ହେଡଲାଇନସ୍:

ଷଡଯନ୍ତ୍ରର ଶିକାର (!)ହୋଇଥିବା ଜାକବ ଦଳରୁ ଦେଲେ ଇସ୍ତଫା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜି ଉଦୟଗିରି/ଗଗନ କୁମାର ପ୍ରଧାନ :  ରାଜ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ  ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ଜାକବ ପ୍ରଧାନ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଏହା ସହିତ ସେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି |

୨୦୧୪ ନିର୍ବାଚନରେ ଜାକବ ୧୦ ହଜାରରୁ ଅଧିକ ଭୋଟରେ  ବିଜେଡି ଏବଂ ବିଜେପିକୁ ଧରାଶାୟୀ କରି କଂଗ୍ରେସର ଗଡ଼ ରକ୍ଷା କରିଥିଲେ |  ହେଲେ ୨୦୧୯ ରେ ଦଳ ତାଙ୍କୁ ଦଳୀୟ ଟିକେଟ ଦେଇନାହିଁ |  ଯାହା ପାଇଁ ଜାକବଙ୍କ ସମର୍ଥକ ଏବଂ କଂଗ୍ରେସପ୍ରେମୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି |  ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଜାକବ ବେଶ ଲୋକ ପ୍ରିୟ ନେତା ଥିଲେ | ତା ସହ ସଂଖ୍ୟାଲଘୁଙ୍କ ଅତି ନିକଟତର ନେତା ଥିଲେ | ବର୍ତମାନ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଏବଂ କଂଗ୍ରେସରୁ ଇସ୍ତଫା ଦେଇ ଥିବା ବିଧାୟକ ଜାକବ ନାମାଙ୍କନ କାଏମ  ଅଛି |  ଉଭୟ ଦୁଇ ନେତା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ,ଯାହାକି କଂଗ୍ରେସର ଭୋଟ ଦୁଇଭାଗ ହେବା ନେଇ ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି | ଘଟଣା ସମ୍ପର୍କରେ ଜାକବ ପ୍ରଧାନ କହିଥିଲେ ଦଳର ଦୁର୍ଦ୍ଦିନରେ ମୋତେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀବାସି ନିର୍ବାଚିତ କରି ଥିଲେ | ନିର୍ବାଚିତ ହେବା ପରେ ଲୋକାଙ୍କ ଦୁଃଖ ସୁଖର ସାଥି ହୋଇଛି | ମୋର ଲୋକପ୍ରିୟତା କୁ କିଛି ଲୋକ ସହି ପରି ମବିରୋଧରେ ଏବଂ କଂଗ୍ରେସକୁ ପରାଜିତ କରିବା ପାଇଁ  ଷଡଯନ୍ତ୍ର କରିଛନ୍ତି | ଜନସାଧାରଣ ଏହାର ଜବାବ ଦେବେ ବୋଲି ଜାକବ କହିଛନ୍ତି | ସେ କଂଗ୍ରେସ ପରିବାରର ସଦସ୍ୟ ଘର ଛାଡିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହି ଭାବ ବିହ୍ୱଳ ହୋଇ କହିଥିଲେ | ସ୍ୱାଧୀନ ପ୍ରାର୍ଥୀ ହେବା ପରେ ମଧ୍ୟ କଂଗ୍ରେସ ପ୍ରତି ଜାକବ ଅଙ୍କ ସମ୍ମାନ ରହିଛି ଏବଂ ରହିବ . ରାହୁଲ ଗାନ୍ଧୀ ତାଙ୍କର ନେତା ବୋଲି କହି ପ୍ରତିକ୍ରିୟା ଦେବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଥିଲେ |   ଜନସାଧାରଣଙ୍କ ଅତି  ନିକଟତର ଥିଲେ ଜାକବ | ପ୍ରତ୍ୟକ ମୁହୁର୍ତରେ ଲୋକାଙ୍କ ସହ ଦୁଃଖ ସୁଖର ସାଥି ଥିଲେ | ଘୁ  ଉଦୟଗିରି ନିର୍ବାଚନ ସହିତ କନ୍ଧମାଳ ଜ଼ିଲ୍ଲାର ବିକାଶଜ ଜାକବଙ୍କ ମୂଳ ଲକ୍ଷ ଥିଲା ଏବଂ ବିକାଶ ହୋଇଥିବା ମଧ୍ୟ କହିଛନ୍ତି | ସ୍ୱାଧୀନରେ ମଧ୍ୟ ବିପୁଳ ସଂଖ୍ୟାରେ ତାଙ୍କ ସମର୍ଥକ ଭୋଟ ଦେଇ ନିର୍ବାଚିତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରି ଛନ୍ତି |

0
0
0
s2sdefault