ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଲେ ରାଜକିଶୋର :"ଯଦି ସତ୍‍ସାହସ ଅଛି, ତେବେ ମୋ ସହିତ ମୋରଡ଼ାରେ ନିର୍ବାଚନ ଲଢ଼"

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ମୁଁ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲି

ମୋର ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା

କ୍ଷମତାଲୋଭି ଔରଙ୍ଗଜେବ୍‍ ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ।

ୱାର୍ଡମେମ୍ବରଟିଏ ହେବା ଯୋଗ୍ୟତା ନଥାଇ କିଛି ନେତା ମୁଖ୍ୟମନ୍ତ୍ରୀ ହେବାକୁ ଦିବାସ୍ୱପ୍ନ ଦେଖୁଛନ୍ତି

 ମୟୂରଭଞ୍ଜକୁ ନେଇ ବିଜେପିର ନେତାମାନଙ୍କ ଗର୍ବ ଭାଙ୍ଗି ଚୁର୍‍ମାର୍‍ ହୋଇଯିବ 

ଭୁବନେଶ୍ୱର: "ମୁଁ ୪୦ବର୍ଷ ଧରି ବିଜେପିର କର୍ମକର୍ତ୍ତା ହିସାବରେ କାମ କରିଆସିଛି । ଦୀର୍ଘ ୨୫ବର୍ଷ ଧରି ମୋ ନେତୃତ୍ୱରେ ରାଇରଙ୍ଗପୁର ମ୍ୟୁନିସିପାଲିଟି  ନିର୍ବାଚନରେ ବିଜେପି ଜିତିଆସିଥିଲା । କିନ୍ତୁ ବର୍ତ୍ତମାନ ଦଳରେ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଯେପରି ଅତ୍ୟାଚାର ଚାଲିଛି, ସେଥିରେ କେହିବି ଧୈର୍ଯ୍ୟ ରଖିପାରିବେ ନାହିଁ । ଔରଙ୍ଗଜେବ୍‍ ଯେଭଳି କ୍ଷମତା ପାଇଁ ନିଜ ପରିବାରଙ୍କୁ ହତ୍ୟା କରିଥିଲା, ସେହିପରି ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଜନୈକ ନେତା ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ଦଳରେ ମୋତେ ଅପମାନିତ କରି ମୋର ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା, ସେତେବେଳେ ବିଜୁ ଜନତା ଦଳ ମୋତେ ସୁରକ୍ଷା ଦେଇଛି । ମୋ ଜୀବନ ଥିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିକଟରେ ଚିର ଋଣୀ ହୋଇ ରହିବି ବୋଲି ଶ୍ରୀ ଦାସ କହିଥିଲେ । ବିଜେପିକୁ ସମାଲୋଚନା କରି ଶ୍ରୀ ଦାସ କହିଥିଲେ ଯେ ବିଜେପିର କିଛି ନେତା ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ସେମାନଙ୍କ ଯଦି ସତ୍‍ସାହସ ଅଛି, ତେବେ ମୋ ସହିତ ମୋରଡ଼ାରେ ନିର୍ବାଚନ ଲଢ଼ । ୱାର୍ଡମେମ୍ବରଟିଏ ହେବା ଯୋଗ୍ୟତା ନଥାଇ କିଛି ନେତା ମୁଖ୍ୟମନ୍ତ୍ରୀ ହେବାକୁ ଦିବାସ୍ୱପ୍ନ ଦେଖୁଛନ୍ତି । ମୟୂରଭଞ୍ଜକୁ ନେଇ ଯେଉଁ ଗର୍ବ ବିଜେପିର ନେତାମାନେ କରୁଛନ୍ତି, ସେମାନଙ୍କ ଗର୍ବ ଭାଙ୍ଗି ଚୁର୍‍ମାର୍‍ ହୋଇଯିବ ବୋଲି ଶ୍ରୀ ଦାସ କହିଥିଲେ ।

"ମୁଁ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲି । ସେଥିରେ ମୋତେ ‘ରାମ ରାମ’ କହିବାକୁ କୁହାଯାଉଥିବା ବେଳେ ମୁଁ କିନ୍ତୁ ‘ମରା ମରା’ ବୋଲି କହୁଥିଲି । ଏବେ ବିଜେଡିରେ ଯୋଗଦେବା ପରେ ମୁଁ ‘ରାମ-ରାମ’ ବୋଲି କହିବାକୁ ଚେଷ୍ଟା କରିବି । ରାଜ୍ୟରେ ବିକାଶ ଓ ଉନ୍ନତି ଯାହା ଆମେ ଦେଖୁଛୁ, ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ହୋଇପାରିଛି । ମହିଳାଙ୍କୁ ସୁରକ୍ଷା ଦେବା ସହିତ ନିଜ ଗୋଡ଼ରେ ଛିଡ଼ା ହେବା ଓ ସଶକ୍ତ କରିବା ପାଇଁ ଯଦି କେହି ସାମର୍ଥ୍ୟ ଦେଇଥାନ୍ତି, ସେ ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେଥିପାଇଁ ଚଳିତ ସାଧାରଣ ନିର୍ବାଚନରେ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଚରଣ ସ୍ପର୍ଶ କରୁଛି ।" ବୋଲି ରାଜକିଶୋର କହିଛନ୍ତି | 

ସୂଚନାଯୋଗ୍ୟ ଯେ,  ଶ୍ରୀ ରାଜକିଶୋର ଦାସ  ବହୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୧୦ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସହ ୨୦୦୦ରୁ ଉର୍ଧ୍ଵ  ବିଜେପି ସମର୍ଥକ ଓ କର୍ମୀଙ୍କୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ଦାସଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଅନୁଷ୍ଠିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ. ଅରୁଣ କୁମାର ସାହୁ, ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ମହିଳା ବିଜେଡି ସଭାନେତ୍ରୀ ମିନତି ବେହେରା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault