ହେଡଲାଇନସ୍:

ବିଭିନ୍ନ ସଂଗଠନ ପକ୍ଷରୁ ବସନ୍ତ ପଣ୍ଡାଙ୍କୁ ଶୁଭେଚ୍ଛା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡା/କଳାହାଣ୍ଡି:ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ୨୦୧୪ ନିର୍ବାଚନରେ ନୂଆପଡା ବିଧାୟକ ହେଲା ପରେ ଶ୍ରୀ ବସନ୍ତ ପଣ୍ଡା ହୋଇଥିଲେ ବିଜେପିର ଓଡିଶା ରାଜ୍ୟ ସଭାପତି । କିନ୍ତୁ ଏଥର ୨୦୧୯ ସାଧାରଣ ନିର୍ବାଚନରେ ନିଜର ବିଧାୟକ ଟିକେଟ ଛାଡି ସେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ବିଜେପି ନିର୍ବାଚନ କମିଟି ପକ୍ଷରୁ  ଗତକାଲି ଏହି ଘୋଷଣା କରାଯାଇଛି । ଶ୍ରୀଯୁକ୍ତ ପଣ୍ଡା ଲୋକସଭା ଟିକେଟ ପାଇଥିବାରୁ ନୂଆପଡା, ଖରିଆର ତଥା କଳାହାଣ୍ଡିର ଜନସାଧାରଣରେ ଖୁସି ଲହରୀ ଖେଳି ଯାଇଛି । ନିକଟ ଅତୀତରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିରେ ମୋଦି ଲହରୀ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବଳିଷ୍ଠ ନେତୃତ୍ବରେ ଜନତା ବିଜେପିକୁ ବିପୁଳ ଜନମତ ଦେଇଥିଲେ ଯାହାଫଳରେ  ବିଜେପିର ଅନେକ ଜ଼ିଲ୍ଲା ପରିଷଦ ସଦସ୍ୟ ବିଜୟୀ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଳାହାଣ୍ଡିରେ ବିଜେପି ଭଲ କରିପାରେ ବୋଲି ରାଜନୈତିକ ସମିକ୍ଷକ ମାନେ ମତପ୍ରକାଶ କରିଥିଲେ । ଯଦିଓ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ହୋଇ ସଂଗଠନ ଜାରି ରଖିଥିବା ବରିଷ୍ଠ ନେତା ପ୍ରଦୀପ ନାୟକ ଟିକଟ ପାଇନଥିବା ଯୋଗୁ ଅସନ୍ତୁଷ୍ଟ ଅଛନ୍ତି ତଥାପି ଶ୍ରୀ ପଣ୍ଡା କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ କଳାହାଣ୍ଡି – ନୂଆପଡାର ବିଭିନ୍ନ ଅନୁଷ୍ଠାନ ତଥା ଅନେକ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault