ହେଡଲାଇନସ୍:

ବିଜେଡି ପ୍ରାର୍ଥୀ ତାଲିକା : ବଲାଙ୍ଗୀର ଆସନରୁ ଅନଙ୍ଗ ନନ୍ଦନ, ରେଢ଼ାଖୋଲରୁ ରୋହିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bhubaneswar " ବଲାଙ୍ଗୀର ବିଧାନସଭା ଆସନରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ବିଜେଡି ପକ୍ଷରୁ ଟକ୍କର ଦେବେ ଅନଙ୍ଗ ନନ୍ଦନ ଅର୍କଶ ନାରାୟଣ ସିଂହଦେଓ | ସେହିପରି ସମ୍ବଲପୁରରୁ  ରାସେସ୍ୱରୀ ପାଣିଗ୍ରାହୀ, ରେଢାଖୋଲରୁ  ରୋହିତ ପୂଜାରୀ, ବ୍ରଜରାଜନଗରରୁ  କିଶୋର ମହାନ୍ତି, ଲାଞ୍ଜିଗଡ ରୁ ପ୍ରଦୀପ କୁମାର ଦିଶାରୀ,ଲୋଇସିଂହାରୁ  ପ୍ରଦୀପ କୁମାର ବେହେରା, ଝରିଗାଁରୁ  ପ୍ରକାଶ ଚନ୍ଦ୍ର ମାଝୀ ଓ ମାଲକାନଗିରି- ମୁକୁନ୍ଦ ସୋଦି,ଏବଂ ପଟାଙ୍ଗୀରୁ ପ୍ରୀତମ ପାଢ ବିଜେଡି ପକ୍ଷରୁ ଲଢ଼ିବେ | ଆଜି ଦଳ ପକ୍ଷରୁ ଦଳ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି | ଏଥିରେ ପ୍ରଥମ ପର୍ଯ୍ୟାୟ ବାକିଥିବା ୯ଟି ବିଧାନସଭା ଆସନ ପାଇଁ କେବଳ ତାଲିକା ପ୍ରକାଶ କରାଯାଇଛି । ଖୁବ ଶୀଘ୍ର ଅନ୍ୟ ଆସନର ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ଘୋଷିତ ତାଲିକାରେ ଅନଙ୍ଗ ଉଦୟ ସିଂଦେଓ ଖୁଶ ହୋଇଥିବା ବେଳେ ଯୋଗେନ୍ଦ୍ର ବେହେରା ନିଜ ପୁଅ ପାଇଁ ଓ ପୂର୍ବତନ ବିଧାୟକ ଅନୁପ ସାଇଙ୍କୁ ନିରାଶ ହେବାକୁ ପଡିଛି | ନିରାଶ ହୋଇଥିବା ଅନୁପଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି |  

0
0
0
s2sdefault