ହେଡଲାଇନସ୍:

 "ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲି, ତାହା ବର୍ଣ୍ଣନା କରିବା ଅସମ୍ଭବ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଏକ ହଜାରୁ ଅଧିକ ସମର୍ଥକ ସହ ଆଜି ବିଜେଡ଼ିରେ ଯୋଗ ଦେବେ ରାଜକିଶୋର

 "ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେବା କରିଆସୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମାନସିକ ନିର୍ଯାତନା  ଦେବା ଆରମ୍ଭ କରିଥିଲି  । ଦଳ ଓ ସଂଘ ସହ ଥିବା ୪୦ ବର୍ଷର ଭାବଗତ ସମ୍ପର୍କକୁ ପାଥେୟ କରି ଦୀର୍ଘ ୪ବର୍ଷ ଧରି ଏହାକୁ ହଜମ କରିଆସୁଥିଲେ । ଆଶା ଥିଲା ତାଙ୍କୁ ଜଷ୍ଟିସ ମିଳିବ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନ ମୋର  ନିମନ୍ତେ ସମସ୍ତ ଦ୍ୱାରକୁ ବନ୍ଦ କରିଦେବା ଫଳରେ ମୁ ବାଧ୍ୟ ହୋଇ ବିଜେପି ତ୍ୟାଗ କରିବାକୁ ବାଧ୍ୟ ହେଲି  ।"

ବାରିପଦା(ଦିଲ୍ଲୀପ ମହାନ୍ତି)-ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେପିର ଆଶାୟୀ ପ୍ରାର୍ଥୀ ତଥା ଭାଜପାର ରାଜ୍ୟ ଉପସଭାପତି ରାଜକିଶୋର ଦାସ ବିଜେପିରୁ ମାର୍ଚ୍ଚ ୨୩ ଶନିବାର ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଏହି ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ଏହା ପରେ ମାର୍ଚ୍ଚ ୨୫ ସୋମବାର ଭୁବନେଶ୍ୱର ନବୀନ ନିବାସରେ ଏକ ହଜାରରୁ ଅଧିକ ନେତା ଓ ସମର୍ଥକମାନଙ୍କୁ ଧରି ବିଜେଡ଼ିରେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି । 

             ଭାଜପାର ପୂର୍ବତନ ନେତା ଶ୍ରୀଦାସ ତୃତୀୟ ଶ୍ରେଣୀରେ ୮ ବର୍ଷ ବୟସରେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ଏହି ସମୟରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ମହାବିଦ୍ୟାଳୟରେ ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ କାର୍ଯ୍ୟ କରୁଥିଲେ । ମହାବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ ପରେ ବିଶ୍ୱ ହିନ୍ଦୁପରିଷଦ , ବନବାସୀ କଲ୍ୟାଣ ଆଶ୍ରମ, ବଜରଙ୍ଗ ଦଳରେ ଓଡ଼ିଶା ପ୍ରାନ୍ତୀୟ ସଂଯୋଜକ, ସରସ୍ୱତୀ ଶିଶୁ ମନ୍ଦିର, ଭାରତୀୟ ମଜଦୁର ସଂଘରେ କାର୍ଯ୍ୟକରିବା ପରେ ୧୯୮୦ରେ ଭାରତୀୟ ଜନତାପାର୍ଟି ପ୍ରତିଷ୍ଠା ହେବା ପରେ ସେଥିରେ କାର୍ଯ୍ୟ କରିଥିଲେ । ୧୯୯୨-୯୭ ରେ ରାଇରଙ୍ଗପୁର ଏନଏସିରେରେ ଅଧ୍ୟକ୍ଷ ହୋଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ଶ୍ରୀଦାସଙ୍କ ନେତୃତ୍ୱରେ ରାଇରଙ୍ଗପୁର ଏନଏସିକୁ ବିଜେପି ଦଖଲରେ ରଖିଆସିଛି । ଏହା ସହିତ ୪ ଥର ରାଜ୍ୟ ସାଧାରଣ ସମ୍ପାଦକ, ୨ ଥର ରାଜ୍ୟ ଉପସଭାପତି ସହ ଦଳୀୟ ରିଟର୍ଣ୍ଣିଂ ଅଧିକାରୀ ଆଦି ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ଆସୁଛନ୍ତି । ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେବା କରିଆସୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମାନସିକ ଅତ୍ୟାଚାର ଦେବା ଆରମ୍ଭ କରିଥିଲେ । ଶ୍ରୀଦାସ ତାଙ୍କର ଭବିଷ୍ୟତକୁ ଲକ୍ଷ ରଖି ଦୀର୍ଘ ୪ବର୍ଷ ଧରି ଏହାକୁ ହଜମ କରିଆସୁଥିଲେ । ଆଶା ଥିଲା ତାଙ୍କୁ ଜଷ୍ଟିସ ମିଳିବ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନ ତାଙ୍କ ନିମନ୍ତେ ସମସ୍ତ ଦ୍ୱାରକୁ ବନ୍ଦ କରିଦେବା ଫଳରେ ବିଜେପି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ଶ୍ରୀପଣ୍ଡାଙ୍କ ନିକଟକୁ ପଠାଇବା ସମୟରେ ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ, ତାହା ବର୍ଣ୍ଣନା କରିବା ଅସମ୍ଭବ ବୋଲି କୋହକୁ ମନରେ ଚାପିରଖି ପ୍ରକାଶ କରିଥିଲେ ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀଦାସ । ଏଥି ସହିତ ବିଜେଡ଼ିରେ ଯୋଗ ଦେବା ପରେ ସେ ଦଳ ଜଣେ ଶୃଙ୍ଖଳିତ ସୈନିକ ଭାବେ କାର୍ଯ୍ୟ କରିବେ ଏବଂ ଦଳର ସଙ୍ଗଠନକୁ ତୃଣମୂଳସ୍ତରରେ ମଜବୁତ କରାଇବା ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତମୁଠାକୁ ଟାଣ କରିବା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଥିଲେ । 

 

 

 

 

 

0
0
0
s2sdefault