ହେଡଲାଇନସ୍:

ବିଜେଡ଼ି ପାଖରେ କୌଣସି  ଚିଠା ନାହିଁ, ପିଠା ରହିଛି : କେଭି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ,ବିଜେପିରେ ଯୋଗଦେଲେ ଶହ ଶହ   ବିଜେଡ଼ି କର୍ମୀ 

ଟିଟିଲାଗଡ଼, (ସୁନୀଲ ବେହେରା ) : ଟିଟିଲାଗଡ଼ ରେ ବିଜେପି ମିଶ୍ରଣ ପର୍ବ ର ସର୍ବେ ପ୍ରଥମେ ମାଁ ଘଣ୍ଟାଶୁଣି ମନ୍ଦିର ଠାରେ ବହୁମାତ୍ରାରେ ବିଜେପି କର୍ମୀ ଏକତ୍ର ହୋଇ ମାଁ ଘଣ୍ଟାଶୁଣିଙ୍କୁ  ପୂଜା ଅର୍ଚ୍ଚନା କରି ଏକ ବାଇକ ଶୋଭାଯାତ୍ରାରେ ଟିଟିଲାଗଡ଼ ସହର ପରିକ୍ରମା କରି ବଜେପିର  ପ୍ରଚାର ପ୍ରସାର ଆରମ୍ଭ କରିଥିଲେ । ପରେ ମହାବୀର ପଞ୍ଚାୟତ ଧମର୍ଶାଳା ଠାରେ ଅନୁଷ୍ଠିତ  ବିଜେପିର ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ବିଜେପି ବିଧାୟକ କନକବର୍ଦ୍ଧନ ସିଂଦେଓ ଓ ବଲାଙ୍ଗିର ସାଂସଦ ପ୍ରାର୍ଥୀ  ସଙ୍ଗିତା କୁମାରୀ ସିଂଦେଓ,ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା, ନଗର ସଭାପତି ଚେୟାରମେନ ବାଗ,ଜିଲ୍ଲା ପରିଷଦ ଦିଲିପ ଖର୍ସେଲ ସର୍ବ ପ୍ରଥମେ ବିଜେପିରେ ଯୋଗ ଦେଇଥିଲେ | ଟିଟିଲାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବହୁ ପୁରାତନ ବିଜେଡ଼ି କର୍ମୀ ପିତାମ୍ବର ବଗର୍ତ୍ତୀ ଏହି ମଞ୍ଚରେ ନୂତନ ଭାବେ ସହସ୍ର  ବିଜେଡ଼ି କର୍ମୀଙ୍କ ସହ  ଏହି ବିଜେପିର ମିଶ୍ରଣ ପର୍ବ ରେ ମିଶି  ଥିଲେ । ଟିଟିଲାଗଡ଼ ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ନେତୃତ୍ୱରେ ପୂର୍ବତନ ବିଜେଡି ନଗର ସଭାପତି ପ୍ରମୋଦ ସରାଫ,ପୂର୍ବତନ ବିଜେଡି ସରପଞ୍ଚ ସଂଘ ସଭାପତି ପ୍ରଦୀପ ସାହୁ,ପୂର୍ବତନ କାଉନସିଲର ପ୍ରକାଶ ସରାଫ,ଲିଙ୍ଗରାଜ ସାହୁ,ପୂର୍ବତନ ସରପଞ୍ଚ ହୃଷିକେଶ ସାହୁ,ହରିହର କଟା,ପୀତବାସ ବାଗ,ସମିତିସଭ୍ୟ ବୀର ପୋଢ, ଟିକ ମାଝୀ, ଇନ୍ଦ୍ର ବାଗ, ନୃପ ଶବର, ଲିଙ୍ଗରାଜ ତରାଇ, ବଲଦେବ ଶିକା, ଉତ୍ତମ ମାଝୀ, ଅରୁଣ ସାହୁ, ଯୁଗଲ ସାହୁ ପ୍ରମୁଖ ବିଜେପିରେ  ଯୋଗ ଦେଇଥିଲେ ଓ ସମସ୍ତ ନୂତନ କର୍ମୀଙ୍କୁ ଶ୍ରୀ ସିଂଦେଓ,ସଙ୍ଗିତା ସିଂଦେଓ ଓ ଅଶୋକ ଦୋରା ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ପରିଚାନା କରିଥିଲେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ଓ ରାଜେଶ ପ୍ରଧାନ । ପ୍ରଥମେ ପୂର୍ବତନ  ଟାଉନ ନଗରପାଳ ଶ୍ରୀ ଦାଶ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଟିଟିଲାଗଡ଼ ଜିଲ୍ଲା ପାଇଁ ଏନଏସି ନିର୍ବାଚନକୁ ବର୍ଜନ କରାଯାଇ ଥିଲା  | କିନ୍ତୁ ବିଜେଡ଼ି ବିଧାୟିକା ପ୍ରତିଶ୍ରୁତି ଦେଇ କହିଥିଲେ ଟିଟିଲାଗଡ଼ ଏନଏସି  ନିର୍ବାଚନ କରାଯାଉ | ମୁୁ ୫ବର୍ଷ ଭିତରେ ଟିଟିଲାଗଡକୁ  ଜିଲ୍ଲା ଘୋଷଣା କରାଇବି | କିନ୍ତୁ ତାଙ୍କ ୫ବର୍ଷ ପୂରଣ ହୋଇଗଲା ଟିଟିଲାଗଡ଼ ଜିଲ୍ଲା ହୋଇପାରିଲା ନାହିଁ । ସେ ଆଉ ଗୋଟାଏ କଥା କହୁଛନ୍ତି ଯେ, ଟିଟିଲାଗଡ଼ ଓଭରବ୍ରିଜ଼  ମୁଁ କରିଲି ବୋଲି କହୁଛନ୍ତି ତାହା ଏକ ମିଛ | ଗୋଟିଏ ରୋଗୀଙ୍କୁ ଟିଟିଲାଗଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଲେ ହାଟପଦା ଫାଟକ ପଡ଼ିରହି ଥିବାରୁ ସେହି ରୋଗୀର ମୃତ୍ୟୁ ହୋଇ ଯାଇଥିବାରୁ ହାଟପଦା ଜଣସାଧାରଣ ଆଠ ଘଣ୍ଟା ଟ୍ରେନକୁ ଅଟାକାଇରଖିଥିବାରୁ ଡ଼ି.