ହେଡଲାଇନସ୍:

ବରଗଡ଼ ଅଙ୍କ ଗୋଳମାଳ : ଜିଲା ପରିଷଦ ଟଳମଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ଜିଲା ପରିଷଦ ସଭ୍ୟ ଓ ପ୍ରଶାନ୍ତ ମାଝି

Bargarh/Bhubaneswar (ଶାସକ ପ୍ରଶାସକ )- ଏବେ ରୋଚକ ସ୍ଥିତିରେ ପହଂଚିଛି ବରଗଡ଼ ଜିଲ୍ଲା ରାଜନୀତି | ଆଉ ଟଳମଳ ସ୍ଥିତିରେ ବରଗଡ ଜିଲା ପରିଷଦ ପରିଚୟ ।  ବିଜେପି ହେପାଜତରେ ଥିବା ୩୪ ସଂଖ୍ୟା ବିଶିଷ୍ଟ ଏହି ଜିଲା ପରିଷଦର ଅଙ୍କ ଗୋଳମାଳ ହୋଇଯିବା ପରେ ଏବେ ପରିଷଦ ବିଜେପି ହାତରେ ନ ରହିବାର ଆଶଙ୍କା ସୃଷ୍ଟି ହୋଇଛି | ଆଉ ସେ ଚର୍ଚାକୁ ଏବେ ତ୍ବରଣ ଯୋଗାଇଛି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ୯ ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ପ୍ରଶାନ୍ତ ମାଝି  ନବୀନ ନିବାସରେ  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ | 

PRASANT MAJHI
PRASANT MAJHI

ଗତ ୨୦୧୭ ନିର୍ବାଚନରେ ବିଜେପି ଦଳ ସମର୍ଥିତ ୨୫ଜଣ ବିଜୟୀ ହୋଇଥିବାବେଳେ ବିଜେଡିର ମାତ୍ର ୯ ଜଣ ଜିଲା ପରିଷଦ ସଭ୍ୟ ବିଜୟ ଲାଭ କରିଥିଲେ । ସଂଖ୍ୟା ଗରିଷ୍ଠତା  ଦୃଷ୍ଟିରୁ ବିଜେପି ଜିଲା ପରିଷଦକୁ ଅକ୍ତିଆର କରିଥିଲା ।  ବିଜେପି ନେତୃମଣ୍ଡଳୀଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଏବେ ବିଜେପିର ୯ଜଣ ଜିଲା ପରିଷଦ ସଭ୍ୟ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ଏବେ ବିଜେଡିରେ ସଭ୍ୟ ସଂଖ୍ୟା ୧୮ । ପରିଷଦ ଗଠନରେ ସଂଖ୍ୟା ଗରିଷ୍ଠତାକୁ ଦେଖିଲେ ଏବେ ବିଜେଡି ପାଖରେ ସେହି ସଂଖ୍ୟା ରହିଛି । ଅନ୍ୟ ପକ୍ଷରେ ବିଜେପିର ଜିଲା ଉପସଭାପତି ପ୍ରଶାନ୍ତ ମାଝି ମଧ୍ୟ ଦଳର କାର୍ଯ୍ୟକଳାପରେ ଅତିଷ୍ଠ  ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ଜିଲା ପରିଷଦ ସଭ୍ୟା ସଂଯୁକ୍ତା ମାଝି ହେଉଛନ୍ତି ଭାଜପାର ଜିଲା ଉପସଭାପତି ପ୍ରଶାନ୍ତ ମାଝିଙ୍କ ପତ୍ନୀ  । ଏହି ଦୁଇ ପତିପତ୍ନୀ ବହୁ ବର୍ଷ ପୂର୍ବରୁ ବଜରଂଗ ଦଳ ସହିତ ଜଡିତ ହୋଇ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଏପରିକି ଶ୍ରୀ ପ୍ରଶାନ୍ତ ମାଝି ଓଡିଶା ବରରଂଗ ଦଳର ରାଜ୍ୟ ସଭାପତି ଥିଲେ । ଏପରିକି ସେ ପଶ୍ଚିମ ଓଡିଶାର ଜଣେ ସୁସଂଗଠକ ଭାବରେ ଜଣାଶୁଣା ଅଟନ୍ତି । ସଂଯୁକ୍ତା ମାଝି ଗତ ନିର୍ବାଚନରେ ବିଜେପିରୁ ଜିଲା ପରିଷଦ ସଭ୍ୟାଭାବରେ ନିର୍ବାଚିତ ହୋଇଥିଲେ । ପରିଷଦ ଗଠନବେଳେ ସଂଯୁକ୍ତା ମାଝିଙ୍କ ସମସ୍ତ ଯୋଗ୍ୟତା ଥାଇ ତାଙ୍କୁ ଦଳ ଅଣଦେଖା କରିବାରୁ ଦୁଇ ପତିପତ୍ନି ଅସନ୍ତୁଷ୍ଟ ହୋଇ ଦଳୀୟ କାର୍ଯ୍ୟକଳାପରୁ ଦୁରେଇ ରହି ଠିକଣା ସମୟରେ ଏହାର ସଠିକ ଜବାବ ଦେବାକୁ ସମୟକୁ ଅପେକ୍ଷା କରି ରହିଥିଲେ । ଦଳକୁ ଠିକ ପାନେ ଦେବାକୁ ଦୁଇ ପତିପତ୍ନି ଅନେକ ଦିନ ଧରି ଏହି କାର୍ଯ୍ୟରେ ଲାଗି ରହି ନିର୍ବାଚିତ ମହିଳା ସଦସ୍ୟମାନଙ୍କ ସହିତ ଯୋଗାଯୋଗରେ ରହିଥିଲେ ।ସେଥିରେ ସଫଳ ମଧ୍ୟ ହେଲେ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ଦଳ ତ୍ୟାଗ କରିଥିବା ଜିଲା ପରିଷଦ ସଭ୍ୟସଭ୍ୟାମାନେ ପଦ୍ମପୁରଠାରେ ବିଜେଡି ଜିଲା ସଭାପତି ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ଆଜି ପ୍ରଶାନ୍ତ ମାଝି ସମେତ ବିଜେଡିରେ ଯୋଗଦାନ କରିଥିବା ଜିଲା ପରିଷଦ ସଭ୍ୟସଭ୍ୟାମାନେ ଭୁବନେଶ୍ୱର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିଛନ୍ତି । ୯ଜଣ ଜିଲା ପରିଷଦ ସଭ୍ୟସଭ୍ୟା ବିଜେପି ଦଳ ତ୍ୟାଗ କରିବା ପରେ ବରଗଡ ଜିଲା ପରିଷଦର ଅବସ୍ଥା ଏବେ ଟଳମଳ ହେଉଛି । ଚର୍ଚ୍ଚା ଜୋର ଧରିଛି ସାଧାରଣ ନିର୍ବାଚନ ସରିଲେ ବିଜେଡି ପକ୍ଷରୁ ଜିଲା ପରିଷଦକୁ ଦଖଲ କରାଯିବା ପାଇଁ ପ୍ରକି୍ରୟା ଆରମ୍ଭ କରାଯିବ । ବରଗଡ ଜିଲାରେ ବିଜେପି ଦୁର୍ଗର ପତନ ହେବାର ଝଲକ ଏବେ ବିଜେପି ଶିବିରରେ ଦେଖିବାକୁ ମିଳୁଛି ।  

 

0
0
0
s2sdefault