ହେଡଲାଇନସ୍:

ନାମାଙ୍କନ ପତ୍ର ଦାଖଲ କଲେ ବରିହା,ପୁରୋହିତ ଓ ସତ୍ୟ ଭୂଷଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- 2019 ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ  ଥିଲା । ଆସନ୍ତା ନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ୟାଳୟ   ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଭାରତୀୟ ଜାତୀୟ କଂଗ୍ରେସ ରୁ ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ , ଭାରତୀୟ ଜନତା ପାର୍ଟି ରୁ ପଦ୍ମପୁର ର ବର୍ତ୍ତମାନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପ୍ରମୁଖ ନିଜନିଜ ନାମାଙ୍କନ ଦାଖଲ କରିଛନ୍ତି ।ସେହିଭଳି ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ଶ୍ରୀ ରିପୁନାଥ ସେଠ , ଭାରତୀୟ ଜନତା ପାର୍ଟି ରୁ ଶ୍ରୀ ସନତ ଗଡ଼ତିଆ ଓ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କ ସହିତ ଉପଜିଲ୍ଲାପାଳ ଙ୍କର କାର୍ଯଳୟ ରେ ପହଂଛି ଥିଲେ । ଗୋଟିଏ ଦିନରେ ଏତେ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ଆଇନ ଶୃଙ୍ଖଳା ର ସୁବ୍ୟବସ୍ଥା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

0
0
0
s2sdefault