ହେଡଲାଇନସ୍:

ବରଗଡ଼ ବାସୀଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଂଗ୍ରେସରେ ଭୋଟରଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ବିଜେପିରେ ଅସନ୍ତୋଷ

ଭେଟେରାନ ପ୍ରସନ୍ନଙ୍କ ଗେମ ହେବକି ସଫଳ, ବିଜେପିରେ ହେଡ।କ ବଢ଼ାଇବେ କି ସୁବାସ

ବରଗଡ :- ୨୦୧୯ ସାଧାରଣ ନିର୍ବାଚନ ପାଇଁ ପୁରା ଦେଶ ବର୍ତମାନ ପ୍ରସ୍ତୁତ , ରହିଲା ଅପେକ୍ଷା କେବଳ ମତଦାନ ଦିନକୁ । ପଶ୍ଚିମ ଓଡ଼ିଶାର ବରଗଡ଼ ଲୋକସଭା ଆସନ ଗତ ଦଶନ୍ଧିରୁ। ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଅନେକ କଳ୍ପନା ,ପୂର୍ବାନୁମାନ ଭିତରେ ଇତି ମଧ୍ୟରେ ସବୁ ରାଜନୈତିକ ଦଳ ବରଗଡ଼ ଲୋକସଭା ଆସନ ପାଇଁ ନିଜ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ପ୍ରଥମେ ବିଜୁ ଜନତା ଦଳ ଦମଦାର ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରି ବିରୋଧୀ ମାନଙ୍କୁ ଚମକାଇ ଦେଇଥିଲା ।ଏହାପରେ କଂଗ୍ରେସ ଶ୍ରୀ ପ୍ରଦୀପ ଦେବତା ଓ ପରେ ବିଜେପି ଶ୍ରୀ ସୁରେଶ ପୂଜାରୀ ଙ୍କୁ ନିଜର ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରଥିଲେ ।

    ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ୨ ଥର ଲୋକସଭା ରେ ବରଗଡ଼ ଜିଲ୍ଲାର ପ୍ରତିନିଧିତ୍ଵ କରି ସାରିଛନ୍ତି । ବରଗଡ଼ ନିର୍ବାଚନ ମଣ୍ଡଳୀ ର ପ୍ରତେକଟି ଗ୍ରାମରେ ସେ ବେଶ ପରିଚିତ । ସେ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହି ନିଜର ବିଭାଗୀୟ କାର୍ଯ ଉତ୍ତମ ରୂପେ ନିର୍ବାହ କରିସାରିଛନ୍ତି । ୨୦୧୪ ନିର୍ବାଚନରେ ସେ ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେଇ ଶ୍ରୀ ସୁବଳ ସାହୁଙ୍କ ଠାରୁ ମାତ୍ର କିଛି ଭୋଟରେ ପରାଜିତ ହେଇ ଥିଲେ । ଏହାପରେ ଶ୍ରୀ ଆଚାର୍ଯ୍ୟ ଙ୍କୁ। ଦଳ ରାଜ୍ୟ ସଭାକୁ ପଠାଇଥିଲା । ମୋଟା ମୋଟୀ କହିବାକୁ ଗଲେ ଶ୍ରୀ ଆଚାର୍ଯ୍ୟ ଅଞ୍ଚଳରେ ବେଶ ଜଣାଶୁଣା । ଏହା ସହିତ ଶ୍ରୀ ଆଚାର୍ଯ୍ୟ ଙ୍କର ପ୍ରାର୍ଥୀତ୍ବ ଉପରେ କୋଣସି ମତଭେଦ ନଥିବା ଜଣାପଡୁଛି ।

      ଏବେ କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀ ପ୍ରଦୀପ ଦେବତା ଓଁ  ଶ୍ରୀ ଦେବତା ଜଣେ ଭଲ ବ୍ୟବସାୟୀ ସନ୍ଦେହ ନାହିଁ ଓଁ କିନ୍ତୁ ଦଳ କେମିତି ତାଙ୍କୁ ପ୍ରାର୍ଥୀ କଲା ସାଧାରଣ ଲୋକ ଏବେ ଭି ତାହା ବୁଝି ପାରୁନାହାନ୍ତି । ବରଗଡ଼ ବ୍ୟତୀତ ଆଖପାଖ ର ଲୋକେ ଭି ତାଙ୍କୁ ଚିନ୍ହି ନାହାନ୍ତି ଓଁ ବିଶିଷ୍ଟ  ବ୍ୟକ୍ତି ମାନଙ୍କୁ ଛାଡିଦେଲେ ସାଧାରଣ ଜନତା ଙ୍କର ପାଇଁ ସେ ଅଚିହ୍ନା । ଲାଗୁଛି କଂଗ୍ରେସ କେବଳ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ବରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି । ହେଲେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ନଥିଲା ବେଲେ କଂଗ୍ରେସ ପୁରୀ ନୂଆ ଏପରିକି ଦଳୀୟ କର୍ମୀ ମହଲରେ ଅଚିହ୍ନା ମୁହଁ ଦେବା ପଛରେ କି ମହତ ଉଦ୍ଦେଶ୍ୟ ଅଛି ତାଜା ଦଳର ନେତାଂକୁ ଜଣା |

