ହେଡଲାଇନସ୍:

ଶିଶିରଙ୍କ ପ୍ରାର୍ଥୀତ୍ୱକୁ ନେଇ ଗୁଣୁପୁର ବିଜେପିରେ ଅସନ୍ତୋଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁହଁ ମୋଡିଲେଣି ରବିଶଙ୍କର, ସ୍ୱାଧୀନ ଲଢ଼ିବେ ରାମମୂର୍ତ୍ତି 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଗୁଣପୁର ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ପରିସ୍ଥିତିରେ ବିଜେଡ଼ି ପାଇଁ ବିଜେପି ହିଁ ଏକ ବିକଳ୍ପ ଥିବା ବେଳେ ରାଜ୍ୟ ନେତୃବୃନ୍ଦ ସ୍ଥାନୀୟ କର୍ମୀ ଙ୍କ ପ୍ରତି କରିଥିବା ଅଣଦେଖା ବିଜେଡ଼ିକୁ ସିଧା ସଳଖ ଜିତାଇବାର ରାସ୍ତା ସଫା କରିଛି ବୋଲି ଚର୍ଚ୍ଚା ଜୋର ଧରିଛି । 

ମୋଦୀଜୀ ଙ୍କ ନେତୃତ୍ୱ ଓ ହାତ ମୁଠାକୁ ଟାଣ କରିବା ଆଶା ନେଇ ଦୀର୍ଘ ବର୍ଷ ପୁର୍ବରୁ ଚାକିରିରୁ ଅବସର ନେଇ ବିଜେପି ଓ ଏହାର ସହଯୋଗୀ ସଙ୍ଗଠନ ର ଯୁବଗୋଷ୍ଠିଙ୍କୁ ଆଗକୁ ନେଇ ସଙ୍ଗଠନ କରୁଥିବା ରବି ଶଙ୍କର ଗମାଙ୍ଗ ଏବଂ ସକ୍ରିୟ ବିଜେପି ରାଜନୀତି ରେ ଯୋଗଦେଇ ନିଜକୁ ବିଧାୟକ ପ୍ରାର୍ଥୀ ଭାବେ ଦୀର୍ଘ ମାସରୁ ପ୍ରଚାର ଆରମ୍ଭ କରି ଆସୁଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତୀ ମୁଟିକାଙ୍କୁ  ଏଡାଇ ରାଜ୍ୟ ନେତୃବୃନ୍ଦ କିଛି ଠିକ କରିନାହାଁନ୍ତି ବୋଲି  ବିଜେପି କର୍ମୀ ମାନେ ଖୋଲାଖୋଲି କହିଛନ୍ତି। ରାମମୂର୍ତ୍ତି କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟତମ ଆଶାୟୀ ତଥା ନିର୍ବାଚନ ଲଢ଼ିବା ଆଶାରେ ପୋଲିସ ଅଫିସର ଚାକିରୀଚାଡ଼ି (ଚାକିରୀ ଆହୁରି ୨୫ବର୍ଷ ଥିଲା) ଗୁଣୁପୁର ନିର୍ବାଚନ ମଂଡଳୀରେ ବିଜେପିକୁ ମଜଭୁତିଆ ସ୍ଥତିକୁ ଆଣିଥିବା ତଥା ବିଜେପିକୁ ବିଜେଡିର ବିକଳ୍ପ ସ୍ଥିତିକୁ ନେଇ ଆସିଥବା ଯୁବନେତା ରବିଶଙ୍କର ଗମାଙ୍ଗୋଙ୍କ ମନ କିନ୍ତୁ ଭାନି ଯାଇଛି | ସେ ବିଜେପି ପ୍ରତି ବିମୁଖ ରହିଥିବା ତାଙ୍କ ବକ୍ତବ୍ୟରୁ ଜଣା ପଡିଛି | ସେ ଯଦିଓ ସ୍ୱାଧୀନ ଭାବେ ଠିଆ ହେବେ ନାହିଁ, ତଥାପିକୁ ବିଜେପିକୁ କୌସି ପ୍ରକାରେ ସମର୍ଥନ କରିବେ ନାହିଁ ବୋଲି ପରୋକ୍ଷ ସୂଚନା ଦେଇଛନ୍ତି | ତାହା ପରୋକ୍ଷରେ ବିଜେଡ଼ିକୁ ସହାୟକ ହେବ | 

ଗତ ଦିନ ରେ ବାଜପାୟୀ  ସରକାର ପତନ ର କାରଣ ଓ ନିଜ ସମ୍ପର୍କୀୟଙ୍କୁ ଟିକଟ ଦେବାର ବ୍ୟବସ୍ଥା କରି କଂଗ୍ରେସ କୁ ସ୍ଥାନୀୟ ଅଞ୍ଚଳ ରେ ମୂଳପୋଛ କରିଥିବା ଗିରିଧର ଗମାଙ୍ଗଙ୍କ ପରିବାର ମଧ୍ୟରୁ ଜଣଙ୍କୁ ବିଜେପିର ମଙ୍ଗ ଧରାଇଥିବା ଘଟଣାକୁ କର୍ମୀ ସଧାରଣ ଭାବେ ଗ୍ରହଣ କରି ପାରୁନଥିବା ବେଳେ ବର୍ତ୍ତମାନ ଶିଶିର ଗମାଙ୍ଗଙ୍କ ପ୍ରାର୍ଥୀତ୍ବ  ଚର୍ଚ୍ଚାର ପରିସର ମଧ୍ୟ କୁ ଆସିଛି |

ମୋଦୀଜୀ ଙ୍କ ବଳିଷ୍ଠ ନେତୃତ୍ୱ କୁ ସିଧାସଳଖ ବିରୋଧ ନ କରିଲେ ବି ଆଗାମୀ ନିର୍ବାଚନୀ ରଣ କ୍ଷେତ୍ରରେ ଟିକଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଥିବା ଯୁବଶକ୍ତି , ପୁରୁଖା ନେତା ଏବଂ କର୍ମୀ ମାନେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କୁ ପରୋକ୍ଷ ଭାବେ ସହଯୋଗ କରିବା ସମ୍ଭାବନାକୁ ଦୂରେଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି । କଂଗ୍ରେସ ପରିବାର ବାଦ୍ ଉପରେ ଭାଷଣ ଦେଉଥିବା ବିଜେପି ଦଳ ନିଜେ ପରିବାର ବାଦକୁ  ପ୍ରଶ୍ରୟ  ଦେଇ ଗୁଣପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନତାଙ୍କ ସ୍ବପ୍ନ କୁ ଧୂଳିସାତ କରିଦେଲା ଓ ଯୁଦ୍ଧ ହେବା ଆଗରୁ ନିଜର ପରାଜୟ ସ୍ୱୀକାର କରିଲା ବୋଲି ଜନ ସାଧାରଣ କୁହା ବୋଲା ହେବା  ସହ ଅନେକ ପୁରୁଖା କର୍ମୀଙ୍କୁ ନିରାଶ ଲରିଛି |ଦେଖିବାକୁ ରହିଲା ଆଗକୁ କେଉଁ ପାଣି କେଉଁ ଆଡେ ଯାଉଛି ।

 

 

0
0
0
s2sdefault