ହେଡଲାଇନସ୍:

ବିଜେଡିରେ ଯୋଗଦେଲେ ବିଜେପିର ବରିଷ୍ଠ ନେତା , ପୂର୍ବତନ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେବସ୍ଵର : ବିଜେପିରୁ ମାର୍ଚ୍ଚ ୨୩ ଶନିବାର ଇସ୍ତଫା ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ମୟୁରଭଞ୍ଜ ଜିଲ୍ଲାର ଟାଣୁଆ ନେତା, ପୂର୍ବତନ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ  ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଆଜି ନିଜର ସହସ୍ରାଧିକ ସମର୍ଥକଙ୍କ ଗହଣରେ ବିଜେଡିରେ ଯୋଗ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ ଯୋଗଦାନକୁ ସ୍ୱାଗତ କରିବା ସହ ତାଙ୍କର ଯୋଗଦାନ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିବା ବୋଲି ଦୃଢ ଆଶା ପୋଷଣ କରିଛନ୍ତି | 

            ସୂଚନାଯୋଗ୍ୟ ଯେ ଶ୍ରୀ ଦାସ ଦୁଇଦିନ ତଳେ ଦେଇଥିବା ଇସ୍ତଫାପତ୍ରରେ ନିଜର କ୍ଷୋଭ ବ୍ୟକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ | ସେ ଲେଖିଥିଲେ ଯେ  ଭାଜପାର ପୂର୍ବତନ ନେତା ଶ୍ରୀଦାସ ତୃତୀୟ ଶ୍ରେଣୀରେ ୮ ବର୍ଷ ବୟସରେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ଏହି ସମୟରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ମହାବିଦ୍ୟାଳୟରେ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ କାର୍ଯ୍ୟ କରୁଥିଲେ । ମହାବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ ପରେ ବିଶ୍ୱ ହିନ୍ଦୁପରିଷଦ , ବନବାସୀ କଲ୍ୟାଣ ଆଶ୍ରମ, ବଜରଙ୍ଗ ଦଳରେ ଓଡ଼ିଶା ପ୍ରାନ୍ତୀୟ ସଂଯୋଜକ, ସରସ୍ୱତୀ ଶିଶୁ ମନ୍ଦିର, ଭାରତୀୟ ମଜଦୁର ସଂଘରେ କାର୍ଯ୍ୟକରିବା ପରେ ୧୯୮୦ରେ ଭାରତୀୟ ଜନତାପାର୍ଟି ପ୍ରତିଷ୍ଠା ହେବା ପରେ ସେଥିରେ କାର୍ଯ୍ୟ କରିଥିଲେ । ୧୯୯୨-୯୭ ରେ ରାଇରଙ୍ଗପୁର ଏନଏସିରେରେ ଅଧ୍ୟକ୍ଷ ହୋଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ଶ୍ରୀଦାସଙ୍କ ନେତୃତ୍ୱରେ ରାଇରଙ୍ଗପୁର ଏନଏସିକୁ ବିଜେପି ଦଖଲରେ ରଖିଆସିଛି । ଏହା ସହିତ ୪ ଥର ରାଜ୍ୟ ସାଧାରଣ ସମ୍ପାଦକ, ୨ ଥର ରାଜ୍ୟ ଉପସଭାପତି ସହ ଦଳୀୟ ରିଟର୍ଣ୍ଣିଂ ଅଧିକାରୀ ଆଦି ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ଆସୁଛନ୍ତି । ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେବା କରିଆସୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମାନସିକ ଅତ୍ୟାଚାର ଦେବା ଆରମ୍ଭ କରିଥିଲେ । ଶ୍ରୀଦାସ ତାଙ୍କର ଭବିଷ୍ୟତକୁ ଲକ୍ଷ ରଖି ଦୀର୍ଘ ୪ବର୍ଷ ଧରି ଏହାକୁ ହଜମ କରିଆସୁଥିଲେ । ଆଶା ଥିଲା ତାଙ୍କୁ ଜଷ୍ଟିସ ମିଳିବ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନ ତାଙ୍କ ନିମନ୍ତେ ସମସ୍ତ ଦ୍ୱାରକୁ ବନ୍ଦ କରିଦେବା ଫଳରେ ବିଜେପି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ଶ୍ରୀପଣ୍ଡାଙ୍କ ନିକଟକୁ ପଠାଇବା ସମୟରେ ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ, ତାହା ବର୍ଣ୍ଣନା କରିବା ଅସମ୍ଭବ ବୋଲି କୋହକୁ ମନରେ ଚାପିରଖି ପ୍ରକାଶ କରିଥିଲେ ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀଦାସ । 

0
0
0
s2sdefault