ହେଡଲାଇନସ୍:

ଭଦ୍ରକରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କୁ ସମର୍ଥନର ସୁଅ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତଙ୍କ ମତ " ମୁଖ୍ୟମନ୍ତ୍ରୀ ନେଇଛନ୍ତି ସଠିକ ନିଷ୍ପତ୍ତି | ଭଦ୍ରକ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସଂଜୀବ ହିଁ ଏକମାତ୍ର ବିକଳ୍ପ !" 

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ରାଜନୀତିରେ ଭଦ୍ରକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଜିଲ୍ଲାରୁ ବହୁ ନେତା ନିଜର ପ୍ରଭାବ ବିସ୍ତାର ଦ୍ୱାରା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି । ଏପରି ଅବସ୍ଥାରେ ଭଦ୍ରକର ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଭଦ୍ରକ ଅନ୍ୟତମ । ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀଟି ଫୋକସରେ ରହିଛି । ଏଠାରେ ବିଧାୟକ ଥିବା ଯୁଗଳ ପଟ୍ଟନାୟକଙ୍କୁ ଦଳ ବିରତି ଦେଇଥିବା ବେଳେ ସଂଜୀବ ମଲ୍ଲିକ (ଭଣୁ)ଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକଟ୍ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗତକାଲି ସଂଜୀବଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମକର୍ତ୍ତା,ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା,ନମିନି,ସରପଞ୍ଚ,ପୈାରପାଳିକାର ୨୦ରୁ ଉର୍ଦ୍ଧ କାଉନସିଲର ଏବଂ ହଜାର ହଜାର ଶୁବେଛୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରାର୍ଥତ୍ୱକୁ ସମର୍ଥନ କରି ଜିଲ୍ଲା ଛାତ୍ର ସଭାତି ତଥାଗତ ସାମଲ,ଭଦ୍ରକ ବ୍ଲକ ଉପାଧ୍ୟକ୍ଷା ଜ୍ୟୋଷ୍ନାମୋୟୀ ରାଉତ,ରାକେଶ ପଣ୍ଡା,ଲାଲା ଲଲିତ ନାୟକ,ମହିଳା ସଭାପତି ପ୍ରତିମା ଜେନା,ସଂଖ୍ୟାଲଘୁ ସହର ସଭାପତି ଶେକ.ସବିର ଅଲ୍ଲି,ତାହେର ମହମ୍ମଦ,ଜିଲ୍ଲା ପରିଷଦ ସଦସ୍ୟ କ୍ଷିରୋଦ ରାଉତ,ମାନବାଧରକାର ସଂଗଠନର ରାଜଲକ୍ଷ୍ମୀ ମହାପାତ୍ର,ସମିତି ସଭ୍ୟ ଯୋଗେନ୍ଦ୍ର ଗୋଡେଇ,ସରପଞ୍ଚ ଭରତ ତ୍ରୀପାଠୀ,ରମେଶ ବେହେରା , ମଉନାବତି ମଲ୍ଲିକ, ଅମୂଲ୍ୟ କୁମାର ଧଳ,ଦେବସ୍ମିତା ମହାନ୍ତି,ଆଶୁତୋଷ ପ୍ରଧାନ,ମୃଣମୟୀ ବେହେରା,ପ୍ରତିମା ଜେନା,କମଳିନୀ ଦାସ,ଦେବିଦତ୍ତ ମହାନ୍ତି,ରାଧେଶ୍ୟାମ ବେହେରା,ମିନାକ୍ଷୀ ପରିଡା,ଜୋଷ୍ନା ମଂଜରୀ ରାଉତ,ଅଞ୍ଜନା ଜେନାଅଞ୍ଜଳୀ ମୁଦୁଲି,ସରୋଜ ଦାସ,କନକଲତା ଦାଶ,ଗଣେଷ ପ୍ରସାଦ ମଲ୍ଲିକ,ପ୍ରୀୟବ୍ରତ ନାୟକ,ମୁକୁନ୍ଦ ସାମଲ,ସସ୍ମିତା ନାଥ,ଶଶଧର ନାୟକ,ଅଶୋକ ମହାନ୍ତି,ମମତା ସିଂ,କାଳନ୍ଦୀ ସିଂ,ମନୋରଂଜନ ପୁହାଣ,ଉର୍ମିଳା ଜେନା,ପ୍ରମିଳା ବେହେରା,ସଂନ୍ଧ୍ୟାରାଣୀ ଧୃପାଳ,ଶ୍ୟାମ ମଞ୍ଜରୀ ଜେନା,ରାଜେନ୍ଦ୍ର କୁମାର ଜେନା,ରଶ୍ମିତା ମହାପାତ୍ର,ସରଶ୍ୱତୀ ସାହୁ,ଅରୁଣିମା  ଖୁଣ୍ଟିଆ,ସଂଜୁଲତା ମହାକୁଡ,ଅନୁପମା ଜେନା ପ୍ରମୁଖ ଦଳୀୟ ପଦପଦବିରେ ଥିବା ନେତାମାନେ ସଂଜୀବଙ୍କୁ ନିଜର ସମର୍ଥନ ଘୋଷଣା କରିଥିଲେ । ଏଥି ସହିତ ଭଦ୍ରକ ଜିଲ୍ଲାର ବହୁ ବୁଦ୍ଧିଜୀବି ଓ ଯୁବ ସଂଗଠକ ମାନେ ସଂଜୀବ ମଲ୍ଲିକ ବିଜେଡି ଟିକଟ୍ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେବେ ଆଗାମି ଦିନରେ ସଂଜୀବ ମଲ୍ଲିକ (ବଣୁ)ଙ୍କ ନେତୃତ୍ୱରେ ଭଦ୍ରକ ନିର୍ବାଚନମଣ୍ଡଳୀର ବିକାଶ ଦୃତ ଗତ୍ତିରେ ହେବ ବୋଲି ଭଦ୍ରକବାସୀ ଆଶା ରଖିଛନ୍ତି । 

0
0
0
s2sdefault