ହେଡଲାଇନସ୍:

ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ହେଲେ ମାରୁତ ପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ଭାବେ ମାରୁତ ପାଳଙ୍କୁ ନିଯୁକ୍ତ କରିଛନ୍ତି । ସେହିକ୍ରମରେ କେ. ଆପ୍ପା ରାଓଙ୍କୁ ଗଜପତି ଜିଲ୍ଲା ବିଜେଡ଼ି ଉପ-ସଭାପତି, ପ୍ରସନ୍ନ ରଇତ ଓ ସୁନେଶ ରଇତଙ୍କୁ ଗଜପତି ଜିଲ୍ଲା ବିଜେଡି ସଂପାଦକ, ଡି. ଜଗନ୍ନାଥ ରାଜୁଙ୍କୁ ବିଜୁ କୃଷକ ଜନତା ଦଳ ଗଜପତି ଜିଲ୍ଲା ସଭାପତି, ଏସ. ଲିଙ୍ଗରାଜୁଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା ସଭାପତି, ଲେଙ୍କା ସିମାଦ୍ରୀଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସନ୍ତୋଷ ଜେନାଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା ଉପ-ସଭାପତି, ଲଳିତ ମୋହନ ପାତ୍ରଙ୍କୁ ଗଜପତି ଜିଲ୍ଲା ଯୁବ ବିଜେଡି ସଂପାଦକ ଭାବେ ନିଯୁକ୍ତି କରିଛନ୍ତି । ସେହିପରି କେ. ଶଙ୍କରଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ସଭାପତି, ଜିୟୁଶ୍ୟା ମଣ୍ଡଳଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ଉପ-ସଭାପତି, ଦେବ ସାହୁଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ସଂପାଦକ, ସଂଯୁକ୍ତା ବେହେରାଙ୍କୁ ଗଜପତି ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି, ସୁରେନ୍ଦ୍ର ପାଳଙ୍କୁ ବିଜେଡ଼ି ସଂଖ୍ୟାଲଘୁ ସେଲ୍‍ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କୁ ପାରଳାଖେମୁଣ୍ଡି ବିଜେଡି ନଗର ସଭାପତି, ରୋକମ ରାମ ପ୍ରସାଦଙ୍କୁ ବିଜେଡ଼ି କାଶିନଗର ବ୍ଲକ ସଭାପତି, ସି.ଏଚ୍‍. ଇଶ୍ୱର ରାଓଙ୍କୁ ବିଜେଡ଼ି ଗୋସାଣି ବ୍ଲକ ସଭାପତି, ଇନୁସ୍‍ ଶବରଙ୍କୁ ବିଜେଡ଼ି ଗୁମ୍ମା ବ୍ଲକ ସଭାପତି, ରଘୁ ରାମ ସାହୁଙ୍କୁ ବିଜେଡ଼ି କାଶୀନଗର ଏନ୍‍ଏସିି ସଭାପତି, କେ. ଭେଙ୍କଟ ରାଓଙ୍କୁ ବିଜେଡ଼ି କାଶୀନଗର ଏନ୍‍ଏସିି ଉପ-ସଭାପତି, କେ. ତ୍ରିପତି ରାଓଙ୍କୁ ଯୁବ ବିଜେଡ଼ି କାଶୀନଗର ଏନ୍‍ଏସିି ସଭାପତି ଭାବେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault