ହେଡଲାଇନସ୍:

ବିଜେପିରେ ଅସନ୍ତୋଷ, ଧର୍ମେନ୍ଦ୍ରଙ୍କ ଫୋଟୋ ପୋଡି ପ୍ରତିବାଦ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର : ବିଜେପିରେ ଟିକେଟ ବଂଟାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିବା ବେଳେ ବରଗଡ଼ର ବିଭିନ୍ନ ଅଂଚଳରେ ସୁଭାଷ ଚୋୖହାନଙ୍କ ଟିକେଟ କର୍ତ୍ତାକୁ ନେଉ ଦେଖା ଦେଇଛି ଅସନ୍ତୋଷ | ଜାଣିଶୁଣି ସୁରେଶ ପୂଜାରୀଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀ ଓ ନେତୃବୃନ୍ଦ | ପଦ୍ମପୁର  ଅଂଚଳରେ ସୁବାଷ ଚୌହାନ ଙ୍କର ସମ୍ମର୍ଥକ ମାନେ କିଛି ସ୍ଥାନରେ ଖୋଲାଖୋଲି ଭାବରେ ବିଚ  ରାସ୍ତାରେ ଧର୍ମେନ୍ଦ୍ର ପ୍ରଧାନ ମୁର୍ଦ୍ଧାବାଦ ର ନାରା ଦେବା ସହିତ ଯୁବନେତା ତଥା ସ୍ୱାଧୀନ ପ୍ରାର୍ଥୀ ରାଜୁ ଘିବେଲାଙ୍କର ନେତୃତ୍ୱରେ  ପଦ୍ମପୁର ଭେଉରିଆ ଛକରେ ଧର୍ମେଦ୍ର ପ୍ରଧାନଙ୍କର ଫୋଟୋ ପୋଡି ବିଦ୍ରୋହ କରିଥିଲେ  । ଯାହାକି ବିଜେପି ପାଇଁ ଆଦୌ ଶୁଭଙ୍କର ନୁହଁ । ସୁଭାଷ ଚୌହାନ ଭଳି ଜଣେ ସୁସଂଗଠକଙ୍କୁ  ଦଳ ଅଣ ଦେଖା କରିବା ଦଳକୁ ମହଙ୍ଗା ପଡିବ ବୋଲି କିଛି ଅସନ୍ତୁଷ୍ଟ କର୍ମୀ ଖୋଲାଖୋଲି କହୁଛନ୍ତୁ । 

ଶ୍ରୀ ସୁବାଷ ଚୌହାନ କୁ ବିଜେପୁରରୁପ୍ରାର୍ଥୀ  କରି ବିଜେପିର କିଛି କୁଚକ୍ରି ନେତା ସୁବାଷ ଚୌହାନଙ୍କର ପଲିଟିକାଲ କେରିଅରକୁ ବର୍ବାଦ କରିବାର ଷଡଯନ୍ତ୍ର କରୁଥିବାର ଶ୍ରୀ ଚୌହାନଙ୍କର ସମ୍ମର୍ଥକ ମାନେ ଖୋଲାଖୋଲି ଭାବରେ ଅଭିଯୋଗ କରୁଛନ୍ତି । 

 

0
0
0
s2sdefault