ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କୁ ଉପରେ ଶାଣିତ ଆକ୍ରମଣ କଲା ବିଜେଡି : ବିଜେପି ସଂଗଠନ ଭୁଶୁଡିବା ଦେଖି ମାନସିକ ଭାରସାମ୍ୟ ହରାଇଲେଣି କେନ୍ଦ୍ରମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସେ ଜଣେ ଅଭ୍ୟାସଗତ ମିଛୁଆ ବ୍ୟକ୍ତି, ନିଜେ କଣ ଆଇନାରେ ନିଜ ଚେହେରାକୁ ଦେଖନ୍ତୁ 

ଭୁବନେଶ୍ବର : ଭୋଟ ବେଳ ଯେତିକି ପାଖେଇ ଆସୁଛି, ଆକ୍ଷେପ ପ୍ରତିଆକ୍ଷେପ ତୀବ୍ର ହେଉଛି | ଏପରିକି ଚରିତ୍ର ସଂହାର କରିବାକୁ ପଛାଉ ନାହାନ୍ତି ବିଭିନ୍ନ ରାଜନୈତିକ ଦଳ | ଆଜି ବିଜେଡି ଶାଣିତ ଶବ୍ଦ ବାଣରେ  ଆକ୍ରମଣ କରିଛି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ | କହିଛି ସେ  ଜଣେ ଅଭ୍ୟାସଗତ ମିଛୁଆ ବ୍ୟକ୍ତି। ସମ୍ପ୍ରତି ଓଡ଼ିଶାରେ ବିଜେପିର ଗଦା ତାସର ଘର ପରି ଯେଉଁଭଳି ଭୁସୁଡୁଛି ସେଥିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟଥିତ ହେଵା ସହ ତାଙ୍କ ମାନସିକ ଭାରସାମ୍ୟ ହରାଇଲେଣି। ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ନିଜ ଚେହେରାକୁ ଆଇନାରେ ଦେଖନ୍ତି, ସେ କେତେ କଳଙ୍କିତ | ବ୍ୟାପମ ଦୁର୍ନୀତିଠୁଁ ଆରମ୍ଭ କରି କୋଇଲା ଦୁର୍ନୀତି ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ଓଡ଼ିଶାରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ହେଉକି ଡି-ବ୍ରଦର୍ସଙ୍କ ସହ ସମ୍ପର୍କ ସବୁଥିରେ କେନ୍ଦ୍ରମନ୍ତ୍ରୀଙ୍କ ଅନୈତିକ ଲିଙ୍କ ରହିଛି ବୋଲି ବିଜେଡି ଅଭିଯୋଗ କରିଛି 

 ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି ଅଭିଯୋଗ କରିଥିଲେ, ବିଜେପୁର ଉପନିର୍ବାଚନ ବେଳେ ଜଣେ ପେଟ୍ରୋଲ ପମ୍ପ୍ ମାଲିକ ଗତି କୃଷ୍ଣ ମିଶ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପେଟ୍ରୋଲ ପମ୍ପକୁ ମଧ୍ୟ ସିଲ କରି ଦିଆଯାଇଥିଲା। କଟକର ଚର୍ଚ୍ଚିତ ଟେଣ୍ଡର ମାଫିଆ ତଥା ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସଙ୍କୁ ସଭାରେ କଟକ ବାଇମୁଣ୍ଡି ବୋଲି କହିଥିଲେ। ଏହା ପ୍ରମାଣିତ କରିଛି ଅପରାଧୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର କିପରି ଭିତିରି ସମ୍ପର୍କ ରହିଛି। ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବିଜେପିରେ ଶ୍ରୀ ପ୍ରଧାନ ସାମିଲ କରିଥିଲେ। ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀକୁ ଆତ୍ମଗୋପନ ପାଇଁ ଗେଷ୍ଟ ହାଉସ୍ କେନ୍ଦ୍ରମନ୍ତ୍ରୀ ବୁକ କରିଥିଲେ ନା ନାହିଁ? ଏବେ ସୁଦ୍ଧା ଶ୍ରୀ ପ୍ରଧାନ ଏ ପ୍ରସଙ୍ଗରେ ମନା କରିନାହାନ୍ତି। ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ସହ କେନ୍ଦ୍ରମନ୍ତ୍ରୀଙ୍କର କଣ ସମ୍ପର୍କ ରହିଛି ତାକୁ ଶ୍ରୀ ପ୍ରଧାନ ସ୍ପଷ୍ଟ କରିବା ଆବଶ୍ୟକତା ରହିଛି ବୋଲି  ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଛନ୍ତି |

ବିଜେଡି ମୁଖପାତ୍ର ସୁଲୋଚନା ଦାସ ଅଭିଯୋଗ କରିଥିଲେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭାଇ ଏଲପିଜି ସିଲିଣ୍ଡର କଳାବଜାରୀ କରୁଥିବା ନେଇ କେବେଠୁଁ ଧରାପଡ଼ିଛନ୍ତି। କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଥାଇ ଶ୍ରୀ ପ୍ରଧାନ ଏହି ମାମଲାରେ ବିଭାଗୀୟ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇ ବି କରିନାହାନ୍ତି। ବିଜେପୁର ଉପନିର୍ବାଚନରେ ପ୍ରଚାର ପାଇଁ ସଭାକାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜନୈକ ବିଜେପି କର୍ମୀ ଅତର୍କିତ ଆକ୍ରମଣ କରିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କଣ ଥିଲା ତାକୁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ପରିଣତି ଭୟାଭୟ ହେବ ବୋଲି ଶ୍ରୀପ୍ରଧାନଙ୍କ ବିବୃତି ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇକୁ ଆକ୍ରମଣ କରାଯିବା ସହିତ ଜଣେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଥିଲା।  ସେହିପରି  ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଥିଲେ ଯେ  ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ୍ ଶ୍ରୀ ପ୍ରଧାନ ଆବଣ୍ଟନ କରିଥିଲେ। ଅଭିଯୋଗ ଉଠିଲା ପରେ ଏହି ପ୍ରସଙ୍ଗରେ ନିଜେ କେନ୍ଦ୍ରମନ୍ତ୍ରୀ ସିବିଆଇ ତଦନ୍ତ କରିବାକୁ କହିଥିଲେ ବି ଏ ଯାଏଁ ହେଲାନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାତ୍ର। ସେହିପରି ମଧ୍ୟପ୍ରଦେଶ ବ୍ୟାପମ୍ ଦୁର୍ନୀତି ଘଟଣାର ତଦନ୍ତରେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମାଙ୍କଠାରୁ ବିମାନ ଟିକେଟ୍ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ନେଇ ଆଇଟି ପ୍ରମାଣ ପତ୍ର ମିିଳିଥିଲା।  ତେବେ ବ୍ୟାପମ୍ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମାଙ୍କ ସହ ଧର୍ମେନ୍ଦ୍ରଙ୍କ କି ସମ୍ପର୍କ ରହିଛି ତାକୁ ସେ ନିଜେ ସ୍ପଷ୍ଟ କରିବାଉଚିତ। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ପି.ସି ପରଖଙ୍କ ଦ୍ବାରା ଲିଖିତ ଏବଂ ୨୦୧୪ରେ ପ୍ରକାଶିତ କ୍ରୁସେଡର ଅର୍ କନ୍ସପିରେଟର ବହିରେ ଶ୍ରୀପ୍ରଧାନଙ୍କ ଭୂମିକା କଣ ଥିଲା ତାକୁ ନିଜେ ତତ୍କାଳୀନ କୋଇଲା ସଚିବ ଉଲ୍କେଖ କରିଛନ୍ତି। ଏସବୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଆହ୍ୱାନ ଜଣାଇଛି |

0
0
0
s2sdefault