ହେଡଲାଇନସ୍:

ସତ୍ୟବାଦୀରୁ ପ୍ରସାଦ, ଜଟଣୀରୁ ସୁର, ଆନନ୍ଦପୁରରୁ ଜୟଦେବ, ଜଗତସିଂପୁରରୁ ଚିରଞ୍ଜୀବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀରରୁ ସମରେନ୍ଦ୍ର ଓ କୋରାପୁଟରୁ ସପ୍ତଗିରି ସାଂସଦ ପ୍ରାର୍ଥୀ 

ଶେଷରେ ବିଧାୟକ ପ୍ରଫୁଲ୍ଲ,ଚନ୍ଦ୍ରଶେଖର, ସୂର୍ଯ୍ୟ, ଦେବେନ୍ଦ୍ର, ଅଂଶୁମାନ, କୈଳାସଙ୍କୁ ଟିକଟ ମିଳିଲା, କଟିପାରନ୍ତି ଜାକବ 

ଭୁବନେଶ୍ୱର:  କଂଗ୍ରେସ ତରଫର ପ୍ରକାଶ ପାଇଛି  ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦୁଇ ସଂସଦୀୟ କ୍ଷେତ୍ର ଓ ୫୪ଟି ବିଧାନ ସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ନାମ ତାଲିକା । ବଲାଙ୍ଗୀର ଲୋକସଭା ଆସନର ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାନସଭା ପାଇଁ ପ୍ରାର୍ଥୀ ନରସିଂହ ମିଶ୍ରଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ଓ କୋରାପୁଟ ସଂରକ୍ଷିତ ଆସନରୁ ଯୁବନେତା ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରାଯାଇଛି । କିଛି ବିଧାୟକଙ୍କୁ ବାଡ଼ ଦେବା ପାଇଁ ମଧ୍ୟ ଉଦ୍ୟମ ହୋଇଥିବା ବେଳେ ଶେଷରେ ଟାଟାଙ୍କ ଗର୍ଜ୍ଜନ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାଧ୍ୟ କରିଛି ବୋଲି ଚର୍ଚ୍ଚ ହେଉଛି | ଦ୍ଵିତୀୟ  ତାଲିକାରେ ପ୍ରାୟତଃ ବିଧାୟକମାନଙ୍କ କ୍ଲିୟର ହୋଇଯାଇଥିବା ବେଳେ ଜି ଉଦୟଗିରି ଜାକୋବ ପ୍ରଧାନଙ୍କ ନାମକୁ ଝୁଲାଇ ରଖାଯାଇଛି । ପିସିସି ସଭାପତି ତାଙ୍କୁ ଟିକଟ ନଦେବା ପାଇଁ ଚାହୁଥିବା ଯୋଗୁ ଝୁଲାଇ ରଖାଯାଇଥିବା ଚର୍ଚ୍ଚା  ମିଳୁଛି । ହେଲେ କଣ ହେଉଛି ଆଗକୁ ଜଣାପଡିବ  । 

