ହେଡଲାଇନସ୍:

ଜଗତ୍‍ସିଂହପୁରରୁ ରାଜଶ୍ରୀ, କେନ୍ଦ୍ରାପଡାରୁ ଅନୁଭବ, ମୟୁରଭଞ୍ଜରୁ ଦେବାଶିଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଜଗତ୍‍ସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି | ଭୁବନେଶ୍ୱରରୁ ଅରୁପ ପଟ୍ଟନାୟକ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, ଯାଜପୁରରୁ ସସ୍ମିତା ସେଠୀ, ସମ୍ବଲପୁରରୁ ନଳିନୀ କାନ୍ତ ପ୍ରଧାନ, ବାଲେଶ୍ୱରରୁ ରବୀନ୍ଦ୍ର ଜେନା,ପୁରୀରୁ ପିନାକୀ ମିଶ୍ର, ମୟୁରଭଞ୍ଜରୁ ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି | ମୋଟାମୋଟି ଭାବେ ବିଜେପି ସଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ପାଇଁ ଲଢେଇ ସହଜ କରିଦେଲେ କି ବୋଲି ଚର୍ଚ୍ଚା ହେଉଛି | ଏମଏଲଏ ଟିକେଟ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଭିତରେ ବୈଜୟନ୍ତ- ବିଜୟ ଯୋଡିକୁ ଅନୁଭବ କେଉଁଭଳି ଭାବେ ସାମ୍ନା କରିବେ ତାହା ସମୟ କହିବା | 

ଆଉ ଗୋଟିଏ କଥା ହେଲା, ୟଙ୍ଗ ବ୍ରିଗେଡକୁ ଟିକେଟ ମିଳିବ ନାହିଁ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଆଜି ଟିକେଟ ତାଲିକା ପ୍ରକାଶ କରି | ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଏଥର ଲଢ଼ିବାକୁ ସୁଯୋଗ ପାଇଥିବା ବେଳେ ୨୦୧୪ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇ ବାଦ ପଡିଥିବା ନୟାଗଡ ଜିଲ୍ଲାର ଜଣେ ଲୋକପ୍ରିୟ ନେତା ସତ୍ୟନାରାୟଣ ପ୍ରଧାନ( ବାଦଲ)ଙ୍କୁ ନ୍ୟାୟ ମିଳିଛି | ତାଙ୍କୁ ଦଳ ରଣପୁରରୁ ପ୍ରାର୍ଥୀ କରିଛି | 

 

0
0
0
s2sdefault