ହେଡଲାଇନସ୍:

ସୁଵହ କା ଭୁଲା ସାମ କୋ ଅଗର ଘର ଲୌଟ ଆୟେ ତୋ ଉସେ ଭୁଲା ନହିଁ କହତେ ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଯ୍ୟୋଧନଙ୍କ ଘର ଲେଉଟାଣିକୁ ନେଇ ନବୀନ ଖୁସ, ନୂଆପଡା ଜିଲ୍ଲା ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ହୋଇପାରେ ପ୍ରଭାବିତ 

ଭୁବନେଶ୍ୱର : ମାନ  ଅଭିମାନ ଭୁଲି ନିଜ ପୁରୁଣା ଘରକୁ ବାହୁଡ଼ିଛନ୍ତି ନୂଆପଡା ରାଜନୀତିର ନିର୍ଣ୍ଣାୟକ ତଥା ଟାଣୁଆ ରାଜନେତା  ଦୁର୍ୟୋଧନ ମଝି |  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନୂଆପଡ଼ା ଜିଲ୍ଲା ଖରିଆରର ବିଜେପି ବିଧାୟକ ଥିବା ପୁର୍ନତାନ ମନ୍ତ୍ରୀ ଶ୍ରୀ  ମାଝୀ ନବୀନ ନିବାସରେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଧିବଦ୍ଧ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଦୁର୍ଯ୍ୟୋଧନଙ୍କ ଘର ଲେଉଟାଣିକୁ ନେଇ ନବୀନ ଖୁସ ଥିବା ବେଳେ ନୂଆପଡା ଜିଲ୍ଲା ଖରିଆର ବିଧାନସଭା କ୍ଷେତ୍ର  ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଅଧିକ ମଜଭୁତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି |

 ସେହିପରି ବ୍ରହ୍ମପୁର ନଗର ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ରୂପେଶ୍ୱର ମହାପାତ୍ର ଓ ତାଙ୍କର ୪୦୦ରୁ ଊଦ୍ଧ୍ୱର୍ ସମର୍ଥକ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ପୁନର୍ବାର ଯୋଗ ଦେଇଥିବା ଶ୍ରୀ ମାଝୀ ଓ ଶ୍ରୀ ମହାପାତ୍ରଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ମାଝୀ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଁ ବହୁତ ଖୁସି । ଏହି ପ୍ରତ୍ୟାବର୍ତ୍ତନ ନୂଆପଡ଼ା ଜିଲ୍ଲା ସହ ଖରିଆର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ସୂଚନାଯୋଗ୍ୟ, ଶ୍ରୀ ମାଝୀ ପୂର୍ବରୁ ଜନତା ଦଳ ଓ ବିଜୁ ଜନତା ଦଳରୁ ଦୁଇଥର ଲେଖାଏଁ ବିଧାୟକ ହୋଇ ଖରିଆର ନିର୍ବାଚନ ମଣ୍ଡଳୀରେ ନିଜର ନେତୃତ୍ୱକୁ ପ୍ରମାଣିତ କରିସାରିଛନ୍ତି । 

ଏହି ଅବସରରେ ବ୍ରହ୍ମପୁର ନଗର ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଶ୍ରୀ ମହାପାତ୍ର କହିଥିଲେ ଯେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୃଢ଼ ନିଷ୍ପତ୍ତି, ଜନହିତକର କାର୍ଯ୍ୟ ଏବଂ ସ୍ୱଚ୍ଛ ଶାସନକୁ ଆମେମାନେ ଅନୁସରଣ କରିଥାଉ । ବିଶେଷକରି ଯୁବ ସମାଜ ଓ ମହିଳା ସଶକ୍ତିକରଣକୁ ଶ୍ରୀ ପଟ୍ଟନାୟକ ବହୁ ଗୁରୁତ୍ୱ ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଆଜି ବ୍ରହ୍ମପୁର ସହରରେ ପାଣିର ସମସ୍ୟା ସମାଧାନ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପର୍ଯ୍ୟବେକ୍ଷକ ରବି ପାଣି, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଉପଦେଷ୍ଟା ସଂଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault