ହେଡଲାଇନସ୍:

ଭାଗ୍ୟବାନ ନେତା ହେମାନନ୍ଦ : ଡୁବିରେ ହାତ,ତାବଲାରେ ବି  ହାତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହେଲେ ଅଡୁଆ ଏମନ୍ତ, କାହାପାଇଁ ଲୋକଙ୍କ ଆଗେ ହେବେ ଯୋଡ ହସ୍ତ ||||

ସୁନ୍ଦରଗଡ/horachand deuria : ଭାଗ୍ୟବାନ ନେତା ମାନିବାକୁ ପଡିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କୁ | ନିଜେ ରାଜନୀତିରୁ ସନ୍ୟାସ ନେଇଲେ ସିନା ଦୁଇ ଝିଅଙ୍କୁ ଟିକେଟ ଦିଆଇ ନିର୍ବାଚନ ମୈଦାନରେ ଠିଆ କରାଇଦେଲେ | ବଡ ଝିଅ ବିଜେଡି ଯାଇ ସୁନ୍ଦରଗଡ ଏମପି ପ୍ରାର୍ଥୀ, ଆଉ ସାନ ଝିଅକୁ କଂଗ୍ରେସ  ଟିକଟରେ  ସୁନ୍ଦରଗଡ  ବିଧାନ ସଭା ଆସନରୁ ଲଢ଼ୁଛନ୍ତି | ହେଲେ ଏବେ କଣ କରିବେ ହେମାନନ୍ଦ | ତାଙ୍କର ଡୁବିରେ ହାତ,ତାବଲା ବି  ହାତ ସିନା | ହେଲେ କାହାପାଇଁ ସେ ପ୍ରଚାର ମଇଦାନକୁ ଓହ୍ଳାଇବେ ??? କେଉଁଝିଅ ପାଇଁ ଜନତାଙ୍କ ହାତରେ ଜୋଡ ହସ୍ତ ହେବେ ?? ନ ଘରେ ବସି ଅପରେଟ କରିବେ, ସୁନ୍ଦରଗଡ଼ ଏମପି ବିଜେଡ଼ିକୁ( ମାନେ ସୁନିତାଙ୍କୁ) ଦିଅ,  ସୁନ୍ଦରଗଡ ଏମଏଲଏ କଂଗ୍ରେସକୁ (ମାନେ  ସାନଝିଅ ଅମିତାକୁ ) ଦିଅ ବୋଲି ନିଜ ସମର୍ଥକଙ୍କୁ କହିବେ | 

ସୂଚନାଯୋଗ୍ୟ ଯେ ଦୁଇ ଭଉଣୀ କେବେ ବି ନିର୍ବାଚନ ଲଢ଼ି ନାହାନ୍ତି | ଉଭୟଙ୍କ ପ୍ରଥମ ନିର୍ବାଚନ | ବଡ଼ ଭଉଣୀ ବିଜେଡି ଓ ସାନ ଭଉଣୀ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଯୋଗୁଁ ଏଥର ରୋମାଞ୍ଚକ ଲଢ଼େଇ ଦେଖିବାକୁ ମିଳିବ| ଏଠାରେ ସୂଚନାଯୋଗ୍ୟ ଯେ ସୁନିତା ବିଶ୍ୱାଳ କିଛି ଦିନ ତଳେ କଂଗ୍ରେସ ଦଳରୁ ଛାଡି ବିଜେଡ଼ି ଦଳରେ ଯୋଗ ଦେଇଥିଲେ |

0
0
0
s2sdefault