ଆର.ଏମ. ଆସି ପ୍ରତିଶ୍ରୁତି ଦେଇଥିଲେ । ଅତି ଶୀଘ୍ର ଓଭରବ୍ରିଜ ନିର୍ମାଣ କରାଯିବ ବୋଲି କହିଥିଲେ । ପୂର୍ବତନ ସରପଞ୍ଚ ସଂଘ ସଭାପତି ଶ୍ରୀ ସାହୁ କହିଥିଲେ ଯେ ଟିଟିଲାଗଡ଼ ବ୍ଲକ ଦିନକୁ ଦିନ ଦୁର୍ନିତିର ଗନ୍ତାଘର ସାଜିଛି | ବିଡ଼ିଓ, ଜେଇ, ଇଓ ଟିଟିଲାଗଡ଼ ବିଧାୟିକାଙ୍କ ଘରେ ଆଡ଼ାସ୍ଥଳ ପାଲଟିଛି ଓ ପିସି ଖାଇବାର କାରବାର ଚଲାଇଛନ୍ତି ବୋଲି ସେ ବିଧାୟିକାଙ୍କୁ ସିଧା ସଲଖ ଟାର୍ଗେଟ କରିଥିଲେ | ,ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ତାଙ୍କ ଅଭିଭାଷଣରେ କହିଥିଲେ ।  ୨୦ବର୍ଷ ଶାସନରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓଡ଼ିଆରେ ଭାଷଣ ଦେଇଜାଣନ୍ତି ନାହିଁ । କେବଳ କାଗଜରେ ଲେଖା ହୋଇଥିବା ଭାଷଣ ପଢ଼ନ୍ତି । କେନ୍ଦ୍ର ବିଜେପି ସରକାର ମାତ୍ର ୫ବର୍ଷରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଚିଠା ନେଇ ଲୋକଙ୍କ ପାଖକୁ ଯାଉଛି | ହେଲେ ବିଜେଡ଼ି ପାଖରେ କୌଣସି  ଚିଠା ନାହିଁ ପିଠା ରହିଛି ଓ କାଲିଆ ଯୋଜନା ରହିଛି |ଏବେ ଆମେ ଓଡ଼ିଶାରେ ବିଜେଡ଼ି ମୁକ୍ତ ସରକାର ଅତ୍ୟାବଶ୍ୟକ  । ମୋଦି ସରକାରଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଲୋକେ ଏବେ ବିଜେପି ମୁହାଁ ହେଉଛନ୍ତି । ବଲାଙ୍ଗିର ଜିଲ୍ଲାରେ ବିକାଶ ହେଉ ବୋଲି ନବୀନ ବାବୁଙ୍କ ଇଛାଶକ୍ତି ନାହିଁ । ଟିଟିଲାଗଡ଼ ଜଳସେଚନ ସୁବିଧା ନାମକୁ ମାତ୍ର | ,ଲୋକେ ଶିକ୍ଷା ଓ ସ୍ୱାସ୍ଥସେବା ପାଇ ପାରୁନାହାନ୍ତି ହେଲେ ଲୋକଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରୁଛନ୍ତି ବୋଲି କଟାକ୍ଷ କରିଥିଲେ । କେନ୍ଦ୍ର ସରକାଙ୍କ ବିଭିନ୍ନ ଯୋଜନାକୁ ନିଜ ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ରରେ ମୋଦି ଓ ଓଡ଼ିଶାରେ ଓଡ଼ିଆ ଜାଣୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଆହ୍ୱାନ ଜଣାଇଥିଲେ । ବିଜେଡ଼ି ରୁ ବିମୁଖ ହୋଇ ଟିଟିଲାଗଡ଼ ଅଞ୍ଚଳ ବାସୀ ବରିବର୍ତ୍ତନ ଚାହୁଥିବାର ଆଭାସ ହେଉଛି । ତେବେ ସରକାର ବଦଳିଲେ  ଟିଟିଲାଗଡ଼ ବିକାଶ ହେବ ବୋଲି କହିଥିଲେ । ଶେଷରେ ବିଧାୟକ ପ୍ରାର୍ଥି ଶ୍ରୀ ଦୋରା ଟିଟିଲାଗଡ଼ ଅଞ୍ଚଳର ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି କର୍ମୀ  ଆଲୋକ ନାୟକ,ସଞ୍ଜୟ ତ୍ରୀପାଠୀ,ଅଶୋକ ଭୋଇ,ଗୁଲାପ ସୋନୀ,ଚିନ୍ତାମଣି ସାହୁ,ଦିଲିପ ବେହେରା,ହିମସାଗର ତାଣ୍ଡି,ରାଜୁ ରାଓ,ବିଶ୍ୱଜିତ ଦାଶ, ରଶ୍ମି ରଞ୍ଜନ ଖମାରୀ,ପବିତ୍ର,ଲିଙ୍ଗରାଜ ନାୟକ,ଅଶୋକ ମିଶ୍ର,ପ୍ରମୁଖ ଉପସ୍ଥିତ ଥିଲେ ।.

 

 

 

0
0
0
s2sdefault