ହେଡଲାଇନସ୍:

ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଯିଏ ଶହଶହ କୋଟି ତାଙ୍କ ଦୁର୍ନୀତିର ମାଷ୍ଟରମାଇଣ୍ଡ , ତାଙ୍କୁ ସଂସଦ ଟିକେଟ 

ଭୁବନେଶ୍ୱର :  ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଭଳି ବିବାଦୀୟ ତଥା ଦୁର୍ନୀତିଗ୍ରସ୍ତ ଅଧକାରୀଙ୍କୁ କେମିତି ବିଜେଡି ସଂସଦ ଟିକେଟ ଦେଲା ତାହାକୁ ନେଇ ଲୋକଙ୍କ ଭିତରେ ବିସ୍ମୟ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ  |  ଯାହାଙ୍କ କାର୍ଯ୍ୟକାଳ ସମୟରେ ଘୋଟାଲା ଓ ଲାଂଚ କାରବାରର ସର୍ବାଧିକ ଅଭିଯୋଗ ହୋଇଥିଲା ତାଙ୍କୁ ପୁରସ୍କାର ସ୍ୱରୂପ ବିଜେଡି ସମ୍ବଲପୁର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଭାବେ ଟିକେଟ୍ ଦିଆଯାଇଛି ଏବଂ ଏହା ନବୀନ ବାବୁଙ୍କର ସ୍ୱଚ୍ଛତାକୁ ପ୍ରମାଣିତ କରୁଛି ବୋଲି କଟାକ୍ଷ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏ ବିଷୟରେ ପ୍ରକାଶ କରି କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟକାଳ ଅବଧି ଭିତରେ କୋଟି କୋଟି ଟଙ୍କାର ଘୋଟାଲା ଓ ପିସି କାରବାରର ଅଭିଯୋଗ ଥିଲା ସେହି ବ୍ୟକ୍ତିଙ୍କୁ ସମ୍ବଲପୁର ଲୋକସଭା ପାଇଁ ଟିକେଟ୍ ଦେଇ ପୁରସ୍କୃତ କରିଛନ୍ତି ନବୀନ । ଚାକିରୀରେ ଥିବା ବେଳେ ସରକାରଙ୍କୁ ଅନୁଗୃହୀତ କରିବା ଭଳି ନିଷ୍ପତି ନେଉଥିବା ଏହି ତୋଷାମୋଦକାରୀଙ୍କ ଅସଲ ମୁଖା ଏବେ ଲୋକଙ୍କ ସାମ୍ନାକୁ ଆସିଛି । ପୂର୍ତ ବିଭାଗ ଯାହାର ମୁଖିଆ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ପୂର୍ତ ସଚିବଙ୍କ ଭିତରେ ଯେ ନିବିଡ ସଂପର୍କ ଥିଲା ସେ କଥା ଏବେ ଟିକେଟ୍ ଘୋଷଣା ହେବା ପରେ ସାମ୍ନାକୁ ଆସିଛି । ନିଜ ଚାକିରୀ କାର୍ଯ୍ୟକାଳ ସରିବା ପରେ ମଧ୍ୟ ପୁନର୍ବାର ନଳିନୀ ପ୍ରଧାନଙ୍କୁ ପୂର୍ତ ସଚିବ ପଦରେ ରଖି ତାଙ୍କ କାର୍ଯ୍ୟ ଅବଧି ବଢାଇବାର ରହସ୍ୟ ପଛରେ ଅଭିଯୋଗ ରହିଛି ଶହ ଶହ କୋଟି ଟଙ୍କାର ଲାଂଚ କାରବାର ଏବଂ ଏଥିରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିର ଅଭିଯୋଗ ଆଣିଛି କଂଗ୍ରେସ । ଏହି ବ୍ୟକ୍ତିଙ୍କର କାର୍ଯ୍ୟକାଳ ମଧ୍ୟରେ ଦେଢ ହଜାର କୋଟି ଟଙ୍କାର ଇ-ଟେଣ୍ଡର କରାଗଲା ନାହିଁ, ଯାହାକି ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇବା ସହିତ ଏକ ବଡ ଦୁର୍ନୀତିକୁ ଅଙ୍ଗୁଳି ନିଦେ୍ର୍ଧଶ କରୁଛି । ଅନେକ ଚାଲିଥିବା ପ୍ରୋଜେକ୍ଟର ମୂଲ୍ୟ ବୃଦ୍ଧି କରିବାରେ ମଧ୍ୟ ଏହି ବ୍ୟକ୍ତିଙ୍କର ହାତ ଥିବାର ଅଭିଯୋଗ ରହିଛି, ଯାହା ପ୍ରକାରନ୍ତରେ ବିଜୁ ଜନତା ଦଳକୁ ନିର୍ବାଚନୀ ପାଣ୍ଠି ଯୋଗାଇବାର ମାଧ୍ୟମ ସାଜିଛି । ଏହାର ଏକ ଜ୍ଜ୍ୱଳନ୍ତ ନମୁନା ହେଉଛି ଗୁରୁପ୍ରିୟା ସେତୁ ଯାହାର ଅତିରିକ୍ତ ବ୍ୟୟ ୩୪ କୋଟି ବୃଦ୍ଧି କରାଯାଇଥିଲା ଏବଂ ଏହାକୁ ଖୋଦ୍ ଏ.ଜି. ତାଙ୍କ ରିପୋର୍ଟରେ ଦର୍ଶାଇବା ସହିତ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ପୂର୍ବତନ ପୂର୍ତ ସଚିବ ବିଜେଡିର ଜଣେ ଚର ଭାବରେ ଓଡିଶାର ରାଜକୋଷକୁ କ୍ଷତି ପହଂଚାଇଲେ ଏବଂ ବିଜେଡି ଦଳକୁ ପର୍ଦ୍ଧା ପଛରେ ଚାନ୍ଦା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ୍ ଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ ଏବଂ ନିର୍ମଳ । ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟ ଅବଧି ମଧ୍ୟରେ ସବୁଠାରୁ ଅଧିକ ନିର୍ମାଣାଧିନ ପୋଲ ଭୁଷୁଡିଲା ତାହାର ତଦନ୍ତ ନକରି ଗଳା ବାଟ ଦେଇ ତାଙ୍କୁ ଲୋକସଭାକୁ ପଠାଇବାର ଏକ ସୁଚିନ୍ତିତ ବ୍ୟବସ୍ଥା କରି ଦିଆଗଲା । ବମିଖାଲ ଓଭରବି୍ରଜ ଦୁର୍ଘଟଣାର ଶିକାର ହୋଇ ନିଜ ବାପାଙ୍କୁ ହରାଇଥିବା ଝିଅକୁ କି ଜବାବ ଦେବ ବିଜେଡି? ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ସର୍ବାଧିକ ଘୋଟାଲାର ଅଭିଯୋଗ ତାଙ୍କୁ ଲୋକସଭା ଟିକେଟ୍ ଦେଇ ପୁରସ୍କୃତ କରିବାର ନିଷ୍ପତି ପଛରେ କ’ଣ ରହସ୍ୟ ରହିଛି ତାକୁ ଲୋକଲୋଚନକୁ ଆଣିବା ପାଇଁ ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

 

 

0
0
0
s2sdefault