ହେଡଲାଇନସ୍:

ବିଜୁଳି ମାଇଲା ପରେ ଏବେ ଅଭିନ୍ନ ଚଡକ  : ବଡ଼ସାହି ଟିକଟ ବଡ ଗୁମର , ଇସ୍ତଫା ଦେଲେ ଅଭିନ୍ନ ସୁନ୍ଦର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାରିପଦା/Dillip Mohanti  : ବଡ଼ସାହି  ନିର୍ବାଚନ ମଣ୍ଡଳୀରୁ ସନାତନ ବିଜୁଳିଙ୍କୁ ଦଳୀୟ ଟିକଟ ପ୍ରଦାନକୁ ନିର୍ବାଚନ ମଣ୍ଡଳୀରେ ତୀବ୍ର ବିରୋଧ କରାଯାଇଛି । ସନାତନ ବିଜୁଳି ଟିକଟ ପାଇବା ପରେ ଏବେ ଦଳକୁ  ଅଭିନ୍ନ ଚଡକ ପଡିଛି, ଯାହାକି ଦଳକୁ ମାହାଙ୍ଗା ସାବିତ ହୋଇପାରେ | ବିଜେପିରେ ଦୀର୍ଘ ଦୀର୍ଘ ୨୭ ବର୍ଷରୁ ଅଧିକ ସମୟ ଧରି ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ନିରବଚ୍ଛିନ୍ନ ସେବା ଯୋଗାଇ ଆସିଥିବା ତଥା ବାରିପଦା ଆର୍ବାନ ବ୍ୟାଙ୍କ ଓ ଏମସିସି ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ  ରହିଥିବା ବିଜେପି ନେତା  ତଥା ଟାଣୁଆ ସମବାୟବିତ  ଅଭିନ୍ନ ସୁନ୍ଦର ପାତ୍ର  ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାର ଜଣାପଡ଼ିଛି । ଶ୍ରୀ ପାତ୍ର ତାଙ୍କର ଇସ୍ତଫାପତ୍ର ଇ-ମେଲ ଜରିଆରେ ରାଜ୍ୟ ସଭାପତି ବସ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀପାତ୍ର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟରେ ଦଳର ନୀତି ଆଦର୍ଶ କିଛି ନଥିବାର ଅଭିଯୋଗ ଆଣିବା ସହ ତାଙ୍କ କାର୍ଯ୍ୟକଳାପ ଓ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳର କେତେକ ନେତା ଓ ସମର୍ଥକ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର ଜେନାଙ୍କୁ ତାଙ୍କ ବାଲେଶ୍ୱର ବାସଭବନରେ ସାକ୍ଷାତ କରିଥିବାର ଜଣାପଡ଼ିଛି । 

0
0
0
s2sdefault