ହେଡଲାଇନସ୍:

ମନର ଦରଦ ବଖାଣୁ ବଖାଣୁ କାନ୍ଦି ପକାଇଲେ ପ୍ରଭାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

" ପୁଅକୁ ବୁଝାଇ ପୋଷ୍ଟର୍ ତିଆରି କରିବା ପାଇଁ ଫଟୋ ଆଣିବା କେତେ ଯେ କଷ୍ଟ ହୋଇଥିବ କେହି ବୁଝିପାରିବେନି" 

"ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଗୋଟେ ଗୋଟେ ଗୁମାସ୍ତା ଦରକାର,ଏବେ ପାଣ୍ଡିଆନ୍-ସେତେବେଳେ ପ୍ୟାରୀ ମହାପାତ୍ର"

ବାଙ୍କୀ : ନିର୍ବାଚନୀ ବିଗୁଲ୍ ବାଜି ସାରିଥିବା ବେଳେ ବାଙ୍କୀ ରାଜନୈତିକ ପୃଷ୍ଠଭୂମି  ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇ ପାରିନାହିଁ । କଂଗ୍ରେସ ତରଫରୁ ଡ. ଦେବାଶିଷ ପଟ୍ଟନାୟକଙ୍କୁ ପାର୍ଥୀତ୍ୱ କରାଯାଇଥିବା ବେଳେ ବିଜେଡ଼ି ଓ ବିଜେପି ବାଙ୍କୀ ପାର୍ଥୀତ୍ୱକୁ ଏଯାବତ୍ ଘୋଷଣା କରିନାହିଁ । ଯାହାକୁ ନେଇ ବାଙ୍କୀ ଅଞ୍ଚଳରେ ନାନା କଳ୍ପନା ଯଳ୍ପନା ଲାଗି ରହିଛି । ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପୂର୍ବରୁ ଚିଟ୍ ଫଣ୍ଡ୍ ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହେବା ପରେ ବ୍ୟାକ୍ ଫୁଟକୁ  ଚାଲିଯାଇଥିଲେ । କିନ୍ତୁ ବାଙ୍କୀ ନିର୍ବାଚନ ମଣ୍ଡଳିର ତାଙ୍କର ଦବ୍ଦବା କାୟମ ରହିବା ସହିତ ତାଙ୍କ ଅନୁପସ୍ଥିତିରେ ମଧ୍ୟ ବାଙ୍କୀ ବିଜେଡ଼ି ବିରୋଧିଙ୍କୁ ବହୁ ପଛରେ ପକାଇ ପଞ୍ଚାୟତି ନିର୍ବାଚନ ଓ ଜିଲ୍ଲା ପରିଷଦ ଜୋନ୍ଗୁଡ଼ିକୁ ହାତେଇ ଥିଲା । କିନ୍ତୁ ଚିଟ୍ଫଣ୍ଡ୍ କଳଙ୍କ ମୁଣ୍ଡରେ ଥିବା ଯୋଗୁଁ ଟିକେଟ୍ ଏତେଟା ସହଜ ହୋଇପାରୁନାହିଁ ପ୍ରଭାତ ତ୍ରିପାଠୀ ନାନା କସରତ ପରେ ତାଙ୍କ ପୁଅ କିମ୍ବା ଧର୍ମପତ୍ନୀଙ୍କୁ ବାଙ୍କୀ ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦିତା କରିବା ନେଇ ଆଲୋଚନା ହେଉଥିବା ବେଳେ ପ୍ରଭାତ ଆଜି ତାଙ୍କର ରାଜନୈତିକ ଦିଗକୁ ସ୍ପଷ୍ଟ କରିଛନ୍ତି । ବାଙ୍କୀ ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ‘ତୁଟିନି ଏ ସମ୍ପର୍କ-ସରିନି ଏ ଲଢେ଼ଇ...’ ଆପଣମାନଙ୍କ ସେବା କରିବା ପାଇଁ ମୋ ପୁଅକୁ ମୁଁ ଉତ୍ସର୍ଗ କରୁଛି ବ୍ୟାନର୍ ମାଧ୍ୟମରେ ବିଭିନ୍ନ ପଞ୍ଚାୟତ କର୍ମୀମାନଙ୍କୁ ଡାକି କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ । ଦଳ ତରଫରୁ ବିଧିବଧ ଭାବେ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବାଙ୍କୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଦଳ ତରଫରୁ ଦୃଢ଼ତାର ସହିତ ପୁଅର ପ୍ରାର୍ଥୀତ୍ୱକୁ କର୍ମୀଙ୍କ ଆଗରେ ରଖି ବିଜୟ କରିବା ପାଇଁ ଆଶା ରଖିଥିଲେ । ତାଙ୍କ ବକ୍ତବ୍ୟରେ ତାଙ୍କ ଦଳର ନେତାମାନଙ୍କ ପରାମର୍ଶ କ୍ରମେ ବିଜେଡ଼ି ଏବଂ ନବୀନ ସରକାର ବାଟରେ ଯିବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ । ରାଜନୈତିକ ଷଡ଼ଯନ୍ତ୍ର କାରଣରୁ ମୋର ପ୍ରାର୍ଥୀ ପତ୍ର କାୟମ ହେଉ ନଥିବା ହେତୁ ନବୀନ ପଟ୍ଟନାୟକ ମୋ ପୁଅକୁ ବାଙ୍କୀ ପ୍ରାର୍ଥୀ ଭାବେ ଦେବା ପାଇଁ ଇଚ୍ଛା କରିଛନ୍ତି କିନ୍ତୁ ସେ ବାଙ୍କୀ ଆସିବାକୁ ଏବେବି ଅମଙ୍ଗ ହେଉଥିବା କଥା କହିଥିଲେ । ସେ ଓଡ଼ିଶାର ୧୦ଜଣ ଯୁବନେତାଙ୍କ ମଧ୍ୟରୁ ଅନ୍ୟତମ ଥିବା ବେଳେ ବାରବାଟୀ କଟକର ୧ନଂ ପ୍ରାର୍ଥୀ ଭାବେ ଆଗରେ ରହିଥିଲା । କିନ୍ତୁ ମୁଁ ପ୍ରସ୍ତାବ ରଖିଥିଲି ବାରବାଟୀ କଟକ ପୁଅକୁ ଦିଆଗଲେ ମଧ୍ୟ ବାଙ୍କୀ ଆସନ ମୋ ସ୍ତ୍ରୀକୁ ଦିଆଯାଉ କିନ୍ତୁ ଏହାକୁ ରାଜ୍ୟ ନେତୃବୃନ୍ଦ ନାକଚ କରିଥିବା ବେଳେ ସେମାନଙ୍କୁ ବିଭିନ୍ନ ଅଞ୍ଚଳରେ ଦିଆଯାଇଥିବା ୨ଟି ଟିକେଟ୍ର ଉଦାହରଣ ରଖିଥିଲେ । ପ୍ରଭାତ ତାଙ୍କ ବକ୍ତବ୍ୟରେ କଟକ ବାରବାଟୀ ଦାୟିତ୍ୱ ପୁଅକୁ ଦିଆଗଲେ ତାହା ତମର ଦାୟିତ୍ୱ ଏବଂ ବାଙ୍କୀ ବିତାଇବା ମୋର ଦାୟିତ୍ୱ ବୋଲି ତଥ୍ୟ ଉପସ୍ଥାପନା କରିଥିଲେ ରାଜ୍ୟନେତାଙ୍କ ଆଗରେ । ପାଖ ନିର୍ବାଚନ ମଣ୍ଡଳି ପ୍ରତି ୫ବର୍ଷରେ ଥରେ ରାମା ଦାମା ଶ୍ୟାମା କରି ନେତା ବଦଳାଉଥିବା ବେଳେ ସେଠାରକ ଜନସାଧାରଣ କୁକୁର ଭଳିଆ ଭୁବନେଶ୍ୱର ରାଜରାସ୍ତାରେ ଚୁ..... ନେତାଙ୍କ ଦୁଆରେ ବୁଲୁଥିବା ବେଳେ ବାଙ୍କୀବାସୀଙ୍କୁ ମୁଁ ସେଭଳି ପରିସ୍ଥିତିରେ ଛାଡ଼ି ପାରିବିନି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ପୁଅର ପ୍ରାର୍ଥୀତ୍ୱକୁ ଦଳ ଗ୍ରହଣ କରିଥିବା ବେଳେ ଦେବୀରଞ୍ଜନ ମୁଁ (ପ୍ରଭାତ କୁମାର ତ୍ରିପାଠୀ) ବାଙ୍କୀ ରାଜନୀତିରେ ଆକ୍ଟିଭ୍ ଏବଂ ବାଙ୍କୀବାସୀ ଭଲ ପାଉଥିବା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ କାଟି ମୋର ପ୍ରାର୍ଥୀତ୍ୱକୁ କାୟମ ରଖିଥିବା ବେଳେ ବାଙ୍କୀ ଯିବାକୁ ଅମଙ୍ଗ ହେଉଥିବା ପ୍ରଭାତ ତାଙ୍କ ବକ୍ତବ୍ୟରେ କହିବା ସହିତ ପୁଅକୁ ବୁଝାଇ ପୋଷ୍ଟର୍ ତିଆରି କରିବା ପାଇଁ ଫଟୋ ଆଣିବା କେତେ ଯେ କଷ୍ଟ ହୋଇଥିବା କହି କାନ୍ଦି ପକାଇଥିଲେ । ଜନୈକ କର୍ମୀଙ୍କ ପ୍ରଶ୍ନରେ କାହିଁକି ସେ ବାଙ୍କୀ ଆସିବ ବୋଲି ପ୍ରଶ୍ନ କରି ସେ ସେବା କରିନାହିଁ, କାହିଁକି ସେ ଭୋଟ୍ ମାଗିବ, ଦଳୀୟ ଅବିଚାର ବିରୋଧରେ ତାର ନୀରବ ପ୍ରତିବାଦ ବୋଲି ପ୍ରଭାତ କହିଥିଲେ । ୨୦୦୯ମସିହାରେ ଏଭଳି ଏକ ଆହ୍ୱାନ ପ୍ରଭାତଙ୍କ ପାଇଁ ରହିଥିଲା ବୋଲି କହିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଗୋଟେ ଗୋଟେ ଗୁମାସ୍ତା ଦରକାର । ଏବେ ପାଣ୍ଡିୟାନ୍ ଗୁମାସ୍ତା ସେତେବେଳେ ପ୍ୟାରୀମୋହନ ଗୁମାସ୍ତା । ୨୦୦୯ମସିହାରେ ମୋତେ ଡାକି କଟକ ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆହ୍ୱାନ କରିଥିବା ବେଳେ ବାଙ୍କୀକୁ ଅନ୍ୟ କାହା ହାତରେ ଟେକି ଦେବା ପାଇଁ କହିଥିଲେ । କିନ୍ତୁ ମୁଁ ବାଙ୍କୀବାସୀଙ୍କୁ ଅଧା ରାସ୍ତାରେ ଛାଡ଼ି ଯାଇପାରିବି ନାହିଁ ବୋଲି ପ୍ରକାଶ କରିବା ସହିତ ବାଙ୍କୀ ଯିବି, ହାରିବି ବା ଜିତିବି, କିନ୍ତୁ ବାଙ୍କୀବାସୀଙ୍କ ସହ ସଦାବେଳେ ରହିବି ବୋଲି ପ୍ରକାଶ କରିଥିଲେ । ସେହିପରି ୨୦୦୯ ଏବଂ ୨୦୧୪ରେ ଆପଣ ଜିତାଇ ବଡ଼ ରାଜନୈତିକ ଦଳ ହିସାବରେ ଠିଆ କରାଇଛନ୍ତି । ପାଖ ନିର୍ବାଚନ ମଣ୍ଡଳିରେ ୫ବର୍ଷରେ ଥରେ ନେତା ପରିବର୍ତ୍ତନ ହେଉଥିବା ହେତୁ ସେଠାକାର ଜନସାଧାରଣଙ୍କ ଅବସ୍ଥା ବାରଦୁଆର ଶୁଣ୍ଢିପିଣ୍ଢା ହେଉଛି । ଟିକେଟ୍ ପାଇଁ ମୋର ନବୀନ ପଟ୍ଟନାୟକଙ୍କ ଦୁଆରେ ଆଣ୍ଠେଇବାର ନାହିଁ, ତାକତ୍ ଥିଲେ ଆମେ ଜିତିବା ବୋଲି ଦୃଢ଼ତ୍ୱ ଦେଖାଇଛନ୍ତି । ବାଙ୍କୀରେ କିଛି ଲୋକ (ନାଁ ନ ନେଇ) ପୋଷ୍ଟର ମାରି ଯାହାର ଚୁଲି ·ଳ ନାହିଁ ରାଲି  କରି ଟିକେଟ୍ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଯଦି ୨୦ଟି ଲୋକ ନେଇ ଟିକେଟ୍ ଲବି କରିଥାନ୍ତେ ମୁଁ ମୋ ନିଜ ଆଡ଼ୁ ଠିଆ ହୋଇ ନଥାନ୍ତି ବୋଲି ପ୍ରସ୍ତାବ ରଖିଥାନ୍ତି ଯାହାକୁ ମୁଁ ପ୍ରସ୍ତାବ ରଖିଥିଲି ଯାହା ହେଲା ନାହିଁ । ମୋ ପୁଅ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ବେଳେ ୫ବର୍ଷ ଭିତରେ ବାପା ରାଜନୀତିରେ ସକ୍ରିୟ ଅଛନ୍ତି ଭାବି ଆସିନାହିଁ । କାଳେ ଜନମାନସରେ ବାଙ୍କୀ ଆସିଲେ ବାପାଙ୍କ ଟିକେଟ୍ ଛଡ଼ାଇ ସେ ଛିଡ଼ା ହବ ବୋଲି ପ୍ରତ୍ୟମାନ ହେବ ଭାବି ସେ ଆସିନାହିଁ । ଯଦି ସେ କଟକରେ ଲଢ଼ୁଥାନ୍ତା ବାଙ୍କୀକୁ ଏକ ଭଡ଼ାଟିଆ ଧରେଇ ଦିଆଯାଇଥାନ୍ତା ବୋଲି ପ୍ରକାଶ କରିଥିଲେ । ପୋଷ୍ଟର ମାଧ୍ୟମରେ ବାଙ୍କୀକୁ ଶ୍ରେଷ୍ଠ  ନିର୍ବାଚନ ମଣ୍ଡଳି ନ ହେବା ଯାଏଁ ଆପଣମାନଙ୍କ ସହିତ ସ୍ନେହ ଶ୍ରଦ୍ଧା ଅତୁଟ ରହିବା ସହିତ ମୋର ୨୫ବର୍ଷ ଏବଂ ପୁଅର ୨୫ବର୍ଷ ସହିତ ୫୦ବର୍ଷର ସମ୍ପର୍କରେ ପରିଣତ କରିବା ପାଇଁ ଆପଣଙ୍କ ନିକଟରେ ପୁଅକୁ ଉତ୍ସର୍ଗ କଲି ବୋଲି ପ୍ରଭାତ ତାଙ୍କ ଶେଷ ବକ୍ତବ୍ୟ ରଖିଥିଲେ । କିନ୍ତୁ ଏହାରି ଭିତରେ ବାଙ୍କୀରେ ନାନା କଳ୍ପନା ଯଳ୍ପନା ଲାଗି ରହୁଥିବା ବେଳେ ଦେବୀରଞ୍ଜନ ମଧ୍ୟ ନିଜ ତରଫରୁ ବାଙ୍କୀ ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପିତା ପ୍ରଭାତ ତ୍ରିପାଠୀଙ୍କ କର୍ତ୍ତବ୍ୟକୁ ପାଥେୟ କରି ତାଙ୍କର ପ୍ରାର୍ଥୀତ୍ୱକୁ ବାଙ୍କୀବାସୀଙ୍କ ଆଶୀର୍ବାଦ ତାଙ୍କର ଦୃଢ଼ତା ବୋଲି ପ୍ରକାଶ କରିଛନ୍ତି ।

0
0
0
s2sdefault