ହେଡଲାଇନସ୍:

ମୋ ପ୍ରତି ଅବିଚାର ହୋଇଛି :  ସଂଗଠନରେ ଅଛି ରହିବି ଓ ଲୋକଙ୍କ ସେବା କରିବି :: ସୁବାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ  ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ  ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ । କିନ୍ତୁ ଅପମାନର ସୀମା ଟପିଗଲା ।

ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି ।କିନ୍ତୁ ଫଳ ଓଲଟା ହେଲା ।ଏହାପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ | ସଂଗଠନ ରେ ଅଛି ରହିବି ଓ ଲୋକଙ୍କ ସେବା କରିବି

ମୋ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ପଶ୍ଚିମ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଉଛି ।" ଏ କଥା ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ବରଗଡର ଟାଣୁଆ ବିଜେପି ନେତା ସୁବାସ ଚୌହାନ | ସେ କେତୋଟି ସମ୍ବେଦନଶୀଳ କଥା କହୁଛନ୍ତି | 

ପ୍ରଥମତଃ ଏତେ ବିପୁଳ ପରିମାଣରେ ଭୋଟ ପାଇଁ ପରାଜିତ ହେବାପରେ ତାଙ୍କୁ ଦଳୀୟ ଟିକେଟ ନଦେବା ପଛରେ କିଏ ! ଆଉ କେଉଁ ମହତ ଉଦ୍ଦେଶ୍ୟ ରଖି ତାଙ୍କୁ ଟିକଟରୁ ବଂଚିତ ରଖାଗଲା !! ସମ୍ବଲପୁରରେ ବହୁଳ ଲୋକପ୍ରିୟ  ତଥା ଗତ ନିର୍ବାଚନରେ ସେଠାରୁ ଲଢ଼ୁଥିବା ଜାତୀୟ ବିଜେପି ସମ୍ପାଦକ ସୁରେଶ ପୂଜାରୀଙ୍କୁ ସମ୍ବଲପୁରରୁ ବରଗଡ଼ ପଠାଇବା ପଛରେ  କାରଣ ବି କଣ ଥିଲା | ସୁବାସ ଲେଖିଛନ୍ତି ଯେ ତାଙ୍କୁ ବିଜେପୁରରୁ ଲଢ଼ିବା ପାଇଁ କୁହାଗଲା | ହେଲେ ସେ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖୋଦ ଧର୍ମେନ୍ଦ୍ର ପ୍ରଧାନ ଲଢନ୍ତୁ | କାରଣ ପତିଆରା, ଅର୍ଥ, ଆଉ ସବୁ ପ୍ରକାର କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେଇ ପାରିବେ  | ଅବଶ୍ୟ ସୁବାସଙ୍କ କଥାକୁ ରଖି ଧର୍ମେନ୍ଦ୍ର ବିଜେପୁରରୁ ଲଢ଼ିଥିଲେ ପଶ୍ଚିମ ଓଡିଶା ଗୋଟେ ହାଇ ପ୍ରୋଫାଇଲ ଲଢେଇ ଦେଖିଥାନ୍ତା | ହେଲେ ସୁବାସ କହିଚ୍ଛନ୍ତି ଏହି ପ୍ରସ୍ତାବ ଦେବା ପରେ  ପରେ " ଫଳ ଓଲଟା ହେଲା" | ଆଉ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଧମକାଉଥିବା ଲୋକ କିଏ, ବିଜେପିର କେଉଁ ନେତା ନ କେଉଁ ଅସାମାଜିକ ଗୁଣ୍ଡା !!!

ମୋଟାମୋଟି ଭାବେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦୁଇ ଲିକ ସଭା ଆସନ ମଧ୍ୟରୁ ସୁରେଶ ସମ୍ବଲପୁର ଓ ସୁବାସ ବରଗଡ଼କୁ ଆଖିରେ ରଖି ସେମାନଙ୍କ ସଂଗଠନ କରି ଆସିଥିଲେ | ନିଜ ନିଜ ଅଂଚଳରେ ସେମାନଙ୍କ ସ୍ଥିତିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା | ହେଲେ ସୁରେଶଙ୍କୁ ହଠାତ ନୂଆ ଜାଗାକୁ ଠେଲି ଦିଆଗଲା | କେବଳ ସେଇଟା ନୁହେ, ପ୍ରଦୀପ ନାୟକ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ କାମ କରି ସଂଗଠନ ବଢ଼ାଇ ଆସୁଥିବା ବେଳେ ସେ ଜାଗାରେ ବସନ୍ତ ପଣ୍ଡାଙ୍କୁ ଦିଆ ଗଲା | ସୁବାସ ଚୋୖହାନଙ୍କୁ ବସାଇ ଦିଆଗଲା | ପ୍ରତାପ ଷଢଙ୍ଗି ନୀଳଗିରିରୁ ଲଢ଼ିବାକୁ ଚାହୁଁଥିବା ବେଳେ ତାଙ୍କୁ ଲୋକ ସଭା ଲଢ଼ିବାକୁ କୁହାଗଲା | ସେମାନେ ଦଳ ବିରୋଧରେ କିଛି କହିନଥିଲେ ମଧ୍ୟ ସେମାଙ୍କ ଅସନ୍ତୋଷ ଗଣମାଧ୍ୟମ ନିକଟରେ ପ୍ରକଟ କରିଛନ୍ତି |    

0
0
0
s2sdefault