଜଣ ଅପରାଜିତା,ପାଟକୁରାରୁ ବିଜୟ : ମୋହନ ଜେନା ହେଲେ ନିରାଶ, ଯାଜପୁରରୁ ଅମୀୟ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:ପ୍ରକାଶ ପାଇଲା ଵିକେପିର ଆଉ ଏକ ପ୍ରାର୍ଥୀ ତାଲିକା | ଏଥର ତିନୋଟି ଲୋକସଭା ଆଉ ୧୧ଟି ବିଧାନ ସଭା ପାଇଁ |  ଏହି ତାଲିକାରେ ସ୍ଥାନ ପାଇଛନ୍ତି  ଦଳକୁ ପୁଣି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର | ସବୁ କଳ୍ପନା ଜଳ୍ପନାର ଅଂଟା ଘଟାଇ  ତାଙ୍କୁ ଦଳ  ପାଟକୁରାରୁ ପ୍ରାର୍ଥୀ କରିଛି | ପୂର୍ବରୁ ଅପରାଜିତା ଷଢଙ୍ଗିଙ୍କୁ  ଦଳ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କରିଥିବା ବେଳେ  ଉତ୍ତର ଭୁବନେଶ୍ୱରରେ ଦୁଇ ପ୍ରମୁଖ ଅଶାୟୀଙ୍କ ମନ ଉଣା କରି ଦଳ ପ୍ରାର୍ଥୀ କରିଛି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ  |  ସେହିପରି ପୁରୀରେଦଳ ପ୍ରାର୍ଥୀ କରିଛି  ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀଙ୍କୁ ଓ ବିଜେଡି ଛାଡ଼ି ଯୋଗଦେଇଥିବା ବିଧାୟକ ସୁକାନ୍ତ  ନାୟକଙ୍କୁ ଦଳ ନୀଳଗିରିରୁ ପ୍ରାର୍ଥୀ କରିଛି |  ସେହିପରି ଯାଜପୁରରେ ନିରାଶ ହୋଇଛନ୍ତି ବିଜେଡି ଛାଡି ପଦ୍ମ ଧରିଥିବା ପୂର୍ବତନ ସାଂସଦ ମୋହନ ଜେନା | ସେଠାରେ ଦଳ ପ୍ରାର୍ଥୀ କରିଛି ଅମୀୟ ମଲ୍ଲିକଙ୍କୁ | ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ବାଛିବାରେ ଦବଦବା ରହିଛି ଜିଲ୍ଲା(ପୂର୍ବ) ସଭାପତି ବାବୁ ମହାପାତ୍ରଙ୍କର| ସେ ନିଜ ପାଇଁ ମୋରଡା ବିଧାନସଭା ଟିକେଟ ନେବା ସହ ବିଶ୍ୱେଶ୍ୱର ଟୁଡୁଙ୍କୁ ସାଂସଦ ପ୍ରାର୍ଥୀ କରାଇଛନ୍ତି |  ଭଦ୍ରକ ସାଂସଦ ଅର୍ଜୁନ ସେଠି ଦୁଇଦିନ ତଳେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା ବେଳେ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ଭଦ୍ରକ ପାଇଁ ସାଂସଦ ପ୍ରାର୍ଥୀ କରିଛି | ଆହି ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକା ଏହି ମତେ |

ଲୋକସଭା

ମୟୂରଭଂଜନ- ଇଂ ବିଶ୍ୱେଶ୍ୱର ଟୁଡୁ 

ଭଦ୍ରକ- ଅଭିମନ୍ୟୁ ସେଠୀ

ଯାଜପୁର-ଅମୀୟ ମଲ୍ଲିକ

ବିଧାନସଭା

ପାଟକୁରା- ବିଜୟ ମହାପାତ୍ର

ମହାକାଳପଡ଼ା- ବିଜୟ ପ୍ରଧାନ

ଭୁବନେଶ୍ୱର-ଉତ୍ତର- ଅପରାଜିତା ମହାନ୍ତି

ଆଠଗଡ଼-ବ୍ରଜେନ୍ଦ୍ର ରାୟ

ପୁରୀ- ଜୟନ୍ତ ଷଡ଼ଙ୍ଗୀ

ରାଇରଙ୍ଗପୁର- ନବ ଚରଣ ମାଝି

ନିଳଗୀରି- ସୁକାନ୍ତ ନାୟକ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର

ଆଠମଲ୍ଲିକ- ଭାଗୀରଥି ପ୍ରଧାନ

ବାଙ୍କୀ-ଶୁଭ୍ରାଂଶୁ ଶେଖର ପାଢ଼ୀ

ଆନନ୍ଦପୁର- ଆଲୋକ ସେଠୀ

0
0
0
s2sdefault