ହେଡଲାଇନସ୍:

କଟକରୁ ଲଢ଼ିବେ ଲୋକସଭା ଲଢ଼ିବେ ପ୍ରକାଶ ମିଶ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରୁଚି ନାହିଁ କହୁଥିଲେ, ଆଜି ଡେଇଁ ପଡିଲେ ମଇଦାନକୁ 

  ଭୁବନେଶ୍ୱର: ରାଜନୀତିରେ ରୁଚି ନାହିଁ, ମୋର ଯୋଗ ଦେବାର ନାହିଁ ବୋଲି କହି ଆସୁଥିବା ପ୍ରବର୍ତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଡେଇଁ ପଡିଛନ୍ତି ନିର୍ବାଚନ ମଇଦାନକୁ । ବିଧିବଦ୍ଧ ଭାବେ ଆଜି ସେ ବିଜେପିରେ ଯୋଗ ଦେବା ପରେ ସେ  କଟକ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଅବତୀର୍ଣ ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ଆଉ ସେଇଥି ପାଇଁ ଲୋକସଭା ପାଇଁ ଲଢ଼ିବାକୁ ଆଶା ବାନ୍ଧିଥିବା ପିତାମ୍ବର ଆଚାର୍ଯ୍ୟଙ୍କ ଦଳର ରାଜ୍ୟ ଉପସଭାପତି କରାଯାଇଥିଲା | କାଲିଠାରୁ ଚିତ୍ର ସ୍ପଷ୍ଟ ହୋଇଥିବା ବେଳେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ, ଡାକ୍ତର ଦାମୋଦର ରାଉତ ଉପସ୍ଥିତିରେ ଶ୍ରୀ ମିଶ୍ର ଜୋଫାଗ ଦେଇଥିଲେ । ଶ୍ରୀ ମିଶ୍ରଙ୍କ ଛଡ଼ା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଦେବୀ ପ୍ରସାଦ ଚାନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି ।

୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀ ମିଶ୍ର ରାଜ୍ୟ ପୁଲିସ ଡିଜି ଭାବେ କାର୍ଯ୍ୟ କରିଥିବା ବେଳେ ୨୦୧୪ ଡିସେମ୍ବରରେ ସିଆରପିଏଫ୍ ବିଭାଗର ଡିଜି ପଦରେ ସେ ଅବସ୍ଥାପିତ ହୋଇଥିଲେ । ୨୦୧୬ ରେ ଚାକିରି ସାରିବା ପରେ ଉତ୍ତରାଞ୍ଚଳ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ କିଛି ଦିନ ଦାୟିତ୍ୱରେ ଥିଲେ । ବିଜେପିରେ ଯୋଗ ଦେବା ପରେ ଶ୍ରୀ ମିଶ୍ର ଓଡିଶା ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ  ଓଡ଼ିଶାରେ ଶାସନ ଅତି ନୀଚ୍ଚସ୍ତରକୁ ଖସି ଆସିଲାଣି ଏବଂ ଏବେ ଓଡ଼ିଶାର ଭବିଷ୍ୟତ କିଛି ନାହିଁ ଶ୍ରୀ ମିଶ୍ର କହିଛନ୍ତି | 

0
0
0
s2sdefault