ହେଡଲାଇନସ୍:

ଅପରାଧ ଓ ଅପରାଧିଙ୍କ କେନ୍ଦ୍ରବିନ୍ଦୁ ବଲାଙ୍ଗିର ରାଜ ପରିବାର- କଂଗ୍ରେସ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) - ଭୋଟ ଯେତିକି ପାଖଉଚି, ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ନୀଚସ୍ଥରର ହେବାରେ ଲାଗିଛି |  ବଲାଙ୍ଗୀର ରାଜ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ |  ବଲାଙ୍ଗିର ର ରାଜ ପରିବାର ର ଅନଙ୍ଗ ଉଦୟ ସିଂଦେଓ ଜମିମାଫିଆ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କଂଗ୍ରେସ ନେତା |  ତାଙ୍କର ଅପରାଧିକ ପୃଷ୍ଟଭୂମି କେବଳ ଜମି ମାଫିଆରେ ସିମିତ ନୁହେଁ । ଅହୁରି ମଧ୍ୟ ସେ ବେଆଇନ କିଡିନି ପ୍ରତ୍ୟାରୋପଣ, ଦିବ୍ୟଜ୍ୟୋତି, ଅଭିମନ୍ୟୁ ସାହୁ ହତ୍ୟା କାଣ୍ଡର ମଧ୍ୟ ମାଷ୍ଟର ମାଇଣ୍ଡ ବୋଲି ଗରୁତର ଅଭିଯୋଗ କରିଛି କଂଗ୍ରେସ  । ନିକଟରେ କଫ ସିରାପ ଚୋରା କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ସହ ରାଜ ପରିବାରର ଭଲ ସମ୍ପର୍କ |  ସେ ନିଜେ ଅନ୍ୟକୁ ଅଙ୍କୁଳି ଉଠାଇବା ପୂର୍ବରୁ ନିଜର ଅପରାଧି ପୃଷ୍ଠଭୂମିକୁ ଭୁଲିଯିବା ଉଚିତ ନୁହେଁ ବୋଲି ଆଜି ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ରୋକଠୋକ୍ କରିଛନ୍ତି । ସେ କହିଛନ୍ତି ଗୋଟିଏ ଦିନ ଆଗରୁ ଅନଙ୍ଗଙ୍କ ପ୍ରରୋଚନାରେ ତାଙ୍କ ଦଳରେ ଯୋଗଦେଇଥିବା ନବ ନିଯୁକ୍ତ ଉପ-ସଭାପତି ସ୍ଥାନୀୟ ବିଧାୟକଙ୍କୁ ଆକ୍ଷେପ କରିଥିଲେ । ଆକ୍ଷେପ କରିବା ଆଗରୁ ଅନଙ୍ଗ ଏବଂ ବାରମ୍ବାର ଦଳ ବଦଳ କରୁଥିବା ଜିଲ୍ଲା ଉପ-ସଭାପତିଙ୍କ ଭାଇ ଯିଏ କି ଲୋଇସିଂହା ବ୍ଲକର ଉପାଧ୍ୟକ୍ଷ ଥିବା ସମୟରେ ଚନ୍ଦନ ଭାଟି ଠାରେ ବଡବାବୁ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ କଳାକାଟି ହତ୍ୟା କରିଥିଲେ । ଠିକ୍ ସମାନ ତରିକାରେ ଅଭିମନ୍ୟୁ ସାହୁଙ୍କୁ ଗଳାକାଟି ହତ୍ୟା କରାଯାଇଥିôଲା । ସେ ସମୟରେ ଖୋଦ୍ ଟିଟିଲାଗଡର ବିଜୁ ଜନତା ଦଳର କର୍ମୀମାନେ ଏହି ଘଟଣାରେ ବଲାଙ୍ଗିର ରାଜ ପରିବାରର ପ୍ରତ୍ୟକ୍ଷ ସଂପୃକ୍ତି ସୂଚନା ଦେଇଥିଲେ କିନ୍ତୁ ଅଭିମନ୍ୟୁ ସାହୁ ହତ୍ୟା କାଣ୍ଡର ତଦନ୍ତ ଭାର କ୍ରାଇମ ବ୍ରାଞ୍ଜ ହାତରେ ନ୍ୟସ୍ତ କରି ଅନଙ୍ଗ ତାଙ୍କ ପ୍ରଭାବ ବଳରେ ପ୍ରଭାବିତ କରି ଏହି କେସକୁ ଚପାଇ ଦେବାରେ ସଫଳ ହୋଇଥିଲେ । ଜେଲ ଭୋଗୁଥିବା ଆସାମୀ ଗଣମାଧ୍ୟମକୁ ସ୍ପଷ୍ଟ କହିଥିଲା ଯେ ଏହି ଘଟଣାର ମୁଖ୍ୟ ଚକ୍ରାନ୍ତକାରୀ ଆଜିବି ବାହାରେ ବୁଲୁଛି । ଆହୁରି ବଡବାବୁ ହତ୍ୟାକାଣ୍ଡର ଜେଲ ସଜା କାଟୁଥିବା ଜୟ ପ୍ରକାଶ ପତି ଜିଲ୍ଲା ବିଜେଡି ଉପ-ସଭାପତିଙ୍କ ସାନ ଭାଇ । ଏଣୁ ଅଯଥାରେ କଂଗ୍ରେସ ଦଳକୁ ବଦନାମ କରୁଥିବା ରାଜ ପରିବାର ଏବଂ ତାଙ୍କ ଜିଲ୍ଲା ଉପ-ସଭାପତି କଂଗ୍ରେସ ବିରୁଦ୍ଧରେ ଆଣିଥିବା ଅମୁଳକ ଅଭିଯୋଗ ସଇତାର ବେଦ ପାଠ ସହ ସମାନ ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ବଲାଙ୍ଗିର ରାଜ ପରିବାର ଦିର୍ଘ ବର୍ଷ ହେଲା ସିଲିଂ ବର୍ହିଭୂତ ଜମି କୁ ବେଆଇନ ଭାବେ ପର୍ଯ୍ୟାୟକ୍ରମେ ବିକ୍ରି କରି ଚାଲିଛନ୍ତି ।  ଗଡଜାତ ମିଶ୍ରଣ ପରେ ପ୍ରାୟ ୭୦୦ ଏକର ସିଲିଂ ବର୍ହିଭୁତ ଜମିକୁକ୍ଷମତା ଏବଂ ପ୍ରଭାବ ବଳରେ ବେଆଇନ ଭାବେ ଅକ୍ତିଆର କରି ରଖିଥିଲେ । ଆହୁରି ମଧ୍ୟ ସହରର ମଧ୍ୟସ୍ଥଳରେ ଏକଦା ଅବସ୍ଥିତ ଥିବା ୟୁଥ କ୍ଲବ ଏବଂ ତତ୍ସଂଲଗ୍ନ ତିନିକୋଣିଆ ଜମି ନିଜର ଅକ୍ତିଆରରେ ନେବା ବେଳେ ହାଇକୋର୍ଟ  ହସ୍ତକ୍ଷେଫ ଫଳରେ ଏବଂ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ଜି.ସି.ଦାସ ସରଜମିନ ତଦନ୍ତ କରି ଜମି ରାଜ ପରିବାର ନୁହେଁ ବୋଲି ରିପୋର୍ଟ ଦେଇଥିଲେ  । କିନ୍ତୁ ପରବର୍ତ୍ତି ସମୟରେ ସରକାର ଓ ନିଜର ବ୍ୟକ୍ତିଗତ ପ୍ରଭାବ ବଳରେ ଚଞ୍ଚକତା କରି ସେହି ଜମିକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ  । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଅନଙ୍ଗ ହିଁ ହେଉଛନ୍ତି ଏହି ଜିଲ୍ଲାର ମୁଖ୍ୟ ଜମି ମାଫିଆ । ଏପରି କି ଅନଙ୍ଗ ନିଜେ ନିଜର ଜିବନ ରକ୍ଷା କରିବା ପାଇଁ ବେଆଇନ ଭାବରେ କିଡନି ପ୍ରତ୍ୟାରୋପଣ କରିଛନ୍ତି । ଅଙ୍ଗ ପ୍ରତ୍ୟାରୋପଣ ଆଇନକୁ ସମ୍ପୁର୍ଣ୍ଣ ଉଲ୍ଲଙ୍ଘନ କରି ବିପୁଳ ଅର୍ଥ ବ୍ୟୟରେ ନିଜ ପରିବାରର ବାହାର ଲୋକଙ୍କ ଠାରୁ କିଡନି ନିଜ ପାଇଁ କ୍ରୟ କରିଛନ୍ତି । ଯଦି ସଦ୍ ସାହାସ ଅଛି ତାଙ୍କ କିଡନି ପ୍ରତ୍ୟାରୋପଣ ଆଇନ ସମ୍ମତ ବୋଲି ଏ ସଂକ୍ରାନ୍ତିୟ ଦସ୍ତାବେଜ ସର୍ବସାଧାରଣରେ ଉପସ୍ଥାପନ କରନ୍ତୁ ଓ ନିଜକୁ ଦୋଷମୁକ୍ତ ପ୍ରମାଣ କରନ୍ତୁ ବୋଲି କଂଗ୍ରେସ ଦଳ ଖୋଳା ଆହ୍ୱାନ କରିଛି ।

ସଂପ୍ରତି ବଲାଙ୍ଗିର ଠାରେ ବିପୁଳ ପରିମାଣର କଫସିରଫ ତଥା ନିଶାଦ୍ରବ୍ୟ ଜବତ ହେବା ଘଟଣାରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଜେରା କରିଥିଲା । କିନ୍ତୁ ଶାସକ ଦଳର ଚାପରେ ସେହି ନିଶା ମାଫିଆମାନଙ୍କୁ ଛାଡି ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ନିଶା କାରବାରରେ ମଧ୍ୟ ରାଜ ପରିବାର ପ୍ରତ୍ୟକ୍ଷ ଭାଭେ ସମ୍ପୃକ୍ତ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି  ।

ଏହି ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିିସି ସମ୍ପାଦକ ସୁଦାମ ସାହୁ , ମୁକେଶ ଜୈନ , ଜିଲ୍ଲା କଂଗ୍ରେସ ଉପ ସଭାପତି ସନ୍ତକ ବହିଦାର ଓ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  ।   

 

0
0
0
s2sdefault