ହେଡଲାଇନସ୍:

ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଆମ ରିମୋଟ କଣ୍ଟ୍ରୋଲ ସେମାନଙ୍କ ପାଖରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼ରୁ ଆଜି ନିର୍ବାଚନର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ : କହିଲେ ‘ଏଥର ୨୧ରୁ ୨୧ ଶଙ୍ଖ’

ଭୁବନେଶ୍ୱର,୨୪/୩/୨୦୧୯: ଏଥର ୨୧ରୁ ୨୧ ଶଙ୍ଖ ପାଇବ । ବିଜୁ ଜନତା ଦଳ ୨୧ରୁ ୨୧ ଲୋକସଭା ଆସନ ଜିତିବ । ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡ଼ରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରି ଏହା କହିଛନ୍ତି । ସେ କହିଛନ୍ତି ଯେ ଏଥର କେନ୍ଦ୍ରରେ ସରକାର ଗଠନ ପାଇଁ କୌଣସି ଜାତୀୟ ଦଳ ବହୁମତ ପାଇବ ନାହିଁ । କେନ୍ଦ୍ର ସରକାର ଗଠନରେ ଆମର, ଆମ ଓଡ଼ିଶାବାସୀଙ୍କ ବଡ଼ ଭୂମିକା ରହିବ । ଏହା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଓଡ଼ିଶା ପ୍ରତି ହୋଇଥିବା ଐତିହାସିକ ଅବହେଳାକୁ ସବୁଦିନ ପାଇଁ ଦୂର କରିବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଶ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ ମୁଁ ମିଶନ ଶକ୍ତିର ଜଣେ ମା’ ପ୍ରମିଳା ବିଶୋୟୀଙ୍କୁ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ କରିଛି । ସାରା ଦେଶରେ ବିଜୁ ଜନତା ଦଳ ହେଉଛି ପ୍ରଥମ ଦଳ, ଯିଏ ମହିଳାଙ୍କ ପାଇଁ ଲୋକସଭାରେ ୩୩% ସଂରକ୍ଷଣ ଦେଇଛି । ସାରା ଦେଶରେ ବିଜୁ ମହିଳା ଜନତା ଦଳ ମହିଳାଙ୍କୁ ପ୍ରକୃତ ସଶକ୍ତ କରିଛି । ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ, ମିଶନ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ଋଣ ଦେଇଛି । ମୋର ପୂରା ବିଶ୍ୱାସ, ମହିଳାଙ୍କ ଶକ୍ତି ବୃଦ୍ଧି ହେଲେ ଘର, ଗାଁ, ରାଜ୍ୟ ଓ ଦେଶର ଉନ୍ନତି ହେବ । ସାରା ଦେଶରେ ପ୍ରଥମଥର ପାଇଁ କାଳିଆ ଯୋଜନା କରି ଆମେ ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିଛୁ । ୩୫ଲକ୍ଷ ଚାଷୀ ପରିବାର ସହାୟତା ପାଇଛନ୍ତି । ଆଉ ୨୦ଲକ୍ଷ ଚାଷୀ ପରିବାରଙ୍କ ତାଲିକା କରାଯାଇଛି । ସମସ୍ତେ ପାଇବେ । ଜଣେ ବି ଯୋଗ୍ୟ ଚାଷୀ ଯେପରି ବଞ୍ଚôତ ନହେବେ ତା’ଉପରେ ମୁଁ ନଜର ରଖିଛି । କିଛି ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି । କାଳିଆକୁ କେହି ରୋକିପାରିବେ ନାହିଁ । ସବୁ ଯୋଗ୍ୟ ଚାଷୀ କାଳିଆ ସହାୟତା ନିଶ୍ଚୟ ପାଇବେ । ପ୍ରିୟ ଭାଇ ଓ ଭଉଣୀମାନେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଆମେ ଲଢେ଼ଇ କରୁଛୁ । ଯଦି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବ, ତେବେ ଓଡ଼ିଶାର କେତେ ଲାଗ ହେବ, ଆପଣ ଜାଣନ୍ତି? ବହୁତ ପୁଞ୍ଜି ଆସିବ । ବହୁ ଯୁବକଙ୍କୁ ରୋଜଗାର ମିଳିବ । ବିକାଶ କାମ ପାଇଁ ବହୁତ ପାଣ୍ଠି ଆସିବ । ଏବେ ଆମେ ମେକ୍‍ ଇନ୍‍ ଓଡ଼ିଶାରେ ୫ଲକ୍ଷ କୋଟି ପୁଞ୍ଜି ଓ ୩୦ଲକ୍ଷ ନିଯୁକ୍ତିର ପ୍ରସ୍ତାବ ପାଇଛୁ । ଯଦି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବ ତା’ହେଲେ ଏହା ଦ୍ୱିଗୁଣ ହେବ । ଭାବନ୍ତୁ, କେତେ ନିଯୁକ୍ତି ଆସିବ ଓ କେତେ ଉନ୍ନତି ହେବ । ୨୦୧୪ରେ ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କୁ ଏକ ନମ୍ବରରେ ରଖିଥିଲା । କିନ୍ତୁ ସରକାର ହେଲା ପରେ ଭୁଲି ଗଲା । ଓଡ଼ିଶା ଓ ଓଡ଼ିଶାର ଯୁବପିଢ଼ି ପାଇଁ ଅନ୍ୟାୟ ହୋଇଛି । ସାରା ଭାରତ ବର୍ଷରେ ସବୁଠାରୁ ଦୁର୍ବଳ ରେଳବାଇ ବ୍ୟବସ୍ଥା ଓଡ଼ିଶାରେ ଅଛି । ସାରା ଭାରତ ବର୍ଷରେ ସବୁଠାରୁ ଅଧିକ ଲାଭ ରେଳବାଇରେ ମିଳୁଛି ଓଡ଼ିଶାରୁ । ଓଡ଼ିଶାରୁ ୨୦ ହଜାର କୋଟି ପାଉଥିବା ବେଳେ ଓଡ଼ିଶା ପାଉଛି ମାତ୍ର ଏକ ହଜାର କୋଟି । ସବୁ ଟଙ୍କା ଅନ୍ୟ ରାଜ୍ୟରେ ଖର୍ଚ୍ଚ ହେଉଛି । ଏହା କେନ୍ଦ୍ର ଅବହେଳା ନୁହେଁ କି? କୋଇଲାରୁ କେନ୍ଦ୍ର ସରକାର ଓଡ଼ିଶାରୁ ହଜାର ହଜାର କୋଟି ଟଙ୍କା ପାଉଛି । ଓଡ଼ିଶା ପାଉଛି ଧୂଳି ଓ ଧୂଆଁ । ଏହା କେନ୍ଦ୍ର ଅବହେଳା ନୁହେଁ କି? ଛତିଶଗଡ଼ ବିଜେପି ସରକାର ମହାନଦୀର ପାଣି ବନ୍ଦ କଲା । କେନ୍ଦ୍ର ସରକାର ଏହାକୁ ସମର୍ଥନ କଲା । ଆମେ ସୁପ୍ରିମକୋର୍ଟ ଯାଇ ନ୍ୟାୟ ପାଇଲୁ । ସେହିପରି ପୋଲାଭରମ୍‍ ପ୍ରସଂଗରେ ଆନ୍ଧ୍ରକୁ ସମର୍ଥନ କଲେ । ଟେଲି ଯୋଗାଯୋଗ, ବ୍ୟାଙ୍କ, ଜାତୀୟ ରାଜପଥ ଏସବୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ଓଡ଼ିଶା ସବୁଠାରୁ ତଳେ । ଓଡ଼ିଶାକୁ ଏଥିରେ ହତାଦର କରାଯାଉଛି । ଏହା କେନ୍ଦ୍ରର ଅବହେଳା ନୁହେଁ କି? ଆପଣମାନେ ଭଲ ଭାବରେ ଏହା ଜାଣିବା ଉଚିତ୍‍ । ଓଡ଼ିଶାର ବିଜେପି ନେତାମାନେ ବି ଏହା ଭଲ ଭାବରେ ଜାଣନ୍ତି । କିନ୍ତୁ ସେମାନେ ତାଙ୍କ ହାଇକମାଣ୍ଡଙ୍କୁ ଏହା କହିପାରିବେ ନାହିଁ । ଓଡ଼ିଶାର ହକ୍‍ ପାଇଁ ସେମାନେ ଲଢେ଼ଇ କରିପାରିବେ ନାହିଁ । ସେମାନଙ୍କୁ ଦିଲ୍ଲୀରୁ ହାଇକମାଣ୍ଡ କଣ୍ଟେ୍ରାଲ କରୁଛି ।

ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ । ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଆମର ରିମୋଟ କଣ୍ଟେ୍ରାଲ ଅଛି ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ପାଖରେ । ସେଥିପାଇଁ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ କରୁଛୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

0
0
0
s2sdefault