ହେଡଲାଇନସ୍:

 ଛବି ବର୍ଦ୍ଧନ ହତ୍ୟାକାରୀକୁ ପଠାଯିବ ନୟାଗଡ ଜେଲ୍, ନୟାଗଡର ମହିଷାସୁରକୁ ବଧ ପାଇଁ ଆସୁଛନ୍ତି ଦୁର୍ଗା : ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡରେ ବିଜେପି ସଂକଳ୍ପ ସଭାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ନୟାଗଡ/ବିଶ୍ୱଜିତ ନାୟକ  – ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହାର ଉତର ସେ ସାଢେ ୪ କୋଟି ଓଡିଆଙ୍କ ଆଗରେ ନିଜେ ରଖନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକା କିମ୍ବା ବଜେଟ୍ ବ୍ୟବସ୍ଥା ନଥିବା କଥା ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ବିଜେପି ପ୍ରତିନିଧି ମଣ୍ଡଳି ଆଗରେ ସ୍ୱୀକାର କରିଥିବା କଥା କହିଛନ୍ତି । ଏତଦବ୍ୟତିତ ଛବି ବର୍ଦ୍ଧନ ହତ୍ୟାକାରୀକୁ ନୟାଗଡ ଜେଲକୁ ପଠାଇବା ସହ ମହିଷାସୁରକୁ ବଧ କରିବା ପାଇଁ ଦୁଇ ଦୁର୍ଗା ଆସୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ନୟାଗଡରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ କୋଇଲା ବିଭାଗର ମନ୍ତ୍ରୀ ଥିଲାବେଳେ ଗୋଟିଏ ଭୂତ କମ୍ପାନୀକୁ କୋଇଲା ଖଣି ଆବଂଟନ କରିଛନ୍ତି । କୋଇଲା ଖଣି ପାଇବାର ବର୍ଷକ ପରେ ଏହି କମ୍ପାନୀ ପଞ୍ଜୀକରଣ ହେଲା । ୨୦୧୪ ମାର୍ଚ୍ଚ ମାସରେ ଏହା ଉପରେ ସିବିଆଇ କେସ୍ ଦାୟର କରିଥିବା ଗଣମାଧ୍ୟମ ପ୍ରକାଶ କରିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ନବୀନ ବାବୁ କୋଇଲା ଖଣି ମିଛ କମ୍ପାନୀକୁ ଦେଇଥିବା ଉପରେ ମଧ୍ୟ ବକ୍ତବ୍ୟ ରଖିବା ଦରକାର । ଓଡିଆ ଲୋକଙ୍କ ମନରେ ଏହି ଆଶଙ୍କା ଆସିଥିବା ବେଳେ ନବୀନ ବାବୁ ନିର୍ବାଚନ ସତ୍ୟପାଠରେ ଏକଥା ଉଲ୍ଲେଖ କରିନାହାନ୍ତି । ଏହାର ଉତର ନବୀନ ବାବୁଙ୍କୁ ଦେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର ତାମିଲ କିରାଣୀଙ୍କର ବଚସ୍କରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଖାଯାଇଥିବା ବେଳେ ତାଙ୍କର ଭୂମିକା ସନେ୍ଦହଜନକ । ଗତକାଲି ଗଣମାଧ୍ୟମକୁ ସେ କାଳିଆ ଯୋଜନାକୁ ସ୍ଥଗିତ କରିଥିବା କହିଲେ । ମାତ୍ର ଏହାର କାରଣ ସେ ଗଣମାଧ୍ୟମ ଆଗରେ ଦର୍ଶାଇନଥିଲେ । ନିର୍ବାଚନ ଆୟୋଗ ବିଜେପି କଥାରେ କାଳିଆ ଯୋଜନାକୁ ବନ୍ଦ କରିବା କଥା ବିଜେଡି ଅଭିଯୋଗ କଲା । ଏ ନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବା ପରେ ନିର୍ବାଚନ ଆୟୋଗଙ୍କ ଏ ନେଇ ପ୍ରତିନିଧି ମଣ୍ଡଳି ଆଗରେ ତାଙ୍କର ବକ୍ତବ୍ୟ ରଖି କହିଛନ୍ତି ଯେ କାଳିଆ ଯୋଜନାରେ ବଜେଟରେ ଟଙ୍କା ଏବଂ ଲାଭାର୍ଥୀ ମାନଙ୍କର ତଥ୍ୟ ଓଡିଶା ସରକାର ଦେଇନାହାନ୍ତି । କାଳିଆ ଯୋଜନାରେ ବଜେଟ୍ କି ତାଲିକା ନାହିଁ ।

