ହେଡଲାଇନସ୍:

ଶଙ୍ଖ ଫୁଙ୍କିଲେ ବରଗଡର ସାଧୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ବରଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ, ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜେପିର ପ୍ରାର୍ଥୀ ହୋଇଥିବା ସାରଙ୍ଗଧର କାଡ୍ରେକା, ଲକ୍ଷ୍ମୀପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ କଂଗ୍ରେସର ରାଜେନ୍ଦ୍ର ହିକ୍‍କା ଓ ଟାଙ୍ଗରପାଲ୍ଲୀ ବ୍ଲକର କଂଗ୍ରେସ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନିଜ ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ନେପାକ, ଶ୍ରୀ କାଡ୍ରେକା ଏବଂ ଶ୍ରୀ ହିକ୍‍କାଙ୍କ ସହ ସମସ୍ତ ନେତା ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ସମସ୍ତ ନେତୃବୃନ୍ଦଙ୍କ ସହ ବିଜେପି ଓ କଂଗ୍ରେସ କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ନେପାକ କହିଥିଲେ ଯେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ମୁଁ ବରଗଡ଼ର ବିଧାୟକ ଥିଲି । କିନ୍ତୁ ମୋ ଭଳି ଜଣେ ବରିଷ୍ଠ  କଂଗ୍ରେସ ନେତାଙ୍କୁ ଦଳ ଅଣଦେଖା କରିଲା । ଦଳରେ ପରିବାରବାଦ ଯୋଗୁ ଆମେମାନେ ନିର୍ଯାତିତ ହେଲୁ । ସେହିଭଳିଆ ଦଳକୁ ମୁଁ ପରିତ୍ୟାଗ କରି ଆଜି ବିଜେଡିରେ ଯୋଗ ଦେଇଛି ବୋଲି ଶ୍ରୀ ନେପାକ କହିଥିଲେ ।

0
0
0
s2sdefault