ହେଲେ ପ୍ରକାଶିତ ବିଧାୟକ ପ୍ରାର୍ଥୀ ତାଲିକା ଅନୁଯାୟୀ, ବିଜେପୁରରୁ ରିପୁନାଥ ସେଠ, ଭଟଲିରୁ ସରୋଜ ମହାପାତ୍ର, ଝାସୁଗୁଡାରୁ ମହେଶ୍ୱର ନାୟକ, ତଲସରା ପ୍ରଫୂଲ୍ଲ ମାଝି, ସୁନ୍ଦରଗଡ ଅମିତା ବିଶ୍ୱାଳ, ରଘୁନାଥ ପାଲ୍ଲିରୁ  ପ୍ରଶାନ୍ତ ସେଠୀ, ରାଉରକେଲା ମୁକ୍ତିକାନ୍ତ ବିଶ୍ୱାଳ, କୁଚୀଣ୍ଡା ଶୋଭରାମ ବିଶ୍ୱାଳ, ରୋଙ୍ଗାଲି ବାଳକୃଷ୍ଣ  ରୋହିଦାସ, ସମ୍ବଲପୁର ଅଶ୍ୱିନୀ ଗୁରୁ, ରେଢାଖୋଲ ଆସଫ ଅଲ୍ଲୀ ଖାନ, ଦେବଗଡ ଉମାଶଙ୍କର ସାହୁ, ଆନନ୍ଦପୁର ଜୟଦେବ ଜେନା, କେନ୍ଦୁଝର ବିଦ୍ୟାଧର ଦେହୁରୀ, ଚମ୍ପୁଆ ଯଦୁମଣି ବାରିକ , କରଞ୍ଜିଆ ସୁଦାମ ନାୟକ, ଜଳେଶ୍ୱର ସୁଦର୍ଶନ ଦାସ, ନୀଳଗିରି ମନୋଜ ମଞ୍ଜରୀ ଦେବୀ, କୋରେଇ ବନ୍ଦିତା ପରିଡା,ଢେଙ୍କାନାଳ ନବୀନ ନନ୍ଦ, ପାଲଲହଡା ସୁବ୍ରତ ଗଡନାୟକ, ତାଳଚେର ସୁରେଶ ବେହେରା. ଅନୂଗୋଳ ବିପ୍ଲବ ଜେନା,ଛେଣ୍ଡିପଦା ସସ୍ମିତା ବେହେରା, ଆଠମଲ୍ଲିକ ବିଜୟାନନ୍ଦ ଚାଉଳିଆ, ସୋନପୁର ଚିତ୍ତରଞ୍ଜନ ମିଶ୍ର, ଲୋଇସିଂହା ନବକିଶୋର ନାୟକ, ଟିଟିଲାଗଡ ସୁରେନ୍ଦ୍ର ସିଂଭୋଇ ,କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା,ଉମରକୋଟ ଯଶୋଦା ଗଣ୍ଡ, ଜୁନାଗଡ ଅନୀଲ ସିଂହଦେଓ, ଭବାନୀପାଟଣା ସାଗର ଚରଣ ଦାସ, ନରଲା ଚିତ୍ତରଞ୍ଜନ ମଣ୍ଡଳ,ବାଙ୍କୀ ଦେବାଶିଷ ପଟ୍ଟନାୟକ, ଆଠଗଡ ଉମା ବଲ୍ଲଭ ରଥ, ବାରବାଟୀ କଟକ ମହମ୍ମଦ ମୋକିମ, କଟକ ସଦର ରତ୍ନାକର ବେହେରା, କେନ୍ଦ୍ରାପଡା ଗଣେଶ୍ୱର ବେହେରା, ଆଳି ଦେବେନ୍ଦ୍ର ଶର୍ମା, ରାଜଜଗର ଅଂଶୁମାନ ମହାନ୍ତି, ଜଗତସିଂହପୁର ଚିରଞ୍ଜିବ ବିଶ୍ୱାଳ, କାକଟପୁର ବିଶ୍ୱଭୂଷଣ ଦାସ, ବ୍ରହ୍ମଗିରି ଉମାକାନ୍ତ ବରାଳ, ସତ୍ୟବାଦୀ ପ୍ରସାଦ ହରିଚନ୍ଦନ, ଏକାମ୍ର ରଶ୍ମୀ ମହାପାତ୍ର, ଜଟଣୀ ସୁରେଶ ରାଉତରାୟ, ରଣପୁର ଶୁଭଶ୍ରୀ ପଣ୍ଡା, ଖଲିକୋଟ ଭୋକଳି ସେଠି, ସୋରଡା ସଂଗ୍ରାମ ମହାନ୍ତି, ଦିଗପହଣ୍ଡି ପ୍ରଫୁଲ୍ଲ ପରିଡା, ପାରଳାଖେମୁଣ୍ଡି କେ ସୁର୍ଯ୍ୟାରାଓ, ରାୟଗଡା ଆପାଲସ୍ପାମୀ କାଡ୍ରାକା, ଲକ୍ଷ୍ମିପୁର କୈଳାଶ କୁଲେଶିକା, କୋଟପାଟ ଚନ୍ଦ୍ରଶେଖର ମାଝିଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି |   

0
0
0
s2sdefault