ହେଡଲାଇନସ୍:

ବଲାତ୍କାରୀ ପ୍ରତି ପୋଲିସର ଏତେ ଦରଦ କିଆଁ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଭିଯୁକ୍ତ ଗିରଫ ନହେଲେ କାଲିଠାରୁ ଥାନାରେ ଦେବେ ଧାରଣା 

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା  ଫାଣ୍ଡି ଅନ୍ତର୍ଗତ ଏରିଆର ଏକ କଲୋନୀରେ  ଜଣେ ଆଦିବାସୀ ଝିଅକୁ  ଗାନ ବଳାତ୍କାର  ହୋଇଛି। ଅନ୍ୟ ପକ୍ଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି | ଯଦି ତୁରନ୍ତ ପୋଲିସ ସେମାନଙ୍କୁ ଗିରଫ ନକରେ  ତେବେ ଥାନା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତୁ ପୀଡିତା | 

 ପିଡ଼ିତାଙ୍କ କହିବା  ଅନୁଯାୟୀ ଗତ୨୪ତାରିଖରେ ସେ ତାଙ୍କ କଲୋନୀ ରେ ଘର ସାମ୍ନାରେ ଠିଆ ହୋଇ ଥିଲେ | ସେହି ସମୟରେ ସୁଦୀପ ମିଶ୍ର ବୋଲି ଜଣେ ଯୁବକ ତାଙ୍କୁ ଦୁଆର ମୁହଁରେ ଠିଆ ହୋଇଥିବା ଦେଖି ତାଙ୍କୁ ଘର ଭିତରକୁ ଠେଲି ଦେଇ ତାଙ୍କ ମୁହଁ ଓ ଗୋଡ଼ ହାତରେ କପଡ଼ା ବାନ୍ଧି ଦେଇ ତାର ସାଙ୍ଗମାନଙ୍କୁ ଫୋନ କରି ଡାକି ଥିଲା  |  କବାଟ ବନ୍ଦ କରି ପିଡ଼ିତା ସହିତ ମିଶ୍ର ଧର୍ଷଣ କରିଥିଲା |   ନନ୍ଦୁ ବୋଲି ଆଉଜଣେ ପିଲା ଝିଅ ର କପଡା ସବୁ ଫଡାଫୁଡି କରି ଥିଲା | କିନ୍ତୁ ଆଉ ଦୁଇ ଜଣ ଯୁବକ ମୁହଁରେ କପଡ଼ା ବାନ୍ଧିଥିବାରୁ ପିଡ଼ିତା ଚିହ୍ନି ପାରିନଥିଲେ |  ସେମାନେ ବଲାତ୍କାରବେଳର  ଅଶ୍ଳୀଳ ଛବି କେମେରା ଯୋଗେ ସୁଟ କରିଥିଲେ| ସୁଦୀପ ପରେ ନନ୍ଦୁ ମଧ୍ୟ ଧର୍ଷଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ସମୟରେ ଝିଅ କେମିତି କରି ପାଟି ଜୋରରେ କରିଥିବାରୁ ଲୋକମାନେ ଦୌଡ଼ି କି ଆସି ପହଂଚି ଥିବାରୁ ୪ଜଣ ଦୁର୍ବୃତ୍ତ  ସେଠାରୁ ଫେରାର ହୋଇଯାଇଥିଲେ | ଏହି ବିଷୟରେ ସାଙ୍ଗେ ସାଙ୍ଗେ କଅଁରମୁଣ୍ଡା ଫାଣ୍ଡି ରେ ପିଡ଼ିତା ନିଜ ଅଭିଯୋଗ ଦାୟର କଲେ| ଅଭିଯୋଗ ରେଜିଷ୍ଟ୍ରେସନ ମଧ୍ୟ ହେଲା କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା,୪ଦୁର୍ବୃତ୍ତ  ଖୋଲା ବୁଲୁଥିବା ରୁ ପିଡ଼ିତା ସୁନ୍ଦରଗଡ଼ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କ ଅଭିଯୋଗ କରିଛନ୍ତି | ସେ ସେଥିରେ ଉଲେଖ କରିଛନ୍ତି ଯଦି ୪ଜଣ ଙ୍କୁ ୩୦ତାରିଖ ସୁଦ୍ଧା ଆରେଷ୍ଟ ନ କରାଯାଏ ତାହେଲେ ପିଡ଼ିତା ଆରକ୍ଷୀ ଅଧିକାରୀ ଙ୍କ ଅଫିସ ଆଗରେ ଧାରଣା ଦେବେ |

 

0
0
0
s2sdefault