    ବିଳମ୍ବରେ ହେଲେଭି ବିଜେପି ତରଫରୁ ଦଲୀୟ ପ୍ରାର୍ଥୀ ଭାବରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ପୁଝାରି ଙ୍କୁ ପ୍ରାର୍ଥୀ କରାଯାଇଛି । ଶ୍ରୀ ପୁଝାରି ନିଶ୍ଚିତ ଭାରେ ଜଣେ ଜଣାଶୁଣା ବ୍ୟକ୍ତି କିନୁ ବରଗଡ଼ ପାଇଁ ସେତେଟା ପ୍ରଭାବୀ ହେଇ ପାରିବେ କି ନାହିଁ ସନ୍ଦେହ । ଗତ ୨୦୧୪ ନିର୍ବାଚନ ରେ ବିଜେପି ର ଦଳୀୟ ପ୍ରାର୍ଥୀ ଶ୍ରୀ ସୁବାଷ ଚୌହାନ ମାତ୍ର କେଇ ହଜାର ଭୋଟ ରେ ପରାଜିତ ହେଇଥିଲେ  ।  ନିର୍ବାଚନ ପରଠାରୁ ସେ ଅନବରତ ଅଞ୍ଚଳ ର ବିଭିନ୍ନ ସ୍ଥାନକୁ ବାରମ୍ବାର ଗସ୍ତ କରି ସଙ୍ଗଠନକୁ ଏକ ମଜବୁତ  ସ୍ଥିତିରେ ପହଞ୍ଚାଇ ପାରିଥିଲେ । ଏହିଭଳି ପରିସ୍ଥିତି ରେ ତାଙ୍କୁ ପର୍ଥୀ ନକରି ଶ୍ରୀ ସୁରେଶ ପୁଝାରି ଙ୍କୁ ଟିକେଟ ପ୍ରଦାନ କରିବା , ଶ୍ରୀ ଚୌହାନଙ୍କର ସମର୍ଥକ ମାନଙ୍କର ଭିତରେ ନିରାଶା ଆଣିଦେଇଛି । ଏକଥା ସତ ଯେ ଟିକେଟ ପାଇଁ ଆଶାୟୀ  ଅନେକ ସମସ୍ତଙ୍କୁ  ଖୁସୀ କରାଯାଇ ପାରିବ ନାହିଁ ଓଁ କିନ୍ତୁ ସୁବାଷ ଚୌହାନ ଭଳି ଜଣେ ମଜବୁତ ସଂଗଠକ ଙ୍କୁ ଅଣଦେଖା କରିବା ଆଗାମୀ ଦିନରେ କ୍ଷତିକାରକ ହେଇପାରେ । ଏପଟେ ଆଜି ସକାଳୁ ସାମାଜିକ ଗଣମାଧ୍ୟମ ରେ ଶ୍ରୀ ଚୌହାନ ଙ୍କର ସମର୍ଥନ ରେ ନାନା ପ୍ରକାର ମନ୍ତବ୍ୟ ଦେଖିବାକୁ ମିଳୁଛି । ବିଶ୍ୱସ୍ତ ସୂତ୍ର ରୁ ଶୁଣିବାକୁ ମୁଳୁଛି ଯେ ବିଜେପି ଶ୍ରୀ ଚୌହାନଙ୍କୁ ବିଜେପୁରରୁ ପ୍ରାର୍ଥୀ କରିବାକୁ ଚାହୁଁଛି ।

ରାଜନୈତିକ ବୁଦ୍ଧିଜୀବୀମାନଙ୍କର ମନ୍ତବ୍ୟରୁ ଜଣା ପଡୁଛି ଯେ କଂଗ୍ରେସ ର ଅଚିହ୍ନା ମୁହଁ ଓ ବିଜେପି ର ଅନ୍ତର୍ଦ୍ୱନ୍ଦ , ବିଜେଡି ପାଇଁ ଲାଭଦାୟକ ହେବ । ଦେଖାଯାଉ କେଉଁ ପାଣି କେଉଁ ଆଡକୁ ଯାଉଛି । ଜନତା ଜନାର୍ଦନ କାହାକୁ ପିନ୍ଧାଇବେ ବରଗଡ଼ ର ମୁକୁଟ ଆସନ୍ତା ମେ ୨୩ କୁ ଅପେକ୍ଷା ।

0
0
0
s2sdefault