ହେଡଲାଇନସ୍:

 ନାମାଙ୍କନ ଦାଖଲ ଦାଖଲ କଲେ ଜର୍ଜ, ଜୁଏଲ ଆଉ ସୁନିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆଜି ଦୂତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳ | ବିଜେପି ର ଜୁଏଲ ଓରାମ, ବିଜେଡ଼ି ର ସୁନିତା ବିଶ୍ୱାଳ ଏବଂ କଂଗ୍ରେସର ଜର୍ଜ ତିର୍କୀ ଲୋକସଭାପ୍ରାଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି, ତାଙ୍କ ସହିତ ରାଜଗାମପୁର ର ବିଜେପି ପ୍ରାଥୀ ନରସିଂହ ମିଞ୍ଜ, ତଲସରା ବିଜେପିର ଭବାନୀ ଭୋଇ, ବିଜେଡ଼ି ର ଷ୍ଟିଫେନ ସୋରେନ କଂଗ୍ରେସର ପ୍ରଫୁଲ୍ଲ ମାଝୀ ଏବଂ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ, ବିଜେଡ଼ି ରୁ ଯୋଗେଶ ସିଂ ଏବଂ ବିଜେପିରୁ କୁସୁମ ଟେଟେ ପ୍ରମୁଖ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ଚଳିତ ନିର୍ବାଚନରେ ଟିକେଟ ନ ପାଇ ନିର୍ଦ୍ଦଳିୟ  ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି, କଂଗ୍ରେସ ର କିଛି ଅସନ୍ତୁଷ୍ଟ ନେତା, ସେପରି ରାଜଗାମପୁର କଂଗ୍ରେସରୁ ଆସାଇ ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ରୁ ବରିଷ୍ଠ ବିଜେପି ନେତା ଉପେନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ ସୁନ୍ଦରଗଡ଼ ଆସନରୁ କଂଗ୍ରେସ ଆଶାୟୀ  ପ୍ରାଥୀ ଥିବା ମେଘନାଦ ନାଏକ ମଧ୍ୟ  ନାମାଙ୍କନ ଦାଖଲ କରିଛନ୍ତି | ସେହିପରି ତଲସରା ନିର୍ବାଚନ ମଣ୍ଡଳୀରୁ ଅସନ୍ତୁଷ୍ଟ ନେତ୍ରୀ ଗ୍ରେଗୋରୀ ଖେସ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି | ଏହା ସହିତ ଆମ ଆଦମୀ ପାର୍ଟି ,ବହୁଜନ ସମାଜ ପାର୍ଟିଏବଂ ବହୁ ସ୍ୱାଧୀନ ପ୍ରାଥୀ ନାମାଙ୍କନ ଦାଖଲ କରିଛନ୍ତି, ନାମାଙ୍କନ ଦାଖଲ କରିବା ବେଳେ ବହୁ ନେତା ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରିଥିଲେ |  ବିଜେପି ନେତା ଜୁଏଲ ଓରାମ ଏବଂ ତିନି ବିଧାୟକ ପ୍ରାର୍ଥୀ ୧୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ରାଲି କରିବା ସହ ପୁରୁଣା ବସଷ୍ଟାଣ୍ଡ  ଠାରେ ଏକ ସାଧାରଣ ସଭା ମଧ୍ୟ ଆୟୋଜନ କରିଥିଲେ | ସେହିପରି ବିଜେଡ଼ି ଲୋକସଭା ପ୍ରାର୍ଥୀନି ସୁନିତା ବିଶ୍ୱାଳ ଓ ସୁନ୍ଦରଗଡ଼ ସୁନ୍ଦରଗଡ଼ ସଦର ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ତାଙ୍କର ହଜାର ହଜାର ସମର୍ଥକ ଙ୍କ ମେଳିରେ ଆସି ପ୍ରାଥୀପତ୍ର ଦାଖଲ କରିଥିଲେ, ଅନ୍ୟପକ୍ଷରେ ତଲସରା କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ମାଝୀ ଓ ଷ୍ଟିଫେନ ସୋରେନ ମଧ୍ୟ ରାଲି କରି ନିଜ ଶହ ଶହ ସମର୍ଥକ ଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ |  ସେହିପରି ବହୁଜନ ସମାଜ ପାର୍ଟି, ଆମ ଆଦମୀ ପାର୍ଟି, ସ୍ୱାଧୀନପାର୍ଟିର୍  ପ୍ରାର୍ଥୀମାନେ ମଧ୍ୟ ଶହ ଶହ ସମର୍ଥକଙ୍କ ଗହଣରେ  ଆସି ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

0
0
0
s2sdefault