ହେଡଲାଇନସ୍:

ସରିଲା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ : ନୂଆପଡ଼ା ପାଇଁ  ୯, ଖଡ଼ିଆଳ ପାଇଁ  ୧୨ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ୪ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୩ ଜଣ ସ୍ୱାଧିନ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

     ଆଜି ମଧ୍ୟାହ୍ନରେ ନୂଆପଡ଼ା ବିଧାନ ସଭାର ବିଜେଡି ପ୍ରାର୍ଥୀ  ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନିଜର ହଜାର ହଜାର ସମର୍ଥକଙ୍କ ସହ ସ୍ଥାନୀୟ ତେଲିପଡା ଛକ ନିକଟରେ ଏକତ୍ରିତ ହୋଇଥିଲେ । ସେଠାରୁ ବଜାଗଜାର ସହ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଉପ ଜିଲ୍ଲାପାଳ ଅଫିସରେ ନିଜର ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ବିଜେପି ପ୍ରାର୍ଥୀ ଇଂ ହୋମସିଂ ମାଝି ଖରିଆରରୋଡ ରାମ ମନ୍ଦିରେ ହଜାର ହଜାର ସମର୍ଥକଙ୍କ ସହ ପୂଜା ଅର୍ଚ୍ଚନା କରିଥିଲେ । ଅପରାହ୍ନରେ ନିଜ ସର୍ମକଙ୍କ ସହ ଉପଜିଲ୍ଲାପାଳ ଅଫିସରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପିର ଆଶାୟୀ ଯଦୁମଣି ପାଣିଗ୍ରାହୀଙ୍କୁ ଟିକଟ ନ ମିଳିବାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ସ୍ଥାନୀୟ ଏରିଗେସନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିଜର ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ ଅଫିସରେ ପହଂଚି  ନିଜର ୪ ସେଟ୍ ପ୍ରାର୍ଥୀପତ୍ର ଦାଖଳ କରିଥିଲେ । ସେହିପରି ବହୁଜନ ସମାଜବାଦୀ ପାର୍ଟିର କୁନ୍ତି ସାହୁ, ସମତାକ୍ରାନ୍ତୀ ଦଳର ଭରତ ତ୍ରିପାଠୀ, ସୁରେନ୍ଦ୍ର ପଣ୍ଡା, ଭୁଜବଲ ଆଡବଙ୍ଗ, ଲୋଚନସିଂ ମାଝି ପ୍ରମୁଖ ନିଜର ପ୍ରାର୍ଥୀପତ୍ର ଦାଖଳ କରିଥିଲେ । 

             ଖଡ଼ିଆଳ ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ନିଜ ହଜାର ହଜାର ସମର୍ଥକଙ୍କ ସହ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳ ଅଫିସରେ ପହଂଚି  ନିଜର ୪ ସେଟ୍ ପ୍ରାର୍ଥୀପତ୍ର ଦାଖଳ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଖଡିଆଳ ଠାକୁରାଣି ମନ୍ଦିରରେ ଏକତ୍ରିତ ହୋଇଥିଲେ । ସେଠାରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ଅପରାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମରୁ ଏକ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳ ଅଫିସରେ ନିଜର ୪ ସେଟ୍ ପ୍ରାର୍ଥୀ ପତ୍ର ଦାଖଳ କରିଥିଲେ । ସେହିପରି ବିଜେପି ପ୍ରର୍ଥୀନୀ ରୀତାରାଣୀ ବଗର୍ତି ନିଜ ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ ଅଫିସରେ ପହଂଚି  ନିଜର ୨ ସେଟ୍ ପ୍ରାର୍ଥୀପତ୍ର ଦାଖଳ କରିଥିଲେ । ସେହିପରି ସମତାକ୍ରାନ୍ତୀ ଦଳର ସଂଜୟ କୁମାର ନାଏକ, ବହୁଜନ ମୁକ୍ତି ପାର୍ଟି ପ୍ରମୋଦ କୁମାର ଦଣ୍ଡସେନା, ବହୁଜନ ସମାଜଦାବୀ ପାର୍ଟି ପୂଣ୍ଣଚନ୍ଦ୍ର ନେତାମ, ଆମ ଆଦମି ପାର୍ଟିର ରଙ୍ଗାଧର ମାଝି, ସ୍ୱାଧିନ ପ୍ରାର୍ଥୀ ଉଦ୍ଧାରୁ ବିହାରୀ, ଭୁବନେଶ୍ୱର ମାଝି, ରାଧେଶ୍ୟାମ ସାଗର ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉପ ଜିଲ୍ଲାପାଳ ତରଣୀସେନ ନାଏକ ନିର୍ବାଚନ ଅଧିକାରୀ ଭାବେ ସମସ୍ତଙ୍କ ପ୍ରାର୍ଥୀପତ୍ର ଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଏସ୍ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ , ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ବହୁ ପୁଲିସ ଅଧିକାରୀ ଓ ଜବାନ ନିୟୋଜିତ ହୋଇଥିଲେ । ତେବେ ଆଜି ପ୍ରାର୍ଥୀପତ୍ର ଦାଖଳର ଅନ୍ତିମ ଦିନରେ ନୂଆପଡ଼ା ବିଧାନ ସଭା ମଣ୍ଡଳିରେ ୮ ଜଣ ଓ ଖଡିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ନାମଙ୍କନ ପତ୍ର ଦାଖଲ କରିଥିଲେ । ସୂଚନା ଥାଉକି, ଗତ ୨୦ ତାରିଖରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନିଜର ନାମାଙ୍କନ ପତ୍ର ଦାଖଲ  କରିଥିଲେ । ଏବେ ଜିଲ୍ଲାର ଦୁଇଟି ବିଧାନ ସଭା ମଣ୍ଡଳୀରେ ୧୯ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।     

 

0
0
0
s2sdefault