ହେଡଲାଇନସ୍:

ଆଜି ଆସୁଛନ୍ତି ମୋଦି : ଜୟପୁରରୁ ରାଜ୍ୟରେ ପ୍ରଥମ ନିର୍ବାଚନ ସଭା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ନରେନ୍ଦ୍ର ମୋଦି ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ଗୋଟିଏ ନୂଆ ପରିଭାଷା ଦେଇଛନ୍ତି

 ଅବିଭକ୍ତ କୋରାପୁଟ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରିବ

 ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଭରସା ବଢିଛି

କୋରାପୁଟ  – ଚଳିତ ନିର୍ବାଚନ ପାଇଁ ଓଡିଶାର ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଜୟପୁର ସହରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ପୂର୍ବ ଭାରତର ପ୍ରଥମ ନିର୍ବାଚନ ସଭା ଓଡିଶାର ମହତ୍ୱପୂର୍ଣ୍ଣ ସହର ଜୟପୁରରୁ ଆରମ୍ଭ ହେବ । ଏହା ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀଙ୍କ ଜୟପୁର ଗସ୍ତ ନେଇ ସେଠାରେ ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ଜନ ଆଶାର୍ବାଦ ସ୍ୱରୂପ ଦେଶର ବିଭିନ୍ନ ଅଂଚଳ ବୁଲିବା ଆରମ୍ଭ କରିଛନ୍ତି । ନରେନ୍ଦ୍ର ମୋଦି ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ଗୋଟିଏ ନୂଆ ପରିଭାଷା ଦେଇଛନ୍ତି । ସବୁ ଗରିବଙ୍କୁ ପକ୍କା ଘର,ଶୌଚାଳୟ, ବିଜୁଳି, ଉଜ୍ଜଳା ଯୋଜନାରେ ଏଲପିଜି ଗ୍ୟାସ,ସବୁ ଗରିବଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସହ କୃଷିକୁ ପ୍ରାଥମିକତା ଦେବା, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନାରେ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା, କିଷାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ତଥା ଦେଶର ମାନମର୍ଯ୍ୟାଦାକୁ ବଢାଇବା ଓ ଶତ୍ରୁ ମାନଙ୍କୁ ପରାଜିତ କରିବାର ନେତୃତ୍ୱ ହେଲା ନରେନ୍ଦ୍ର ମୋଦି । ଓଡିଶା ନରେନ୍ଦ୍ର ମୋଦିଙ୍କ ସାଙ୍ଗରେ ଅଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଅଂଚଳ ଗୁଡିକୁ ଆକାଂକ୍ଷୀ ଜିଲ୍ଲା ଭାବେ ପରିଣତ କରି ଏହି ଅଂଚଳର ମୌଳିକ ସୁବିଧାକୁ ପ୍ରଧାନମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । କୋରାପୁଟର ରାୟଗଡା ଜିଲ୍ଲାରେ ରେଳ ଡିଭିଜନ ବନାଇବା ମୋଦି ସରକାରଙ୍କ ବଡ ଉପହାର । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ପହଁଚାଇବାର ଯୋଜନା କରିବା ମୋଦି ସରକାରଙ୍କ ଦାୟିତ୍ୱ ରହିଛି । ଅବିଭକ୍ତ କୋରାପୁଟ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡିଶା ମୋଦିମୟ ହୋଇଛି । ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଭରସା ବଢିଛି । ଦିଲ୍ଲୀ ଓ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ବନେଇବାର ଆବଶ୍ୟକତା ରହିଛି । ସାରା ଓଡିଶା ଏଥିପାଇଁ ଏକାଠୀ ହେବ ବୋଲି ସେ କହିଛନ୍ତି ।

 

0
0
0
s2sdefault