ହେଡଲାଇନସ୍:

ପୋଲିସ ଡିଜି ବିଜେଡିର ସେକେଟ୍ରି ଜେନେରାଲ ଭାବେ କାମ କରୁଛନ୍ତି - ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୟପୁର – ଓଡିଶା ପୋଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶଷତଃ ଗଞ୍ଜାମ ଜିଲ୍ଲାର ଜଣେ- ଦୁଇ ଜଣ ପୋଲିସ ଅଧିକାରୀ ଆଉ ପୋଲିସ ହୋଇନାହାନ୍ତି । ନିରପେକ୍ଷତା ରାଜ୍ୟ ପୋଲସି ଡିଜିଙ୍କ ଠାରୁ କରାଯାଏନାହିଁ । ପୋଲିସ ଡିଜି ଓଡିଶା ବିଜୁ ଜନତା ଦଳର ସେକେଟ୍ରି ଜେନେରାଲ୍ ଭାବେ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ଏ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୋଲିସ ଡିଜିଙ୍କର ଦୁଇ ଜଣ ଅଧିକାରୀ ବିଜେଡିର ବଚସ୍କର ସାଜିଥିବା ବେଳେ ରାଜନୈତିକ ପ୍ରତିପକ୍ଷଙ୍କୁ ଧମକେଇବା, ଅତ୍ୟାଚାର ଓ ହାରାସ କାମରେ ଲାଗିଛନ୍ତି ।ପ୍ରଜାତନ୍ତ୍ରରେ ଏହା ନିନ୍ଦନୀୟ ବୋଲି ସେ କହିଥିବା ବେଳେ ଏନେଇ ନିର୍ବାଚନ ଆୟୋଗକୁ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଅନ୍ୟ ଏକ ପୃଥକ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀତ୍ୱ ଗୋଟେ ମହତ୍ୱପୂର୍ଣ୍ଣ ବିଷୟ । ସାଢେ ୪ କୋଟି ଓଡିଆ ଲୋକମାନଙ୍କ ଭିତରୁ ୩ କୋଟି ୨୪ ଲକ୍ଷ ଭୋଟର ଏଥର ପରିବର୍ତନ ପାଇଁ ନିର୍ବାଚନ ଲଢୁଛନ୍ତି । ଏଥର ପ୍ରାର୍ଥୀତ୍ୱ ଗୌଣ ହେବ । ପ୍ରଧାନମନ୍ତ୍ରୀ କିଏ ହେବ, ଓଡିଶାର ଶାସନର ଡୋରୋ କେଉଁ ମତ ପାଖରେ ରହିବ, ସ୍ଥିର ସରକାର ନା ଅସ୍ଥିର ସରକାର ହେବ, ବିକାଶ କରୁଥିବା ନା ଦୁର୍ନୀତି ସରକାର ରହିବ ଏ ଗୁଡିକ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି ବୋଲି ସେ କହିଛନ୍ତି ।

0
0
0
s2sdefault