ହେଡଲାଇନସ୍:

ବରଗଡ଼ ଜିଲାରେ ବିଜେପିକୁ ମସ୍ତବଡ ଝଟକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା( ଶାସକ ପ୍ରଶାସକ ବ୍ୟୁରୋ) : ନିର୍ବାଚନ କେଇଦିନ ବାକି ଥିବା ବେଳେ ବରଗଡ଼ ଜିଲ୍ଲାରେ ବିଜେପିକୁ ଲାଗିଛି ମସ୍ତବଡ ଝଟକା । ବିଜେପିରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲାର 9 ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ । ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉଦ୍ଦେଶରେ ପ୍ରେରିତ ଇସ୍ତଫା ପତ୍ର ସେମାନେ ଦଳରୁ ସାମୁହିକ ଭାବେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଜିଲ୍ଲାରେ ବିଜେପି ନେତୃତ୍ବଙ୍କ ମନମୁଖୀ ,  ଜନ ବିରୋଧୀ, ବିକାଶ ବିରୋଧୀ ଆଭିମୁଖ୍ୟର ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ବିଜେପି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ମାଝୀଙ୍କ ନେତୃତ୍ୱରେ ଆଜି ଇସ୍ତଫା  ଦେଇଥିବା ସଦସ୍ୟମାନେ ହେଲେ ସଂଯୁକ୍ତା ମାଝି, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ୱକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍ଦ୍ଧା, ପାର୍ବତୀ ଭୋଇ, ଉମେଶ ଚନ୍ଦ୍ର ବେହେରା ଓ ଅଞ୍ଜଳି ଭୋଇ ।  ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ଯେ ଇସ୍ତଫା ପ୍ରଦାନକାରୀ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଅତି ନିକଟ ଭବିଷ୍ୟତରେ ବିଜୁ ଜନତା ଦଳରେ ଯୋଗ ଦେଇ ପାରନ୍ତି ।

0
0
0
s2sdefault