ହେଡଲାଇନସ୍:

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକଙ୍କ ସହ ୫୦ରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ):   ବିଜେପି କୃଷକ ମୋର୍ଚ୍ଚ ରାଜ୍ୟ ସଂଯୋଜକ ଅଚୁ୍ୟତ ଦାସ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡା. ସୁଦାମ ସାହୁ, କୃପାସିନ୍ଧୁ ସାହୁ, ବରଗଡ଼ ଜିଲ୍ଲା ଲାଉମୁଣ୍ଡା ଜୋନ୍‍ ମଣ୍ଡଳ ସଭାପତି ଡୋଲାମଣି ସାହୁ, ସାହିପାଲି ଜୋନ୍‍ ମଣ୍ଡଳ ସଭାପତି ଦିବାକର ଦରୁଆଙ୍କ ସମେତ ୫୦ରୁ ଉର୍ଧ୍ଵ  ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କ ନେତୃତ୍ୱରେ ଆଜି ନବୀନ ନିବାସ ଆସି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀମାନଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବରଗଡ଼ ଜିଲ୍ଲା ସହ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଯୋଗଦେବା ଅବସରରେ ଅଚୁ୍ୟତ ଦାସ କହିଥିଲେ ଯେ ସ୍ଥାନୀୟ କର୍ମୀ ଓ ନେତୃବୃନ୍ଦଙ୍କୁ ରାଜ୍ୟ ତଥା ଜିଲ୍ଲା ବିଜେପି ଅଣଦେଖା କଲା । ରାମ ରାଜ୍ୟ ହେବାର ସ୍ୱପ୍ନ ନେଇ ବିଜେପିରେ କର୍ମୀମାନେ କାମ କରୁଥିଲେ । କିନ୍ତୁ ଧୀରେ ଧୀରେ ଜଣାପଡିଲା ଯେ ଦଳରେ ମୋଗଲ ଶାସନ ଚାଲିଛି । ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପଯୁକ୍ତ ପ୍ରାର୍ଥୀ ଥିବାବେଳେ ବାହାରୁ ଆଣି ବିଜେପି ପ୍ରାର୍ଥୀ କରିବାରୁ କର୍ମୀମାନେ ଅତିଷ୍ଠ ହୋଇ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାରୁ ଆମେ ସମସ୍ତେ ଆନନ୍ଦିତ ବୋଲି ଶ୍ରୀ ଦାସ କହିଥିଲେ ।

 

0
0
0
s2sdefault