ହେଡଲାଇନସ୍:

" ନ୍ୟୁନତମ ଆୟ ଯୋଜନା ଘୋଷଣା ଏକ ଐତିହାସିକ ନିଷ୍ପତ୍ତି  "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନ୍ୟୁନତମ ଆୟ ଯୋଜନା ଗରିବୀ ଦୂରୀକରଣ  ସଂପର୍କରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାୟଗଡା (ସରୋଜ ସାହୁ ) – ଜାତୀୟ କଂଗ୍ରେସ ଘୋଷଣା କରିଥିବା ନ୍ୟୁନତମ ଆୟ ଯୋଜନା ଉପରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଦୁର୍ଗାପ୍ରସାଦ ପଣ୍ଡା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ  ହୋଇଥିବା ସାମ୍ବାଦିକ ସମ୍ମିଳନୀର ଯୋଜନା ସଂପର୍କରେ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ଦଳର ନ୍ୟୁନତମ ଆୟ ଯୋଜନା ଘୋଷଣା ଏକ ଐତିହାସିକ ନିଷ୍ପତି । ଏପରି ଏକ ଯୋଜନା ଘୋଷଣା କରିବାର ମୁଖ୍ୟ ଉଦ୍ୟେଶ ହେଲା ଭାରତରେ ଶତକତା ୨୦ ଭାଗ ପରିବାର ଗରୀବ ସୀମା ରେଖା ତଳେ ଅଛନ୍ତି । ଏହା ଦ୍ୱାରା ଭାରତରେ ଥିବା ୫ କୋଟି ପରିବାର ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବ । ପରିବାରରେ ୫ ଜଣ ସଦସ୍ୟ ଥିବା ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପରିବାରରେ ଥିବା ମହିଳା ସଦସ୍ୟଙ୍କ ବ୍ୟାଙ୍କ ଆକାଉଟଂକୁ ଯିବ । କଂଗ୍ରେସ ସରକାର ଅମଳରେ ମନରେଗା ଯୋଜନାରେ ୧୪ କୋଟି ଗରୀବ ଲୋକ ଉପକୃତ ହୋଇଥିଲେ ଏବଂ ବର୍ତମାନର ନ୍ୟୁନତମ ଆୟ ଯୋଜନା ଦ୍ୱାରା ୨୫ କୋଟି ଲୋକ ଗରିବୀରୁ ମୁକ୍ତି ହୋଇପାରିବ ବୋଲି ଶ୍ରାପଣ୍ଡା ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ଆପଲସ୍ୱାମୀ କାଡ୍ରାକା, ଡିସିସି ଉପ-ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଚାଲା ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ବିଜେଡି ଦଳର ୧୩ ଜଣ କାର୍ଯ୍ୟକର୍ତା ଏବଂ ଆପ ଦଳର ଅଳ୍ପସଂଖ୍ୟକ ସେଲର ସଭାପତି ସୟଦ ଜିନାଉଲ ହକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ସମସ୍ତଙ୍କୁ ଦଳରେ ସ୍ୱାଗତ କରିଥିଲେ ।

0
0
0
s2sdefault