ହେଡଲାଇନସ୍:

 ଅବିଚାରର ପ୍ରତିବାଦରେ କାନ୍ଦି କାନ୍ଦି ବିଜେପିକୁ ଛାଡିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୀର୍ଘ ୩୦ବର୍ଷର ସମ୍ପର୍କ ତୁଟାଇଲେ ଲଢୁଆ ନେତା ସୁବାଷ ଚୌହାନ 

,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା।  ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି।”

ଭୁବନେଶ୍ୱର:/ ବରଗଡ - ଆଜି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ଭରାରିବା ସମୟ ରେ ଶ୍ରୀ ସୁବାଷ ଚୌହାନ ଙ୍କର ଆଖିରୁ ଲୁହ ବାହାରୁଥିଲା । ଭାରି ମଜଭୁତିଆ, ଲଢୁଆ ନେତା ସୁବାଷ | ହେଲେ ଏତେଦିନର ସମ୍ପର୍କକୁ କାଟି ବିଜେପିରୁ ନିଜକୁ ଅଲଗା କଲାବେଳେ ତାଙ୍କ ଆଖିପଟ ଓଦା ହୋଇଯାଇଥିଲା | 

 ଶ୍ରୀ ସୁବାଷ ଚୌହାନଙ୍କର କହିବା ମୁତାବକ ସେ ରାଜ୍ୟର ବିଜେପି ମୁଖିଆମାନେ ତାଙ୍କୁ ହଇରାଣ କରିବା ସହିତ ଗତ ନିର୍ବାଚନରେ 3ଲକ୍ଷ 72ହଜାର ଭୋଟ ପାଇବା ପରେ ଭି ତାଙ୍କୁ ଟିକେଟ ଦେଲେନାହିଁ । ତଥାକଥିତ ଏହି ମୁଖିଆ ମାନେ  ଦଳର ସମସ୍ତ ଆଦର୍ଶ କୁ ଭୁଲିଯାଇ ଏକଚାଟିଆ ଭାବରେ ନିଷ୍ପତି ମେଉଛନ୍ତି ଯାହାକି ଆଗାମୀ ଦିନରେ ଦଳ ପାଇଁ ନିଶ୍ଚିତ ଭାବରେ ଘାତକ ହେବ । ନିଜର ଅଞ୍ଚଳବାସୀ ଓ ସମର୍ଥକମାନଙ୍କର ସହିତ ଆଲୋଚନା କରିବା ପରେ ସେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି । ଶ୍ରୀ ଚୌହାନ ଙ୍କର ଦଳ ଛାଡିବା ଆଗାମୀ ଦିନରେ ଦଳକୁ ବହୁତ ଭାରି ପଡିପାରେ କାରଣ ବର୍ତ୍ତମାନର ପ୍ରାର୍ଥୀଙ୍କର ବରଗଡ ଜିଲ୍ଲାରେ ବିଶେଷ ପ୍ରଭାବ ନ ଥିବା ଭଳି ଜଣା ପଡୁଛି । ଏବେ ଦେଖିବାକୁ ବାକି ରହିଲା ଯେ ଶ୍ରୀ ଚୌହାନ ଓ ତାଙ୍କର ସମର୍ଥକ ମାନେ ଆଗାମୀ ଦିନରେ କି ପ୍ରକାର ପଦକ୍ଷେପ ନେବେ । ସେ ଆଜି ପର୍ଯ୍ୟନ୍ତ ବୋଧ ହୁଏ ଆଶା ରଖିଥିଲେ ଦଳ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବ, ସମର୍ଥକମାନଙ୍କୁ ବି ସେଇ ଆଶା ଥିଲା | ହେଲେ ନାମାଙ୍କନ ତାରିଖ ସରିଗଲା ସିନା କିଛି ଫଳ ମିଳିଲା ନାହିଁ | ଏହାକୁ ନେଇ ସୁବାଷଙ୍କ ସମର୍ଥକଙ୍କ ମଧ୍ୟରେ ଘୋର ନୈରାଶ୍ୟ ଓ ଅସନ୍ତୋଷ ଦେଖା ଦେଇଛି |

ସେ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍ ମିଡିଆରେ ଲେଖିଥିଲେ। ସଂଗଠନରେ ଅଛି, ରହିବି ଏବଂ ଲୋକଙ୍କ ସେବା କରିବି ବୋଲି ସେ ସୋଶାଲ୍ ମିଡିଆରେ ଉଲ୍ଲେଖ କରିଥିଲେ। ଏଥିସହ ସେ ନିର୍ବାଚନ ଲଢିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।

ବିଜେପିରୁ ଇସ୍ତଫା ଦେବା ପରେ ସୁବାସ ଚୌହ୍ୱାନ କହିଛନ୍ତି,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା।  ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି।”

ସୂଚନାଯୋଗ୍ୟ ଯେ ତାଙ୍କ ପ୍ରତି ଅବିଚାର ଓ ଷଡଯନ୍ତ୍ର ହୋଇଥିବା ବିଷୟରେ ସେ ଗତକାଲି ଫେସ ବୁକରେ ଏକ ପୋଷ୍ଟ ଲେଖିଥିଲେ | ସେ ଉଲେଖ କରିଥିଲେ ଯେ,   "ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ  ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ  ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ । କିନ୍ତୁ ଅପମାନର ସୀମା ଟପିଗଲା ।

ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । କିନ୍ତୁ ଫଳ ଓଲଟା ହେଲା ।ଏହାପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ | ସଂଗଠନ ରେ ଅଛି ରହିବି ଓ ଲୋକଙ୍କ ସେବା କରିବି"

 

0
0
0
s2sdefault