ହେଡଲାଇନସ୍:

ନବ ଦାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କୁସୁମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁସୁମଙ୍କୁ ସୁନ୍ଦରଗଡରେ ଭବ୍ୟ ସମ୍ବର୍ଧନା 

ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ସବୁଜ ରଙ୍ଗ ବଦଳରେ ଗେରୁଆ ରଂଗକୁ ଆଦରି ନେଇଥିବା ସୁନ୍ଦରଗଡ଼ର ବିବିଜେଡି ନେତ୍ରୀ କୁସୁମ ଟେଟେ  ବୁଧବାର  ଭୁବନେଶ୍ୱରରେ ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ଫେରିଥିଲେ ସୁନ୍ଦରଗଡ଼ | ଆଜି ସେ ଅପରାହ୍ନରେ  ସୁନ୍ଦରଗଡ଼ରେ ପହଞ୍ଚିଲାପରେ ତାଙ୍କୁ ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ବିଜେପି କର୍ମୀ ଭବ୍ୟ  ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |  ପ୍ରଥମେ ସୁନ୍ଦରଗଡ଼ ପ୍ରବେଶ ପଥ ଭସ୍ମା ଠାରେ ସ୍ୱାଗତ ଜଣାଇବା ପରେ ଏକ ବିଶାଳ ବାଇକ ରାଲିରେ ସେ ଆସି କୁଣ୍ଡୁକେଲାରେ ପହଞ୍ଚିଥିଲେ | ସେଠାରେ ମଧ୍ୟ ତାଙ୍କୁ ସୁସ୍ୱାଗତ କରିଥିଲେ, ଏବଂ ଏହା ପରେ କିରେଇ ଓ ସଂକରା ସ୍ଥିତ ଜୁବୁଲିପାର୍କରେ ସ୍ୱାଗତ କରି ସୁନ୍ଦରଗଡ଼ ସହରକୁ ପାଛୋଟି ଆଣିଥିଲେ | ସାରା ସହର ପରିକ୍ରମା ପରେ ସୁନ୍ଦରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପହଂଚି  ସେଠାରେ ଏକ ମିଶ୍ରଣ ପର୍ବରେ ଯୋଗଦେଇଥିଲେ | କୁସୁମ ନିଜ ପ୍ରତିକ୍ରିୟାରେ କହିଥିଲେ କୋଇଲା ମାଫିଆଙ୍କ ହାତରେ ବିକ୍ରି ହୋଇଛି ବିଜେଡ଼ି ଟିକେଟ | ମୋତେ ଥାର୍ଡ ଫ୍ଲୋରରୁ କହିଲେ ଝାରସୁଗୁଡା ବିଧାୟକ ନବ ଦାସଙ୍କ ହାତରେ ୫ (ପାଞ୍ଚୋଟି) ବିଧାନସଭା ଆସନର ଟିକେଟ ଅଛି | ସେ ଯାହାକୁ ଚାହିଁବେ ତାଙ୍କୁ ଟିକେଟ ମିଳିବ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି କୁସୁମ ଟେଟେ | ଆଜି ଏଠାରେ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨୦ ବର୍ଷର ଦଳରେ କିଛି ଦିନ ହେବ ମିଶିଥିବା ପୂର୍ବତନ ବିଧାୟକ ନବ ଦାସ ସେ କଣ ବିଜେଡ଼ି ଟିକେଟ ଦେବେ ବୋଲି କୁସୁମ ପ୍ରଶ୍ନ କରିଥିଲେ |

 

0
0
0
s2sdefault