ଶ୍ରୀ ପ୍ରଧାନ କହିଛନ୍ତି କାଳିଆ ଯୋଜନା କେବଳ ଭାଷଣ, ପ୍ରତିଶ୍ରୁତି ଓ ବାହାପିଆମି । ନବୀନ ବାବୁ ଥିଲା ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି କହିଲେ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ଟଙ୍କା ଦେବାକୁ କହିଲେ । କିନ୍ତୁ ବିକ୍ରମ ଆରୁଖଙ୍କ ଭାଇ, ସୁଶାନ୍ତ ସିଂହଙ୍କ ଭାଇ ଓ ନିରଞ୍ଜନ ପୂଜାରୀଙ୍କ ବାପା ଏହି ଯୋଜନାର ହିତାଧିକାରୀ ଥିବା ଦେଖାଯାଇଛି ।

ସେ କହିଛନ୍ତି ଯେ ଯେଉଁ ନେତାମାନେ ଟିମଓାର୍କ,ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି (ଥ୍ରୀଟି)ରେ ଶାସନ ଚଲଉଥିବା କହୁଛନ୍ତି, ସେମାନେ କାଳିଆ ଯୋଜନାର ତାଲିକା ପ୍ରକାଶ କରୁନାହାଁନ୍ତି । ନବୀନ ବାବୁ ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେଯୋଡିଲେ ବୋଲି ଦାବୀ କରୁଥିବା ବେଳେ ତାଲିକା କାହିଁକି ସାର୍ବଜନୀନ କରନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡକୁ ଆସି ଓଡିଶାରେ ମହିଳାଙ୍କୁ ସଶକ୍ତକରଣ କରିଥିବା କହିଲେ । ମାତ୍ର ନୟାଗଡର ରାଣୀ ପ୍ରତ୍ୟୁଷା ଦେବୀଙ୍କ ସ୍ୱାମୀ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତିକୁ ଅନାବରଣ ନକରିବା କଣ ନାରୀ ସଶକ୍ତକରଣ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ମହିଳାଉତ୍ପୀଡ଼ନରେ  ଓଡିଶା ୧ ନମ୍ବରରେ ରହିଛି । ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ । ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଧନର ହତ୍ୟାକାରୀଙ୍କୁ ନୟାଗଡ ଜେଲ ପଠାଯିବ । ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ନବୀନ ବାବୁ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବେଳେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ନୟାଗଡର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମରେ ଓଡିଶା ସରକାର ସହଯୋଗ କରୁନାହାଁନ୍ତି । କିନ୍ତୁ ନବୀନ ବାବୁ ମିଛ ବିଜ୍ଞାପନ କରି ବାହାବା ନେବାରେ ଧୂରନ୍ଧର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେଡି ଚିଟଫଣ୍ଡର ସର୍ଦ୍ଧାର ମାନଙ୍କ ଦଳ । ଚିଟଫଣ୍ଡ କେଳେଙ୍କାରୀରେ ଗରିବ ଓଡିଆ ଲୋକମାନଙ୍କର ରକ୍ତ ଶୋଷିଥିବା ମୁଖିଆମାନେ ହେଲେ ବିଜୁ ଜନତା ଦଳର ନେତା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଓଡିଶାରେ ମୋଦିଙ୍କ ଅନୁଯାୟୀ ମାନଙ୍କ ସରକାର ବନେଇବାର ଆବଶ୍ୟକତା ରହିଛି । ନୟାଗଡରେ ମହିଷାସୁରକୁ ବଧ କରିବା ପାଇଁ ଦୁଇ ଦୁର୍ଗା ଏଥର ଆସିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ | 

0
0
0
s2sdefault